ପ୍ରମୂଖ ଖବର

ଖୁବ୍‌ କାନ୍ଦିଲେ ଗୁଲାମ ହାଇଦର , ଦେଖାଇଲେ ପତ୍ନୀ ସୀମାଙ୍କ ଭିଡ଼ିଓ ଓ ଭଏସ୍‌ ରେକର୍ଡିଂ

ନୂଆଦିଲ୍ଲୀ – ସୀମା ହାଇଦରଙ୍କୁ ନେଇ ଭାରତ ଓ ପାକିସ୍ତାନ ଉଭୟ ଦେଶରେ ଲୋକ ଖୁବ୍‌ ଆଲୋଚନା କରୁଛନ୍ତି । ଏହି ମହିଳା ନିଜର ୪ଜଣ ପିଲାଙ୍କୁ ସାଥିରେ ଧରି ଶାରଜାହ ରାସ୍ତାରେ ନେପାଳ ଓ ଏହାପରେ ଭାରତରେ ପହଞ୍ଚି ଥିଲେ। ବେଆଇନ ଉପାୟରେ ଭାରତରେ ପ୍ରବେଶ କରିବା ନେଇ ତାଙ୍କୁ ଗିରଫ କରାଯାଇ ଥିଲା , କିନ୍ତୁ ପରେ ଜାମିନ ଦିଆଯାଇଛି। ସୀମା ହାଇଦର ଏଠାରେ ସଚିନ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଗ୍ରେଟର ନୋଏଡା ସ୍ଥିତ ଘରେ ରହୁଛନ୍ତି। ଉଭୟ ନେପାଳର ପଶୁପତିନାଥ ମନ୍ଦିରରେ ବିବାହ କରି ଥିବାର ଦାବି କରିଛନ୍ତି।

ସୀମା ହାଇଦର ପ୍ରେମିକ ସଚିନଙ୍କ ସହ ଗାଏବ , ୨୪ ଘଣ୍ଟା ହେବ କୌଣସି ସୂଚନା ନାହିଁ

ସୀମା ଓ ସଚିନ କହିଛନ୍ତି ସେମାନେ ପବଜୀ ଗେମ୍‌ ଖେଳୁଥିବା ବେଳେ ସେମାନଙ୍କ ଭିତରେ ପ୍ରେମ ହୋଇଥିଲା। ସୀମା କହିଛନ୍ତି ସେ ଏବେ ସଚିନଙ୍କୁ ନିଜର ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି। ସେ ନିଜର ୪ ଜଣ ପିଲାଙ୍କ ନାଁ ବଦଳାଇ ଦେଇଛନ୍ତି । ଏହାସହ କହିଛନ୍ତି କି, ଏବେ ସେ ହିନ୍ଦୁ ଧର୍ମ ପାଳନ କରିବେ। ସୀମା ହାଇଦରଙ୍କର ଖବର ପାଇବା ପରେ ତାଙ୍କର ପ୍ରଥମ ସ୍ୱାମୀ ଗୁଲାମ ହାଇଦର ସାଉଦୀ ଆରବରୁ ଭିଡ଼ିଓ ଜାରି କରି କହିଥିଲେ କି  , ସେ ନିଜର ପତ୍ନୀ ଓ ୪ ପିଲାଙ୍କୁ ଆଉ ଥରେ ପାକିସ୍ତାନରେ ଦେଖିବାକୁ ଚାହୁଁଛନ୍ତି । ସେ ଦୁଇ ଦେଶର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାସହ ପତ୍ନୀ ସୀମାକୁ ପାକିସ୍ତାନ ଫେରି ଆସିବାକୁ କହିଛନ୍ତି ।

ଗୁଲାମ ହାଇଦର କହିଛନ୍ତି , ସୀମା ହାଇଦର ମିଛ କହୁଛନ୍ତି । ତାଙ୍କ ଭିତରେ ତଲାକ୍‌ (ଛାଡ଼ପତ୍ର) ହୋଇ ନାହିଁ। ସେ ୨୦୧୯ ରୁ ସାଉଦୀ ଆରବରେ ଅଛନ୍ତି । ଏଠାରେ ମୂଲ ମଞ୍ଜୁରୀ କରି ଟଙ୍କା ରୋଜଗାର କରୁଛନ୍ତି ଏବଂ ପରିବାରକୁ ପଠାଉଛନ୍ତି । ସେ କହିଛନ୍ତି ସେ ପ୍ରତି ମାସରେ ୮୦ ହଜାର ଟଙ୍କା ପଠାଉ ଥିଲେ । ଏବେ ଗୁଲାମ ହାଇଦର ଜଣେ ୟୁଟ୍ୟୁବରଙ୍କୁ ପ୍ରମାଣ ସ୍ୱରୂପ  ସୀମାଙ୍କର କିଛି ଭଏସ୍‌ ରେକର୍ଡିଂ ଓ ଭିଡ଼ିଓ ଦେଇଛନ୍ତି। ଏଥିରେ ଗୁଲାମ ହାଇଦର ଖୁବ୍‌ କାନ୍ଦୁ ଥିବାର ଦେଖିବାକୁ ମିଳୁଛି। ସୀମା-ସଚିନ୍‌ଙ୍କ ନିଆରା ପ୍ରେମ କାହାଣୀ: ପ୍ରେମ ପାଇଁ ହିନ୍ଦୁ ହେଲେ ପାକ୍‌ ମହିଳା,ପାରମ୍ପରିକ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ

ଗୁଲାମ କହିଲେ ଖୁବ୍ ସମସ୍ୟାରେ ଦିନ କାଟୁଛି –

ଏହି ଭିଡ଼ିଓରେ ଗୁଲାମ ହାଇଦର କହୁଛନ୍ତି –ମୁଁ ଖୁବ୍‌ ଅସୁବିଧାରେ ଦିନ କାଟୁଛି । ମୁଁ ପ୍ରସିଦ୍ଧ ହେବାକୁ ଚାହୁଁ ନାହିଁ । ଏହି ସମୟରେ ମୁଁ ବହୁତ ସମସ୍ୟାରେ ଗତି କରୁଛି। ଏହି ସମୟରେ ସବୁଠୁ ଅଧିକ ଦୁଃଖ ନିଜର ପିଲାଙ୍କୁ ନେଇ ହୋଇଛି। ମୁଁ ଚାହୁଁ ନାହିଁ ଏମିତି ସ୍ଥିତି ଆଉ କାହା ସହ ହେଉ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି,  ମୋର ସାହାଯ୍ୟ ଯଦି କରି ପାରୁନାହାନ୍ତି ତ ମୋର ସମାଲୋଚନା କରନ୍ତୁ ନାହିଁ। ମୁଁ ଜଣେ ବାପା , ମୋ ପିଲାମାନେ ଅଲଗା ହୋଇ ଯାଇଛନ୍ତି । ଯେବେଠାରୁ ମୋର ଭିଡ଼ିଓ ଭାଇରାଲ ହେଉଛି କିଏ କହୁଛି ତୁମେ କାନ୍ଦୁଛ , କିଏ କହୁଛି ତୁମେ ଗୀତ ଗାଉଛ , କିଏ କହୁଛି  ତମେ ପ୍ରେମକୁ ମନେପକାଉଛ।

ବଡ଼ ଝିଅର ଭିଡ଼ିଓ ବି ଦେଖାଇଲେ –

ଏହି ଭିଡ଼ିଓରେ ସୀମା ଓ ଗୁଲମା ହାଇଦରଙ୍କର ପ୍ରଥମ ଫଟୋ ଦେଖିବାକୁ ମିଳୁଛି । ଏହାପରେ ସୀମା ଓ ଗୁଲାମଙ୍କର ବଡ଼ ଝିଅର ଭିଡ଼ିଓ ନଜର ଆସୁଛି । ଯେଉଁଥିରେ ଝିଅ ପିତା ଗୁଲାମଙ୍କୁ  ଇଦ୍‌ର ଶୁଭେଚ୍ଛା ଜଣାଉଛି । ପଛରେ ସୀମାଙ୍କର ବି ସ୍ୱର ଶୁଣିବାକୁ ମିଳୁଛି । ଗୁଲାମ ହାଇଦର ନିଜ ପିଲାଙ୍କର ଫଟୋ ବି ସେୟାର କରିଛନ୍ତି । ଏହାସହ ଏୟାରପୋର୍ଟରେ ଲାଗିଥିବା କ୍ୟାମେରାରେ ରେକର୍ଡ କରାଯାଇ ଥିବା ସୀମାଙ୍କର ଫଟୋ ବି ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.