ନୂଆଦିଲ୍ଲୀ,୨୧।୭: ସାରା ଦେଶରେ ଏବେ ପାକିସ୍ତାନୀ ମହିଳା ସୀମା ହାଇଦର ଓ ସଚିନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଜାରି ରହିଛି। ୪ ଛୁଆଙ୍କୁ ନେଇ ସୀମା କିଭଳି ପାକିସ୍ତାନରୁ ନେପାଳ ଦେଇ ଭାରତରେ ପହଁଚିଥିଲେ, ଘଟଣା ଯେତିକି ରୋଚକ ଥିଲା ତାଠାରୁ ଅଧିକ ସନ୍ଦେହ ସୃଷ୍ଟି କରିଛି। ସୀମା ନିଜର ୪ ସନ୍ତାନଙ୍କ ସହିତ ପ୍ରେମିକ ସଚିନ ସହ ଏବେ ଗ୍ରେଟର ନୋଏଡାରେ ରହୁଛନ୍ତି।ଏହି ମାମଲାର ଖୁଲାସା ହେବାପରେ ଉତ୍ତର ପ୍ରଦେଶ ପୋଲିସ ସୀମାଙ୍କୁ ହେପାଜତରେ ନେଇ ବହୁ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା। ଏହି ସମୟରେର ସୀମା ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ। ଯେଉଁଥିରେ ସେ କହିଥିଲେ, କିଭଳି ନେପାଳର ଏକ ମନ୍ଦିରରେ ଦୁହେଁ ବିବାହ କରିଥିଲେ। ଏବେ ଦୁହିଁଙ୍କର ବିବାହର ଏକ ଫଟୋ ମଧ୍ୟ ସାମନାକୁ ଆସିଛି।
{"id":601622,"width":931,"height":698,"sizeSlug":"full","linkDestination":"none"}ଫଟୋରେ ଦେଖିପାରିବେ ସୀମା ବଧୂ ବେଶରେ ଥିବା ବେଳେ, ସେଭଳି ସଚିନ ଓ ସୀମାଙ୍କ ବେକରେ ରହିଛି ଫୁଲମାଳ। ଫଟୋ ସୀମା ସହିତ ତାଙ୍କର ପିଲାମାନେ ମଧ୍ୟ ଅଛନ୍ତି। କୁହାଯାଉଛି ଯେ, ଏହି ଫଟୋ ନେପାଳରେ ଉଠାଯାଇଛି। ସୀମା ଏବେ ଏହି ଫଟୋକୁ ପୋଲିସ ଆଗରେ ଦେଖାଇଛନ୍ତି। ଏହା ଜରିଆରେ ସେ କହିଛନ୍ତି ଯେ, ସଚିନ ସହିତ ତାଙ୍କର ବିବାହ ହୋଇସାରିଛି।
ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ରହୁଥିବା ସୀମାଙ୍କୁ ପୂର୍ବରୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କାହିଁକି ଭାରତକୁ ଆସିଛନ୍ତି, ସେ କହିଥିଲେ ଯେ ସେ PUBG ଖେଳିବା ବେଳେ ସଚିନଙ୍କ ସହ ବନ୍ଧୁତା କରିଥିଲେ ଏବଂ ଏହା ପରେ ଉଭୟ ପ୍ରେମରେ ପଡିଗଲେ। ଏହି କାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ଛାଡି ଚାରି ସନ୍ତାନଙ୍କ ସହ ଭାରତ ଆସିଥିଲେ। ଏହା ପରେ ଯେତେବେଳେ ସୀମା ଏବଂ ସଚିନଙ୍କୁ କୋର୍ଟରେ ହାଜର କରାଯାଇଥିଲା ସେତେବେଳେ କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ।