ପ୍ରମୁଖ ଖବର
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ନୂଆ ବୈଦ୍ୟୁତିକ ଉପକରଣ ନିର୍ମାଣ କଲେ ବୈଜ୍ଞାନିକ, ହାତୁଡ଼ିରେ ପିଟିଲେ ବି ଭାଙ୍ଗିବନି

ନୂଆଦିଲ୍ଲୀ ୧୮/୦୪: ଏଣିକି ସ୍ମାର୍ଟୱାଚ୍‌, ପିନ୍ଧିବାଯୋଗ୍ୟ ସେନ୍‌ସର ଓ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିବା ବୈଦ୍ୟୁତିକ ଉପକରଣଗୁଡ଼ିକୁ ହାତୁଡ଼ିରେ ପିଟିଲେ ମଧ୍ୟ ଭାଙ୍ଗିବ ନାହିଁ । ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଏକ ନୂଆ ଉପକରଣ ଉଦ୍ଭାବନ କରିଛନ୍ତି । ଏହାକୁ ଟାଣିଲେ କିମ୍ବା ପିଟିଲେ ମଧ୍ୟ ଭାଙ୍ଗିବ ନାହିଁ । ଏହି ଉପକରଣରେ ୩ଡି ପ୍ରିଣ୍ଟର ସାହାଯ୍ୟରେ ମାନବ ଅଙ୍ଗଗୁଡ଼ିକୁ ମଧ୍ୟ ପ୍ରିଣ୍ଟ୍‌ କରାଯାଇ ପାରିବ । ଏହି ଉପକରଣ ଆଡପ୍ଟିଭଭ୍‌ ଡ୍ୟୁରାବିଲିଟି ଥିଓରି ଆଧାରରେ ନିର୍ମିତ ହୋଇଛି । ଏଥିରେ ନିର୍ମିତ ପଦାର୍ଥର କଠୋର ବାତାବରଣରେ ଆଦୌ କ୍ଷତି ହେବ ନାହିଁ । ଏହା ଉପରେ ଯେତେ ଅଧିକ ବଳ ପ୍ରୟୋଗ ହେବ, ଏହା ସେତେ ଅଧିକ ଶକ୍ତ ହେବ ।

ଏହି ନୂଆ ଉପକରଣ ଖାଦ୍ୟ ପ୍ରସ୍ତୁତିରେ ପ୍ରୟୋଗ ହେଉଥିବା କର୍ନ ଷ୍ଟାର୍ଚରୁ ପ୍ରେରିତ । ପାଣି ସହିତ କର୍ନ ଷ୍ଟାର୍ଚର ଘୋଳରେ ଧୀମା ଓ କମ୍‌ ବଳ ଲଗାଇଲେ, ତରଳ ଭଳି କାମ କରେ । ବଳ ପ୍ରୟୋଗ କରି ମୁଥ ମାରିଲେ, ତାହା କଠିନ ଭଳି କାମ କରେ । ବାସ୍ତବରେ ଏହାର କଣିକାଗୁଡ଼ିକର ଭିନ୍ନ ଆକାର ଯୋଗୁ ଏହି ଉପକରଣର ବ୍ୟବହାରରେ ଅନ୍ତର ପରିଲକ୍ଷିତ ହୋଇଥାଏ । ଗବେଷକମାନେ ଏହି ଥିଓରିକୁ ପଲିମର ସହ ମଧ୍ୟ ପ୍ରୟୋଗ କରିବାକୁ ଚାହୁଁଛନ୍ତି । ଫଳରେ ଏହାକୁ ପିନ୍ଧିବାଯୋଗ୍ୟ କରିହେବ । ଏଥିପାଇଁ ବୈଜ୍ଞାନିକମାନେ କଂଜଷ୍ଟେଡ୍‌ ପଲିମର ଉପଯୋଗ କରୁଛନ୍ତି, ଯାହା ନରମ ଓ କୋମଳ ରହି ବିଜୁଳି ଶକ୍ତି ପରିଚାଳନାରେ ସାହାଯ୍ୟ କରେ । 

ବୈଜ୍ଞାନିକମାନେ ପଲି, ପଲିଏନିଲିନ୍‌ର ଛୋଟ କଣିକା ଓ ହାଇ କଣ୍ଡକ୍ଟର ପଲି ପଲିଷ୍ଟାଇନିନ୍‌ ସଲ୍‌ଫୋନେଟ୍‌ (ପିଇଡିଓଟି: ପିଏସ୍‌ଏସ୍‌)ର ବଡ଼ କଣିକାଗୁଡ଼ିକୁ ମିଶାଇ ଏହି ଉପକରଣ ନିର୍ମାଣ କରିଛନ୍ତି । କମ୍‌ ବଳ ପ୍ରୟୋଗ କରିବା ଦ୍ୱାରା ଏହାର ଆକାର ଓ ଆକୃତି ବଦଳିଗଲା । କିନ୍ତୁ ଯେତେବେଳେ ଅଧିକ ବଳ ପ୍ରୟୋଗ କରାଗଲା, ଉପକରଣଟି ଆହୁରି ଶକ୍ତ ହେବାକୁ ଲାଗିଲା । ଏଥିରେ ୧୦ ପ୍ରତିଶତ ପିଇଡିଓଟି: ପିଏସ୍‌ଏସ୍‌ର ମାତ୍ରା ବଢ଼ାଇବା ଦ୍ୱାରା ଏହାର ଆଡପ୍ଟିଭ୍‌ ଡ୍ୟୁରେବିଲିଟି ଓ କଣ୍ଡକ୍ଟିଭିଟି ବଢ଼ିଗଲା । ଦୁଇ ପଜିଟିଭ୍‌ ଓ ଦୁଇ ନେଗେଟିଭ୍‌ ଚାର୍ଜଡ୍‌ ପଲିମରକୁ ମିଶାଇ ସୁପର୍‌ ସ୍ମଲ୍‌ ମେଟାବଲ୍ସ ପ୍ରସ୍ତୁତ କରାଯାଏ । ଏହି ମେଟାବଲ ଶକ୍‌-ଆବ୍‌ଜର୍ଭର୍ସ ଭଳି ଯେକୌଣସି ପ୍ରଭାବକୁ ଭାଙ୍ଗିବାରୁ ରୋକିଥାଏ । ଏହି ଉପକରଣ ଅତ୍ୟନ୍ତ ନରମ ଓ ନମନୀୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.