ପ୍ରମୁଖ ଖବର
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଲଣ୍ଡନରେ ତଲଓ୍ବାର ଧରି ଆତତାୟୀର ଆତଙ୍କ, ସାଧାରଣ ଲୋକଙ୍କଠାରୁ ନେଇ ପୋଲିସ ପର୍ଯ୍ୟନ୍ତ ସମସ୍ତଙ୍କୁ କଲା ଆକ୍ରମଣ

ଲଣ୍ଡନ,୩୦।୪: ବ୍ରିଟେର ରାଜଧାନୀ ଲଣ୍ଡନର ପୂର୍ବ ଭାଗରେ ତଲଓ୍ବାର ଧରି ଆତତାୟୀର ଆତଙ୍କ। ତଲଓ୍ବାରରେ ଆତତାୟୀ ସ୍ଥାନୀୟ ଲୋକଙ୍କ ସହିତ ପୋଲିସ ଉପରେ ଆକ୍ରମଣ କରିଛି। ଆତତାୟୀର ଭିଡିଓ ମଧ୍ୟ ସାମନାକୁ ଆସିଛି। ଜଣେ ବ୍ୟକ୍ତି ତଲଓ୍ବାର ହଲାଉଥିବାର ଦେଖିବାକୁ ମିଳିଛି।  ପ୍ରଥମେ ଅଭିଯୁକ୍ତ ନିଜର କାରକୁ ଜଣଙ୍କ ଘର ଭିତରେ ଭର୍ତ୍ତି କରିଦେଇଥିଲ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବାର ଖବର ମିଳିଛି। ବ୍ରିଟିସ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଘଟଣା ପୂର୍ବଲଣ୍ଡନର ଟ୍ୟୁବ୍ ଷ୍ଟେସନ୍‌ରେ ଘଟିଛି।

ଆକ୍ରମଣକାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ଗିରଫ ପୂର୍ବରୁ ସାଧାରଣ ଲୋକ ଓ ଦୁଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛି। ମେଟ୍ରୋପଲିଟାନ ପୋଲିସ ସକାଳ ୭ଟା ବେଳେ କିଛି ସମୟ ପୂର୍ବରୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା।ଉଦ୍ଧକାରୀଦଳ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ଜରୁରୀକାଳୀନ ସେବା ଦେଉଥିବାର ଦେଖିବାକୁ ମିଳିଛନ୍ତି। ଆତତାୟୀର ଆକ୍ରମଣରେ କେତେ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥିତି ଏବେ ସ୍ପଷ୍ଟ ହୋଇନି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.