ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବିଜେପିର ବିରାଟ ମିଶ୍ରଣ ପର୍ବ, ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୫୦୦କର୍ମୀ ସାମିଲ

ତେନ୍ତୁଳି ଖୁଣ୍ଟି, ୨।୫: ବିଜେପିର ବିରାଟ ମିଶ୍ରଣ ପର୍ବ । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳି ଖୁଣ୍ଟି ବ୍ଲକର ଦିଗି ପଞ୍ଚାୟତ ଅନ୍ତର୍ଗତ ଠାକୁରାଣୀ ଆମ୍ବ ତୋଟାରେ ଯୁବନେତା ଜିଲ୍ଲା ବିଜେପି ସମ୍ପାଦକ ସନ୍ତୋଷ ପାତ୍ର ନେତୃତ୍ୱରେ ଗୁରୁବାର ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ଦୀଗି ପଞ୍ଚାୟତ ସରପଞ୍ଚ କିଶୋର ନାୟକ, ସମିତି ସଭ୍ୟା ସୁଶୀଳା ନାୟକ ଓ ସମସ୍ତ ୱାର୍ଡ ମେମ୍ବର ନିଜ ନିଜ ସମର୍ଥକ ସହ ୫ ଶହରୁ ଉର୍ଦ୍ଧ୍ୱ ବିଜେଡି କଂଗ୍ରେସ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶର ବିକାଶ କରୁଥିବା ଦେଖି ତାହା ସହ ସାଂସଦ ପ୍ରାର୍ଥୀ ଇଂ ବଳଭଦ୍ର ମାଝି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝିଙ୍କ ଅନୁପ୍ରାଣିତ ହୋଇ ଶତାଧିକ ମହିଳା ପୁରୁଷ, ଯୁବ ଭୋଟର ବିଜେପିରେ ସାମିଲ ହୋଇଛନ୍ତି । 

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ସହଧର୍ମିଣୀ ଗଙ୍ଗେଶ୍ୱରୀ ମାଝି, ବିଜେପି ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ବରିଷ୍ଠ ନେତା ନାରାୟଣ ପାତ୍ର, ମୃତ୍ୟୁଞ୍ଜୟ ସିଂ ବିଜେପିରେ ନୂତନ ଭାବେ ଯୋଗ ଦେଇଥିବା ପୂର୍ବତନ ନଗରପାଳ ଅର୍ଜୁନ ତ୍ରିପାଠୀ, ବ୍ଳକର ପୂର୍ବତନ ଚେୟାରମ୍ୟାନ୍ ପ୍ରଭାତୀ କନ୍ଧ, ଦେବକୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଦା ଜାନୀ, ପୂର୍ବତନ ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ, ତ୍ରିନାଥ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଅଛୁତା ନନ୍ଦ ବିଷୋୟୀ ତେନ୍ତୁଳି ଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି ତେନ୍ତୁଳି ଖୁଣ୍ଟି ପ୍ରଭାରି କାହ୍ନୁ ଦାଶ ମଞ୍ଚାସିନ ଥିଲେ । ବିଭିନ୍ନ ଗାଁରୁ ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଜେପି କର୍ମୀ ଦିଗି ପଞ୍ଚାୟତର ସଭାପତି ପୂର୍ଣ୍ଣ ବିଷୋୟୀ, ଲଛମନ ମାଝି, ଧରଣୀ ସିଂହ ପ୍ରମୁଖ ସହଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସହ ବିଜେପି ସରକାର ଆସିଲେ ଚାଷୀ ଧାନ ୩୧ ଶହ ଟଙ୍କାରେ କିଣାଯିବ ଓ ନବରଙ୍ଗପୁରର ରେଳ ଲାଇନ କାମ ଅଗ୍ରାଧିକାର ଭାବରେ କାମ ହେବ ବୋଲି ଉପସ୍ଥିତ ଥିବା ନବରଙ୍ଗପୁର ଜନସାଧାରଣଙ୍କୁ କହିଛନ୍ତି । ୨ ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେଇ ଜିତାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.