ଟିଟିଲାଗଡ଼ ୦୨/୦୫: କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ବିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ। ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ନବୀନଙ୍କ ସହ ଭି.କେ.ପାଣ୍ଡିଆନ, ଅନଙ୍ଗ ଉଦୟ ସିଂଦେଓ, ଟିଟିଲାଗଡ ବିଧାନସଭା ପ୍ରାର୍ଥୀ ଓ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।ପୂର୍ବରୁ ମଙ୍ଗଳବାର ଦିନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ସୂଚନା ମୁତାବିକ, ଗୁରୁବାର ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ନବୀନ। ସେଠାରୁ ସେ ହେଲିକପ୍ଟର ଯୋଗେ ଟିଟିଲାଗଡ଼ ସିଟି ସ୍କୁଲ ପଡ଼ିଆରେ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ବିଶାଳ ରୋଡ ସୋ'ରେ ପ୍ରାର୍ଥିପତ୍ର ଦାଖଲ ପାଇଁ ବାହାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଟରେ ଟିଟିଲାଗଡ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଟିଟିଲାଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ |