ପୋଲସରା, ୧୬/୦୫ : ପୋଲସରା ଥାନା ତୋଟା ସାହି ନିକଟରେ ଚାଞ୍ଚଲ୍ୟ। ଦିନ ଦିପ୍ରହରରେ ଫୁଟିଲା ଗୁଳି। ଜଣେ ଆହତ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନାନୁଯାୟୀ, ପୋଲସରା ଥାନା ତୋଟା ସାହି ନିକଟରେ ୪ ଜଣ ଯୁବକ ଦୁଇଟି ବାଇକ୍ରେ ଆସି ଗଣେଶ ଖଟେଇଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ତାଙ୍କ କାନରେ ବାଜିଛି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ତାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ରଜନୀ କାନ୍ତ ସାମଲ, ଆଇଆଇସି କୌଶିକ ମାଝୀ ପହଞ୍ଚିଛନ୍ତି। ଗଣେଶ ଜଣେ ଅପରାଧୀ ହୋଇଥିବା ବେଳେ ତାଙ୍କ ନାଁରେ ଥାନାରେ ମାମଲା ରହିଛି।