ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ନେତାନ୍ୟାହୁଙ୍କୁ ଗିରଫ ଭୟ! ଆଇସିସି ଜାରି କରିପାରେ ଆରେଷ୍ଟ ଓ୍ବାରେଣ୍ଟ

Image source: ABP live

ନୂଆଦିଲ୍ଲୀ,୨୯/୦୪: ଗାଜାରେ ଇସ୍ରାଏଲର ନରସଂହାରକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଇସିସି (ଆନ୍ତର୍ଜାତୀୟ ଅପରାଧିକ କୋର୍ଟ) ଗିରଫ ୱାରେଣ୍ଟ ଜାରି କରିପାରେ। ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶ ଆଇସିସିରେ ଏକ ପିଟିସନ ଦାଖଲ କରିଥିଲେ।   ବର୍ତ୍ତମାନ ଟାଇମ୍ସ ଅଫ୍ ଇସ୍ରାଏଲ ରବିବାର ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ କୁହାଯାଇଛି ଯେ ଇସ୍ରାଏଲ୍ ସରକାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ ଆଇସିସିର ଗିରଫଦାରୀ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି।  

ଇସ୍ରାଏଲ ଅଧିକାରୀମାନଙ୍କର କହିବା କଥା ହେଲା, ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କିତ ଆଇସିସି ଏକ ୱାରେଣ୍ଟ ଜାରି କରିବାକୁ ପ୍ରସ୍ତୁତ ହେଉଛି। ଏହି ୱାରେଣ୍ଟ ରଦ୍ଦ କରିବା ପ୍ରକ୍ରିୟାରେ ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦ ଏବଂ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଜଡିତ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସୂଚନା ମୁତାବକ, ଆଇସିସି କାର୍ଯ୍ୟାନୁଷ୍ଠାନର ମୁଖ୍ୟ ଧ୍ୟାନ ଗାଜା ପଟ୍ଟିରେ ପାଲେଷ୍ଟାଇନ୍‌ରେ ଲୋକେ ଭୋକରେ ରହିବା ଉପରେ ହେବ। ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଇସ୍ରାଏଲର ସାମ୍ବାଦିକ ବେନ୍ କାସପିଟ୍‌ଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ନିଜ ତଥା ଅନ୍ୟ ଅଧିକାରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ହେବାର ସମ୍ଭାବନାକୁ ନେଇ ଚିନ୍ତିତ ଅଛନ୍ତି। ୱାରେଣ୍ଟକୁ ରଦ୍ଦ କରିବା ପାଇଁ ସେ ଲଗାତାର ଫୋନରେ ଆଲୋଚନା କରୁଛନ୍ତି, ଯାହାକି କେଉଁଠି ନା କେଉଁଠି ଆମେରିକା ରାଷ୍ଟ୍ରପତିଙ୍କ ଧ୍ୟାନ ଆକର୍ଷଣ କରିବ। ଆମେ କହିରଖୁଛୁ ଯେ, ଶୁକ୍ରବାର ଦିନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଟେଲିଗ୍ରାମରେ ଏକ ପୋଷ୍ଟ କରିଥିଲେ। ଏଥିରେ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ ମୋର ନେତୃତ୍ୱରେ ଏହାର ଆତ୍ମରକ୍ଷା ଏବଂ ଅଧିକାରକୁ ଦୁର୍ବଳ ହେବାକୁ ଦେବ ନାହିଁ। ଆଇସିସି ଦ୍ୱାରା ଆମେ କୌଣସି ପ୍ରୟାସକୁ କେବେବି ଗ୍ରହଣ କରିବୁ ନାହିଁ। ସୈନିକ ଏବଂ ଅଧିକାରୀଙ୍କୁ ଗିରଫ କରିବାର ଧମକ ଅତ୍ୟନ୍ତ ଅପମାନଜନକ ଅଟେ। ଆମେ ଏହା ଆଗରେ ମୁଣ୍ଡ ନୂଆଁଇବୁ ନାହିଁ। 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.