ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଚୀନ ଲଞ୍ଚ କଲା ସୁପରକ୍ୟାରିୟର ଯୁଦ୍ଧ ଜାହାଜ , ଆମେରିକାକୁ ଛାଡ଼ି ଦେଲେ ବିଶ୍ୱରେ ଆଉ କାହା ପାଖରେ ନାହିଁ ଏପରି ଶକ୍ତି

ବେଜିଂ- ସମୁଦ୍ରକୁ ଓହ୍ଲାଇଲା ଚୀନ୍‌ର ପ୍ରଥମ ସୁପରକ୍ୟାରିୟର। ଏହା ଚୀନର ୩ୟ ବିମାନବାହୀ ଯୁଦ୍ଧା ଜାହାଜ, ଯାହା ଆମେରିକାର ବାହାରେ ତିଆରି ହୋଇଥିବା ସବୁଠୁ ଆଡଭାନ୍ସ ଏୟାରକ୍ରାଫ୍ଟ କ୍ୟାରିୟର। ଏହାର ନାଁ ରହିଛି ଫୁଜୟାନ, ଯାହା ଚୀନର ପ୍ରାନ୍ତ ଫୁଜିୟାନର ନାଁରେ ରଖାଯାଇଛି। ଏହା ଚୀନ୍‌ର ପ୍ରଥମ କ୍ୟାଟୋବାର ଏୟାରକ୍ରାଫ୍ଟ କ୍ୟାରିୟର। ଏହା ସଂପୂର୍ଣ୍ଣ ରୂପେ ଚୀନ୍‌ରେ ତିଆରି କରାଯାଇଛି।

ଫୁଜିୟାନ ସୁପରକ୍ୟାରିୟର ଟାଇପ୍‌-୦୩ ଏୟାରକ୍ରାଫ୍ଟ କ୍ୟାରିୟର। ଯାହାର ଡିସପ୍ଲେସମେଣ୍ଟ ୭୧,୮୭୫ ଟନ୍‌ ରହିଛି। ୩୧୬ ମିଟର ଲମ୍ୱ ଏହି ଯୁଦ୍ଧ ଜାହାଜର ବିମ୍‌ ୨୪୯ ଫୁଟ୍‌ ଉଚ୍ଚ। କ୍ୟାଟୋବାରର ଅର୍ଥ କି ଏହାର ଫାଇଟର ଜେଟ୍‌ ଏକ ଗୁଲେଲ୍‌ ଭଳି ଡୋର୍ ସାହାଯ୍ୟରେ ଟେକଅଫ୍ ଓ ଲ୍ୟାଣ୍ଡ କରିବ। 

ଏହା ଚୀନର ସବୁଠୁ ଆଧୁନିକ ଓ ବିପଜ୍ଜନକ ବିମାନବାହକ ଯୁଦ୍ଧ ଜାହାଜ। ଏଥିରେ ଫାଇଟର ଜେଟ୍ସର ଟେକଅଫ୍‌ ଓ ଲ୍ୟାଣ୍ଡିଂ ପାଇଁ ତିନୋଟି ଲେଖାଏଁ ଛୋଟ ରନୱେ କରାଯାଇଛି। ଏହାକୁ ସାଙ୍ଘାଇ ପାଖ ଉତ୍ତର-ପୂର୍ବରେ ଥିବା ଜିୟାଙ୍ଗନାନ ସିପୟାର୍ଡରେ ୨୦୧୮ରୁ ତିଆରି କରାଯାଉ ଥିଲା। 

ଏହି ଯୁଦ୍ଧ ଜାହାଜ ଉପରେ ସେଲ୍ଫ ଡିଫେନ୍ସ ଅସ୍ତ୍ର ପାଇଁ ଏଚକ୍ୟୁ-୧୦ ସର୍ଟ ରେଞ୍ଜ ସରଫେସ୍‌ –ଟୁ-ଏୟାର ମିସାଇଲ ସିଷ୍ଟମ ଓ 30mm ର H/PJ-11 ଆଟୋକ୍ୟାନନ ଲାଗିଛି। ଏହାର ରାଡାର ସିଷ୍ଟମ ମଧ୍ୟ ଆୟତାକାର, ଅର୍ଥାତ୍‌ ଲମ୍ୱା ଦୂରତାରୁ ଆସୁଥିବା ମିସାଇଲ ଓ ଫାଇଟର ଜେଟ୍‌ସକୁ ଟ୍ରାକ୍‌ କରି ପାରିବେ। ଏହାସହ ଟାର୍ଗେଟ୍‌ ଲକ୍‌ କରି ପାରିବ।

ଏହା ବ୍ୟତୀତ ଏହା କୁହାଯାଉଛି କି , ଏହା ଉପରେ ଚୀନ୍‌ ନିଜର ଜେ-୧୫ବି ଫାଇଟର ଜେଟ୍‌ ମୁତୟନ କରିବ। ଏହା ବ୍ୟତୀତ ପରବର୍ତ୍ତୀ ଜେନେରେସନ ଫାଇଟର ଜେ-୩୫ ମଧ୍ୟ ମୁତୟନ କରାଯିବ। ଜେ-୧୫ଡି ଇଲେକ୍ଟ୍ରୋନିକ ୱାରଫେୟାର ଫାଇଟର ଜେଟ୍‌ ମଧ୍ୟ ଆବଶ୍ୟକ ପଡ଼ିଲେ ମୁତୟନ ହେବ। ଚୀନ ଏହି ଯୁଦ୍ଧ ଜାହାଜ ଉପରେ KJ-600 AEWC ବିମାନ ମଧ୍ୟ ମୁୟନ କରିବ , ଏଇଥି ପାଇଁ ଏହା ସମୁଦ୍ରରେ ଗୁଇନ୍ଦା କାମ କରି ପାରିବ। କେବଳ ଏତିକି ନୁହେଁ , ଫୁଜିୟା ଏୟାରକ୍ରାଫ୍ଟ କ୍ୟାରିୟର ଉପରେ Z-8/18 ୟୁଟିଲିଟି ଓ ଏଏସଡବ୍ଲ୍ୟୁ ହେଲିକପ୍ଟର୍ସ ମୁତୟନ ହେବେ। ଏହାସହ ନୂଆ Z-20  ମିଡିୟମ ହେଲିକପ୍ଟର ମଧ୍ୟ ମୁତୟନ କରାଯିବ। 

ସେପଟେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଜୁନ୍‌ ୨୦୨୨ରେ କହିଥିଲା କି ଚୀନ୍‌ ଯଦିଓ ଏହାକୁ ସମୁଦ୍ରରେ ଛାଡ଼ିବ , କିନ୍ତୁ ସଂପୂର୍ଣ୍ଣ ରୂପେ ଅପରେସନାଲ ହେବାରେ ଏହି ଏୟାରକ୍ରାଫ୍ଟ କାରିୟରକୁ ଏବେ ଆହୁରି ଦେଢ ବର୍ଷ ଲାଗିଯିବ। ଏ କଥା ସେବେର ଯେବେ ପ୍ଲାନେଟ୍‌ ଲ୍ୟାବ୍ସ ପରି ଏହି ଯୁଦ୍ଧ ଜାହାଜ ତିଆରିର ସାଟେଲାଇଟ୍‌ ଫଟୋ ଜାରି ହୋଇଥିଲା। ବର୍ତ୍ତମାନ ଏହି ଯୁଦ୍ଧ ଜାହାଜ ସମୁଦ୍ରରେ ଟହଲ ମାରିବାରେ ବିତାଇବ। ଏହାପରେ ତାକୁ ପିପୁଲ୍ସ ଲିବରେସନ ଆର୍ମି-ନେଭି ( PLAN) ରେ ସାମିଲ କରାଯିବ। 

ଚୀନର ଉକ୍ତ ବିମାନବାହୀ ଯୁଦ୍ଧ ଜାହାଜକୁ ଚୀନ୍‌ର ମିଲିଟାରୀର ଆଧୁନିକୀକରଣର ଏକ ଅଂଶ ମନେକରାଯାଉଛି। ଏହାକୁ ତିଆରି କରିବା ପଛରେ ଚୀନ୍‌ର ଲକ୍ଷ୍ୟ କି, ଏସିଆ ଅଞ୍ଚଳରେ ନିଜର ଶକ୍ତିକୁ ବଢାଇବା। ଯୁଦ୍ଧ ଜାହାଜ ସଂଖ୍ୟା ମାମଲାରେ ଚୀନ୍‌ ପଖରେ ଦୁନିଆର ସବୁଠୁ ବଡ଼ ନୌସେନା ଅଛି। ହେଲେ କ୍ଷମତା ମାମଲାରେ ସେ ଆମେରିକୀୟ ନୌସେନା ଠାରୁ ପଛରେ। କିନ୍ତୁ ଯେବେ କଥା ଉଠେ ଏୟାରକ୍ରାଫ୍ଟ କ୍ୟାରିୟର ସଂଖ୍ୟାର , ସେତେବେଳେ ଆମେରିକୀୟ ନୌସେନା ଦୁନିଆର ନମ୍ୱର ୱାନ ନେଭି ସାବ୍ୟସ୍ତ ହୋଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.