ନୂଆଦିଲ୍ଲୀ,୨୨।୫: ଦେଶରେ ଗ୍ରୀଷ୍ମ ଲହରୀର ବିପଦକୁ ଦେଖି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ନୋଟିସ୍ ଏକ ଜନସ୍ବାର୍ଥ ମାମଲା(PIL) ର ଜବାବ୍ରେ ଜାରି କରି ଦିଆଯାଇଛି। ଯେଉଁଥିରେ ଗତ ବର୍ଷ ହିଟ୍ଓ୍ବେଭ୍ ଓ ଗରମ ସମ୍ପର୍କିତ ରୋଗ କାରଣରୁ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ନେଇ ଜଣାପଡିଛି। ଆବେଦନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହଟ୍ଓ୍ବେଭ୍ ମ୍ୟାନେଜେମଣ୍ଟ ପାଇଁ ଜାତୀୟ ଗାଇଡଲାଇନ୍କୁ କଡାକଡି ପାଳନ କରିବାର ନିର୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ବି ଆର ଗଭଇ ଓ ନ୍ୟାୟମୂର୍ତ୍ତି ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ଗୃହମନ୍ତ୍ରଣାଳୟ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସହ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ଭିତରେ ଜବାବ୍ ଦାଖଲ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ପରିବେଶବିତ୍ ବିକ୍ରାନ୍ତ ତୌଗଡଙ୍ ଦ୍ବାରା ଦାଖଲ ଆବେଦନ ଉପରେ ଶୁଣାଣି କରିଥିଲେ। ଯିଏକି ପୂର୍ବନୁମାନ, ହିଟ୍ଓ୍ବେଭ୍ ଜାରି କରିବାକୁ ପୂର୍ବ ଚେତାବନୀ ଓ ୨୪ ଘଣ୍ଟା ହେଲପଲାଇନ୍ ସୁବିଧା ପ୍ରଦାନ କରିବାର ନିର୍ଦେଶ ଦେବାକୁ ଦାବି କରିଛନ୍ତି।
ତୌଗଣ୍ଡଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଆକାଶ ବଶିଷ୍ଠ କହିଛନ୍ତି, ଗତ ବର୍ଷ ଭୀଷଣ ଗରମ କାରଣରୁ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି, ବାରମ୍ବାର ଭବିଷ୍ୟବାଣୀ କରାଯାଇଛି ‘ହିଟ୍ ଷ୍ଟେ୍ରସ୍’ ଅଧିକ ତୀବ୍ର ହୋଇଯିବ, ଯାହାର ପରିମାଣ ସ୍ବରୂପ ମୃତ୍ୟୁ ସଂଖ୍ୟା ବଢିପାରେ। ପୂର୍ବରୁ ଗରମ ଓ ଲୁ’ର ସ୍ଥିତି ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତ ସହିତ ତିନୋଟି କ୍ଷେତ୍ରରେ ରହିଥାଏ, କିନ୍ତୁ ଏବେ ପୂର୍ବତଟ, ପୂର୍ବ, ଉତ୍ତର-ପୂର୍ବ, ପ୍ରାୟଦ୍ବୀପ, ଦକ୍ଷିଣ ଓ ଦକ୍ଷିଣ-ମଧ୍ୟ କ୍ଷେତ୍ରରେ ବ୍ୟାପି ଯାଇଛି। ଏଠାରେ ଆଇଏମ୍ଡିର ଏକ ରିପୋର୍ଟରେ କୁହାଯାଇଛି।