ନୂଆଦିଲ୍ଲୀ,୨୨।୫: ଦିଲ୍ଲୀ-ଏନ୍ସିଆରରେ ସର୍ଜରୀକୁ ନେଇ ଆସିଛି ଏକ ଦୁର୍ଲଭ ମାମଲା । ୭୦ ବର୍ଷର ଜଣେ ବୟସ୍କ ବ୍ୟକ୍ତିଙ୍କର ୬୦ ମିନିଟ୍ ପର୍ଯ୍ୟନ୍ତ ଅପରେସନ୍ରେ ଚାଲିଥିଲା ,ହେଲେ ତାଙ୍କର ପିତ୍ତକୋଷରୁ ବାହାରିଥିବା ପଥରକୁ ଗଣିବାକୁ ଲାଗିଥିଲା ୬ ଘଣ୍ଟା। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ,ଏପର୍ଯ୍ୟନ୍ତ ଦିଲ୍ଲୀ-ଏନ୍ସିଆରରେ ସର୍ଜରୀ କରି ବାହାର କରାଯାଇଥିବା ପିତ୍ତକୋଷ ଷ୍ଟୋନ୍ର ଏହା ହିଁ ହେଉଛି ସବୁଠାରୁ ଅଧିକ ସଂଖ୍ୟା।
ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଜରୀରେ ବ୍ୟକ୍ତିଙ୍କର ପେଟରୁ ୮,୧୨୫ ଷ୍ଟୋନ୍ ବାହାର କରାଯାଇଥିଲା। ଗୁରଗ୍ରାମ୍ ଫୋର୍ଟିସ୍ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ଏହି ସର୍ଜରୀ ହୋଇଥିଲା। ୬୦ ମନିଟ୍ ସର୍ଜରୀରେ ବାହାର ହୋଇଥିବା ଷ୍ଟୋନ୍ ଗଣିବାକୁ ୬ ଘଣ୍ଟା ଲାଗିଯାଇଥିଲା।
ଗୁରୁବାର ହସ୍ପିଟାଲ ପକ୍ଷରୁ କୁହାଯାଇଛି, ରୋଗୀ ଜଣକ ବହୁ ବର୍ଷ ହେବ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ମଝିରେ ମଝିରେ ଜ୍ବର, ଭୋକ ନଲାଗିବା ଓ ଛାତି ଏବଂ ପିଠିରେ ଭାରିପଣ ଅନୁଭବ କରୁଥିଲେ। ପ୍ରାୟତଃ କୋଲୋଷ୍ଟେ୍ରାଲ୍ ଅସନ୍ତୁଳନ କାରଣରୁ ପିତ୍ତକୋଷରେ ପଥର ହୋଇଥାଏ। ଏହା ସମୟ ସହ ବଢିପାରେ। ରୋଗୀଙ୍କର ୧୨ ମଇରେ ପିତ୍ତକୋଷରୁ ପଥର ବାହାର କରିବାକୁ ସର୍ଜରୀ ହୋଇଥିଲା। ସର୍ଜରୀ କରିଥିବା ଟିମ୍ରେ ସାମିଲ ଡାକ୍ତରଙ୍କ କହିବା ଅନୁସାରେ, ଏହା ଏକ ଅଦ୍ଭୁତ ଘଟଣା। ବହୁ ବର୍ଷ ଧରି ଷ୍ଟୋନ୍ ରହିଥିଲା। ଯଦି ଚିକିତ୍ସାରେ ଆହୁରି ବିଳମ୍ବ ହୁଏ ହୋଇଥାନ୍ତା ତେବେ ସ୍ଥିତି ଆହୁରୀ ଗୁରୁତର ହୋଇପଡିଥାନ୍ତା। ଦୁଇ ଦିନ ପରେ ତାଙ୍କର ସ୍ଥିତି ସୁଧୁରିଥିବାର ଦେଖି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।