ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ତୁର୍କୀ ଓ ଚୀନକୁ ଭାରତର କଡ଼ା ସନ୍ଦେଶ; କହିଲା “ସମର୍ଥନ କରିବା ପରିବର୍ତ୍ତେ ପାକିସ୍ତାନକୁ ଆତଙ୍କ ଦମନ କରିବାକୁ କୁହ”

Published By : Bijay Swain | May 22, 2025 11:24 PM

ନୂଆଦିଲ୍ଲୀ: ଭାରତ ଗୁରୁବାର ଦିନ ତୁର୍କୀ ଓ ଚୀନ ପାଇଁ ଏକ କଡ଼ା ସନ୍ଦେଶ ଜାରି କରିଛି। ଉଭୟ ଦେଶ ପାକିସ୍ତାନକୁ ସୀମାପାର ଆତଙ୍କବାଦ ବନ୍ଦ କରିବାକୁ ଏବଂ ଦଶନ୍ଧି ଦଶନ୍ଧି ଧରି ପାଳି ଆସୁଥିବା ଆତଙ୍କବାଦ ବିରୁଦ୍ଧରେ ବିଶ୍ୱସନୀୟ ଓ ଯାଞ୍ଚଯୋଗ୍ୟ ପଦକ୍ଷେପ ନେବାକୁ ଚାପ ପକାଇବା ଉଚିତ ବୋଲି କହିଛି। ଏହି ବୟାନ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତୁର୍କୀ ଓ ଚୀନର ପାକିସ୍ତାନ ପ୍ରତି ସମର୍ଥନ ଏବଂ ଭାରତ ବିରୋଧରେ ନେଇଥିବା ପଦକ୍ଷେପ ମଧ୍ୟରେ ସାମ୍ନାକୁ ଆସିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଦ୍ୱିପାକ୍ଷିକ ସମ୍ପର୍କ ପରସ୍ପରର ସମ୍ବେଦନଶୀଳତା ଉପରେ ନିର୍ଭର କରିଥାଏ। ଆମେ ଆଶା କରୁଛୁ ଯେ ତୁର୍କୀ ପାକିସ୍ତାନକୁ ଆତଙ୍କବାଦ ବନ୍ଦ କରିବାକୁ ଏବଂ ଏହା ଦ୍ୱାରା ପୋଷିତ ଆତଙ୍କବାଦ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ।" ଜୟସୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଇ ୧୦ତାରିଖରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇଙ୍କ ସହ ଆଲୋଚନା କରି ପାକିସ୍ତାନରୁ ଉତ୍ପନ୍ନ ହେଉଥିବା ଆତଙ୍କବାଦ ବିରୁଦ୍ଧରେ ଭାରତର ଆଭିମୁଖ୍ୟ ନେଇ ସ୍ଥିତି ସ୍ପଷ୍ଟ କରିଥିଲେ।

ଏହି ଘଟଣା ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଘଟିଛି। ଏହାର ପ୍ରତିକ୍ରିୟାରେ ଭାରତ ‘ଅପରେସନ ସିନ୍ଦୁର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ତୁର୍କୀର ରାଷ୍ଟ୍ରପତି ରେସେପ ତୟପ ଏର୍ଦୋଗାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ଏକ ସନ୍ଦେଶରେ ପାକିସ୍ତାନକୁ ସମର୍ଥନ ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହା ଭାରତୀୟ ଲୋକମାନଙ୍କ ମଧ୍ୟରେ ବିସ୍ଫୋରଣ ସୃଷ୍ଟି କରିଛି।

ତୁର୍କୀ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଏବଂ କିଛି ସାମରିକ ଅପରେଟିଭ ଯୋଗାଇ ଦେଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଯଦିଓ ତୁର୍କୀ ଏହାକୁ ଅସ୍ୱୀକାର କରି କହିଛି ଯେ ଏହାର ବିମାନ କେବଳ ଇନ୍ଧନ ଭର୍ତ୍ତି ପାଇଁ ପାକିସ୍ତାନରେ ଅବତରଣ କରିଥିଲା। ଏହା ବ୍ୟତୀତ, ପାକିସ୍ତାନ ଭାରତ ବିରୁଦ୍ଧରେ ତୁର୍କୀରୁ ପ୍ରାପ୍ତ ଡ୍ରୋନ ଏବଂ ଚୀନ ନିର୍ମିତ ମିସାଇଲ ବ୍ୟବହାର କରିଥିଲା। ତେବେ ଭାରତୀୟ ସେନା ତୁର୍କୀର ଡ୍ରୋନ ଓ ଚାଇନା ନିର୍ମିତ ମିସାଇଲକୁ ମଝି ଆକାଶରେ ହିଁ ମାରି ଖସାଇ ଦେଇଥିଲା। 

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତୁର୍କ ୟୁକ୍ରେନକୁ ଯୋଗାଇ ଦେଇଥିବା ଡ୍ରୋନ ଉଚ୍ଛ କ୍ଷମତା ସମ୍ପନ୍ନ ହୋଇଥିବା ବେଳେ ପାକିସ୍ତାନକୁ ଦେଇଥିବା ଡ୍ରୋନ ଅପେକ୍ଷାକୃତ ନିମ୍ନ ମାନର ବୋଲି ଜଣାପଡିଛି। କାରଣ ପାକିସ୍ତାନ ବହୁ ସ୍ୱଳ୍ପ ମୁଲ୍ୟରେ ତୁର୍କଠୁ ଏହି ଡ୍ରୋନ ହାସଲ କରିଥିଲା। ତେଣୁ ଖର୍ଚ୍ଚକାଟ କରିବାକୁ ତୁର୍କ ଏହି ଡ୍ରୋନ ନିର୍ମାଣ ପାଇଁ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଏହି ଡ୍ରୋନ ଗୁଡିକଠୁ କମ ମୁଲ୍ୟରେ ନିର୍ମିତ ଭାରତୀୟ ମିସାଇଲ ଏହାକୁ ମାରି ଖସାଇ ପକାଇଥିଲା। ଯାହା ତୁର୍କ ନିର୍ମିତ ଡ୍ରୋନ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି। 

ଲେଫ୍ଟନାଣ୍ଟ-ଜେନେରାଲ ରାଜୀବ ଘାଇ ଏବଂ ଭାଇସ୍ ଆଡମିରାଲ ଏ ଏନ ପ୍ରମୋଦଙ୍କ ସହ ଏକ ମିଳିତ ବ୍ରିଫିଂ ସମୟରେ, ଅଧିକାରୀମାନେ ପାକିସ୍ତାନ ଦ୍ୱାରା ଚୀନ୍ ପିଏଲ-୧୫ ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ଏବଂ ତୁର୍କୀ ନିର୍ମିତ ବାଇକର ୟିହା ଏବଂ ସୋଙ୍ଗାର ଡ୍ରୋନ୍ ବ୍ୟବହାର କରିବାର ପ୍ରମାଣ ଉପସ୍ଥାପନ କରିଥିଲେ, ଯାହା ମଧ୍ୟରୁ ଅଧିକାଂଶ ଭାରତୀୟ ସିଷ୍ଟମ ଦ୍ୱାରା ଗୁଳି କରି ଖସାଇ ଦିଆଯାଇଥିଲା କିମ୍ବା ସଫଳତା ସହ ନିଷ୍କ୍ରିୟ କରାଯାଇଥିଲା। ଲେଫ୍ଟନାଣ୍ଟ-ଜେନେରାଲ ଘାଇ କହିଛନ୍ତି, "ଯେତେବେଳେ ପାକିସ୍ତାନ ବାୟୁସେନା ଆମ ଉପରେ ଆକ୍ରମଣ କରିଥିଲା, ଏହା ଆମର ଏଡି ଗ୍ରୀଡ୍ ସମ୍ମୁଖରେ ଏହା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା।"

ଭାରତର ଏହି କଡା ଆଭିମୁଖ୍ୟ ତୁର୍କୀ ଓ ଚୀନ ସହ ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ଜଟିଳତା ସୃଷ୍ଟି କରିଛି। ଭାରତୀୟ ନାଗରିକ ଓ ବ୍ୟବସାୟୀଙ୍କ ମଧ୍ୟରେ ତୁର୍କୀ ପଣ୍ୟ ଓ ସେବା ବର୍ଜନ କରିବା ପାଇଁ ଆହ୍ୱାନ ଜୋର ଧରିଛି। ଯାହା ତୁର୍କୀର ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପକାଇଛି। ଏହା ସହିତ, ଭାରତ ତୁର୍କୀର ସେଲେବି ଏଭିଏସନର ସୁରକ୍ଷା ମଞ୍ଜୁରୀ ରଦ୍ଦ କରିଛି। ଯାହା ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.