ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବ୍ୟାଙ୍କରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ : SBIର ୧୩,୭୩୫ଟି କ୍ଲର୍କ ପଦରେ ନିଯୁକ୍ତି ଅଭିଯାନର ଘୋଷଣା

Published By : Prameya | December 19, 2024 10:23 PM

ନୂଆଦିଲ୍ଲୀ : ଯଦି ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ତ ଆପଣଙ୍କ ପାଇଁ ଏକ ଭଲ ଖବର। ସାର୍ବଜନିକ କ୍ଷେତ୍ର ( ପବ୍ଲିକ ସେକ୍ଟକ) ର ବ୍ୟାଙ୍କ (ପିଏସବି) ବିଭିନ୍ନ ପର୍ଯ୍ୟାୟରେ ନିଯୁକ୍ତି ବୃଦ୍ଧି କରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍ (ଏସବିଆଇ) ୧୩୭୩୫ଟି କ୍ଲର୍କ ପଦର ମେଗା ଭର୍ତ୍ତି ଅଭିଯାନର ନୋଟିଫିକେସନ ଜାରି କରିଛି। ଚାକିରି ଆଶାୟୀଙ୍କ ପାଇଁ ନୂଆ ବର୍ଷ ଖୁସି ଓ ନୂଆ ସୁଯୋଗ ଆଣିବାକୁ ଯାଉଛି। ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି ଏବଂ ୭ ଜାନୁୟାରୀ ,୨୦୨୫ରେ ବନ୍ଦ ହେବ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ସହ ସାର୍ବଜନିତ କ୍ଷେତ୍ରର ବ୍ୟାଙ୍କ୍‌ ଗୁଡିକରେ ନିଯୁକ୍ତି ସଂଖ୍ୟାରୁ ଜଣାପଡ଼ିଛି କି, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବହୁପ୍ରତୀକ୍ଷିତ ପ୍ରୋବେସନାରୀ ଅଫିସର୍ସ ଓ କ୍ଲର୍କର ମୋଟ ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ତଥା ବ୍ୟାଙ୍କର୍ସଙ୍କୁ ଆଶା ଯେ ଏହା ଟ୍ରେଣ୍ଡ୍ ଆଗାମୀ ବର୍ଷ ମଧ୍ୟ ଜାରି ରହିବ। 

ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ (ଆଇବିପିଏସ) ୨୦୨୪ରେ ପ୍ରୋବେସନାରୀ ଅଫିସର , ସ୍ପେଶାଲିଷ୍ଟ ଅଫିସର ଓ କ୍ଲର୍କର ୧୦,୯୭୯ଟି ଭାକାନ୍ସି ପାଇଁ ନୋଟିଫିକେସନ ଜାରି କରିଛି , ଯାହାକି ୨୦୨୩ ରେ ୮,୯୯୬ ଭାକାନ୍ସି ଥିଲା। ୨୦୨୩ ମସିହା ବ୍ୟତୀତ , ରାଷ୍ଟ୍ରୀୟ ବ୍ୟାଙ୍କ ଗୁଡ଼ିକରେ ନିଯୁକ୍ତିରେ ୨୦୨୦ରେ ପୂରଣ ହୋଇଥିବା ୬,୭୨୧ ପଦରୁ ଲଗାତାର ବୃଦ୍ଧି ହୋଇଛି। 

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟା ସଞ୍ଚାଳିତ କରିବାର ଅଛି ଏବଂ କ୍ଲର୍କ ପଦ ପାଇଁ ଏହାର ନିଯୁକ୍ତି ମଧ୍ୟ ୨୦୨୦ରେ ୭,୮୨୦ରୁ ବୃଦ୍ଧି ପାଇ ୨୦୨୩ରେ ୮,୨୮୩ରେ ପହଞ୍ଚିଛି।୨୦୨୪ରେ , ଏହା ୧୩,୭୩୫ କ୍ଲର୍କ ପୋଷ୍ଟକୁ ପୂରଣ କରିବା ପାଇଁ ରେକର୍ଡ ସଂଖ୍ୟକ ନିଯୁକ୍ତ ଅଭିଯାନ ଜାରି ରଖିଛି। ଏସବିଆଇ ପିଓର ଭାକାନ୍ସିରେ ୨୦୨୨ରେ ୧୬୭୩ଟି ପୋଷ୍ଟରୁ ୨୦୨୩ରେ ୨୦୦୦ଟି ବୃଦ୍ଧି ହୋଇଛି। 

ନ୍ୟାସନାଲ ସ୍କୁଲ ଅଫ୍‌ ବ୍ୟାଙ୍କିଂର ପୂର୍ବତନ ନିର୍ଦ୍ଦେଶକ ଓ ଭେପା ଏକାଡେମୀର ବର୍ତ୍ତମାନର ନିର୍ଦ୍ଦେଶକ ସିଏମ୍‌ ଭେପା ବିଜନେସଲାଇନ୍‌କୁ କହିଛନ୍ତି, ଏସବିଆଇ ଚଳିତ ବର୍ଷର ପିଓ ପାଇଁ ଏବେସୁଦ୍ଧା ନୋଟିଫିକେସନ ଜାରି କରି ନାହିଁ ଏବଂ ଆମେ ଭାକାନ୍ସି ବୃଦ୍ଧିର ଆଶାର କରିଛୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.