ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର

Published By : Prameya | March 14, 2025 9:12 AM

ମୁମ୍ବାଇ,୧୪/୦୩: ଚଳିତ ବର୍ଷ ମହିଳା  ପ୍ରିମିୟର ଲିଗ୍‌ ଫାଇନାଲ୍‌ରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ  ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ପ୍ରଥମ ସଂସ୍କରଣରେ ମଧ୍ୟ ଉଭୟ ଫାଇନାଲ୍‌ ଖେଳିଥିଲେ । ଶନିବାର ଅର୍ଥାତ ୧୫ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭଦୋଦରା ବିସିଏ ଷ୍ଟାଡିୟମ‌ରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ଗୁରୁବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୪୭ ରନ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ  କରି ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ ବିନିମିୟରେ ୨୧୩  ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜରାଟ  ଜାଏଣ୍ଟ୍‌ସ ୧୯.୨ ଓଭରରେ ୧୬୬ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଅର୍ଦ୍ଧଶତକ ସହ ୩ଟି ୱିକେଟ୍‌ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ହେଲି ମାଥ୍ୟୁସ ପ୍ଳେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଗୁଜରାଟ ଜାଏଣ୍ଟ୍‌ସ ପାଇଁ ମହଙ୍ଗ ପଡ଼ିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା  ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ହେଲି ମାଥ୍ୟୁସ୍‌  ଓ ୟସ୍ତିକା ଭାଟିଆ ୪ଓଭରରେ ୨୬ ରନ ସଂଗ୍ରହ  କରିଥିଲେ । ପଞ୍ଚମ ଓଭରରେ ୟସ୍ତିକାଙ୍କୁ ଆଉଟ୍‌ କରିଥିଲେ ଡାନିଏଲା ଗିବସନ । ୟସ୍ତିକା ୩ଟି ଚୌକା ବଳରେ ୧୫ ରନ୍‌ କରିଥିଲେ ହେଁ ପ୍ରାରମ୍ଭିକ ୱିକେଟ୍‌  ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଭାବିତ କରିନଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନାତାଲି ସ୍କିଭର-ବ୍ରଣ୍ଟ  ଅପରାଜିତ ମାଥ୍ୟୁସଙ୍କ ସହ ମିଶି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ପଟୁ ଚୌକା ଓ ଛକା ବର୍ଷା  ହୋଇଥିଲା । ଗୁଜରାଟ ଜାଏଣ୍ଟ୍‌ସ ୬ଜଣ ବୋଲରଙ୍କୁ  ନିୟୋଜିତ କରିଥିଲେ ହେଁ କୌଣସି ସୁଫଳ  ମିଳିନଥିଲା। ଉଭୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ  ଓ ଦ୍ୱିତୀୟ ୱିକେଟ୍‌ରେ ୧୩୩ ରନ୍‌ର ଭାଗିଦାରୀ  ଗଠନ କରିଥିଲେ । ଦଳୀୟ ସ୍କୋର ୧୫୯ରେ ପହଞ୍ଚି  ସାରିଥିଲା । ଶେଷରେ କାଶଭୀ ଗୌତମ ଯୋଡ଼ି  ଭାଙ୍ଗିଥିଲେ । ମାଥ୍ୟୁସ ୫୦ଟି ବଲ୍‌ରୁ ୧୦ଚୌକା ଓ  ୩ଛକା ବଳରେ ୭୭ ରନ୍‌ କରି ଆଉଟ୍‌ ହୋଇଥିଲେ ।  

ମୁମ୍ବାଇ ଇଣ୍ଡିଆନ୍ସର ଆକ୍ରମଣ ଏତିକିରେ ଥମି  ନଥିଲା । ପରବର୍ତ୍ତୀ ବ୍ୟାଟର ହର୍ମନପ୍ରୀତ କୌର  ଧୂଆଁଧାର ବ୍ୟାଟିଂ କରିଥଲେ । ଅନ୍ୟ ଅପରାଜିତ ବ୍ୟାଟର  ସ୍କିଭର-ବ୍ରଣ୍ଟ ୪୧ଟି ବଲ୍‌ରୁ ୧୦ ଚୌକା ଓ ୨ଛକା ବଳରେ  ୭୭ ରନ୍‌ କରି ଆଉଟ୍‌ ହୋଇଥିଲେ । ହର୍ମନପ୍ରୀତ ୧୨ଟି ବଲ୍‌ରୁ ୨ଚୌକା ଓ ୪ଛକା ବଳରେ ୩୬ ରନ୍‌ କରିବା  ଫଳରେ ଦଳୀୟ ସ୍କୋର ୨୧୩ରେ ପହଞ୍ଚିଥିଲା 

୧୨୦ଟି ବଲ୍‌ରେ ୨୧୪ ରନ୍‌ର ଲକ୍ଷ୍ୟ ହାସଲ  କରିବା ସହଜ ନଥିଲା । ଗଜୁରାଟ ଜାଏଣ୍ଟ୍‌ସ ବିଶାଳ  ଲକ୍ଷ୍ୟର ଚାପରେ ଭାଙ୍ଗି ପଡ଼ିଥିଲା । ମୁମ୍ବାଇ ଇଣ୍ଡିଆନ୍ସ  ବୋଲରମାନେ ମଧ୍ୟ ଶୃଙ୍ଖଳିତ ବୋଲିଂ କରିଥିଲେ ।  ଫଳରେ ଗୁଜରାଟ ଜାଏଣ୍ଟ୍‌ସ ବ୍ୟାଟରମାନେ ବଡ଼  ସଟ୍‌ ଖେଳିବାକୁ ଯାଇ ବିଫଳ ହୋଇଥିଲେ ।  ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ  ଶେଷରେ ୧୯.୨ ଓଭରରେ ୧୬୬ ରନ କରି  ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଓପନର ଡାନିଏଲା  ଗିବସନ ସର୍ବାଧିକ ୩୪(୫ଚୌକା, ୧ଛକା)  ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫୋଏବ  ଲିଚଫିଲ୍ଡ ୨୦ଟି ବଲ୍‌ରୁ ୩୧(୪ଚୌକା, ୧ଛକା),  ଭାରତୀ ଫୁଲମାଲି ୨୦ଟି ବଲ୍‌ରୁ ୩୦(୩ଚୌକା,  ୧ଛକା), ସିମରନ ଶେଖ ୧୭ ଓ ତନୁଜା କୱଁର ୧୬  ରନ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି  ନଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାଥ୍ୟୁସ ୩ଟି  ଓ ଆମେଲିଆ କେର ୨ଟି ୱିକେଟ୍‌ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.