ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

IPL 2025: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲାଗିଛି ବ୍ୟାନ୍‌, କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ?

Published By : Tapas Panda | March 13, 2025 11:01 PM

Image Courtesy: abplive

ମୁମ୍ବାଇ: ମାର୍ଚ୍ଚ ୨୨ରୁ IPL 2025 ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟର ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳିବ । ଦୁଇ ଦଳ ମଧ୍ୟରେ ପ୍ରଥମ ମୁକାବିଲା ୨୩ ମାର୍ଚ୍ଚରେ ହେବ । କିନ୍ତୁ ଏହି ମ୍ୟାଚ୍‌ ଷ୍ଟାର ଅଲରାଉଣ୍ଡର ତଥା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିପାରିବେ ନାହିଁ । ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିବାରୁ ଏହି ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ତାଙ୍କୁ ବେଞ୍ଚରେ ବସିବାକୁ ପଡିବ । ଯଦି ସେ ନଖେଳିବେ ତେବେ ମୁମ୍ବାଇର ଅଧିନାୟକ କିଏ ହେବ ? 

ଗତ ସିଜନରେ ହାର୍ଦ୍ଦିକ ଅଧିନାୟକ ଭାବରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ । ଏହି କାରଣରୁ ବହୁତ ବିବାଦ ହୋଇଥିଲା। ପରିଣାମ ସ୍ୱରୂପ ମୁମ୍ବାଇ ଦଳର ପ୍ରଦର୍ଶନ ଖରାପ ହୋଇଥିଲା । ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଶେଷ ସ୍ଥାନରେ ରହିଥିଲା । ଏହି କାରଣରୁ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା। କେବଳ ଏତିକି ନୁହେଁ, ଅଧିନାୟକ ପାଣ୍ଡ୍ୟା ତିନି ଥର ସ୍ଲୋ ଓଭର ରେଟ୍ ପାଇଁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଥିଲେ । ତୃତୀୟ ମ୍ୟାଚ୍‌ଟି ମୁମ୍ବାଇ ଦଳର ଶେଷ ମ୍ୟାଚ୍‌ ଥିଲା । ଏଥିପାଇଁ ପାଣ୍ଡ୍ୟା ଆଇପିଏଲ ୨୦୨୫ ସିଜିନ୍‌ର ପ୍ରଥମ ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି । 

ପ୍ରଥମ ମ୍ୟାଚ୍‌ରେ ପାଣ୍ଡ୍ୟା ଖେଳିବେ ନାହିଁ । ତେଣୁ ତାଙ୍କ ସ୍ଥାନରେ ଦଳର ଅନ୍ୟ କେଉଁ ଖେଳାଳି ଅଧିନାୟକ ରହିବେ । ଜସପ୍ରିତ ବୁମରାହ IPLର ପ୍ରଥମାର୍ଦ୍ଧରୁ ବାହାରେ ଅଛନ୍ତି । ଏହାର ଅର୍ଥ ହେଉଛି ସେ ମୁମ୍ବାଇ ଅଧିନାୟକ ଦୌଡ଼ରେ ରହିବେ ନାହିଁ । ଏବେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ, ସୂର୍ଯ୍ୟକୁମାର ଯାଦବ ଏବଂ ରୋହିତ ଶର୍ମା ଅଧିନାୟକ ପାଇଁ ଦୁଇ ବଡ଼ ଦାବିଦାର ରହିଛନ୍ତି । ରୋହିତଙ୍କ କ୍ୟାପ୍ଟେନ୍ସିରେ ମୁମ୍ବାଇ ୫ ଥର ଟ୍ରଫି ଜିତିଥିଲା ।

ଅନ୍ୟପଟେ ଟିମ୍ ଇଣ୍ଡିଆର ଟି-୨୦ ଦଳର ଅଧିନାୟକ ଥିବା ସୂର୍ଯ୍ୟକୁମାର ଯାଦବଙ୍କର ମଧ୍ୟ ଏକ ଭଲ ରେକର୍ଡ ରହିଛି । ସେ ଅନ୍ତର୍ଜାତୀୟ ସ୍ତରରେ ୨୩ଟି ଟି-୨୦ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି ।  ସେଥି ମଧ୍ୟରୁ ଭାରତ ୧୮ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ଏବଂ ୪ଟିରେ ପରାସ୍ତ ହୋଇଛି । ତେବେ ରୋହିତ ପୁଣି ଥରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା କଷ୍ଟକର ମନେ ହେଉଛି। ତେଣୁ ସୂର୍ଯ୍ୟକୁମାର ଯାଦବ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମୁମ୍ବାଇର ଅଧିନାୟକ ହୋଇପାରନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.