ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ: ତାମିଲନାଡୁରେ ସରକାରୀ ଚାକିରି ପାଇଁ ତାମିଲ ଜାଣିବା ଜରୁରି

Published By : Prameya | March 13, 2025 12:48 PM

ମାଡ୍ରାସ,୧୩/୦୩: ତାମିଲନାଡୁରେ ସରକାରୀ ଚାକିରି କରିବାକୁ ହେଲେ ତାମିଲ  ଭାଷା ପଢ଼ିବା ଓ ଲେଖିବା ଜରୁରି ବୋଲି ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ଏକ ମାମଲାର  ଶୁଣାଣି କରିବା ବେଳେ ଏହି ଟିପ୍ପଣୀ କରିଛନ୍ତି ।  ବିଚାରପତି ଜେ ଜୟଚନ୍ଦ୍ରନ କହିଛନ୍ତି ଯେ ସରକାରୀ କର୍ମଚାରୀ ଯଦି ତାମିଲ ନ ଶିଖିବେ ତେବେ ଦୈନନ୍ଦିନ କାର୍ଯ୍ୟ କିଭଳି ସମ୍ଭାଳିବେ ।  କୌଣସି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ସେହି ରାଜ୍ୟର ଭାଷା ଆସିବା ନିହାତି ଆବଶ୍ୟକ । 

ଏହି ମାମଲା ତାମିଲନାଡୁ ଥେନି ଅଞ୍ଚଳର ବିଦ୍ୟୁତ ବୋର୍ଡର ଜଣେ ଜୁନିଅର ସହାୟକ ଏମ୍‌ ଜୟକୁମାରଙ୍କ ସହ ଜଡିତ । ଜୟକୁମାର ବିଦ୍ୟୁତ ବିଭାଗରେ ନିଯୁକ୍ତି ପାଇଥିଲେ । କିନ୍ତୁ ଦୁଇବର୍ଷ  ଭିତରେ ତାଙ୍କୁ ତାମିଲ ଶିଖିବାକୁ କୁହାଯାଇଥିଲା । ତେଣୁ ସେ ତାମିଲ ଭାଷା ଶିଖିବା ପରେ ପରୀକ୍ଷା ଦେଇଥିଲେ । କିନ୍ତୁ ଫେଲ ହେବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଏହା ବିରୋଧରେ ସେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । 

ଶୁଣାଣି ବେଳେ ଜଷ୍ଟିସ ଜୟଚନ୍ଦ୍ରନ ଓ ଜଷ୍ଟିସ ଆର ପୂର୍ଣ୍ଣିମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ତାମିଲ ଭାଷା ନ ଜାଣି ସରକାରୀ କର୍ମଚାରୀ  କିଭଳି କାମ କରିପାରିବେ । ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟ ଭିତରେ ଭାଷା ପରୀକ୍ଷାରେ  କୃତକାର୍ଯ୍ୟ ହେବାର ଥିଲା । ତାମିଲ ନ ଜାଣିଲେ ସରକାରୀ ଚାକିରି କିଭଳି ମିଳିବ । ଜୟକୁମାର  ବାଧ୍ୟତାମୂଳକ ତାମିଲ ଭାଷା ପରୀକ୍ଷାରେ ବିଫଳ ହୋଇଥିଲେ । ସେ ଦର୍ଶାଇଥିଲେ କି ତାଙ୍କ ପିତା ନୌସେନାରେ କାର୍ଯ୍ୟରତ ଥିଲେ । ତେଣୁ ସେ ବାହାରେ ସିବିଏସ୍‌ଇ ସ୍କୁଲରେ ପଢ଼ିଥିଲେ । ତେଣୁ ତାମିଲ ଭାଷା ଶିକ୍ଷାଲାଭ କରିପାରି  ନଥିଲେ । ତେବେ ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ଶୁଣାଣି ୬ ସପ୍ତାହ  ପରେ କରିବାକୁ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.