ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶ୍ରାବଣରେ ମହାଦେବଙ୍କୁ ଏମିତି କରନ୍ତୁ ପୂଜା, ମିଳିବ ସୁଖ ଏବଂ ସମୃଦ୍ଧି

ନୂଆଦିଲ୍ଲୀ ୨୨/୦୭: ଶ୍ରାବଣ ମାସଟି କରୁଣାମୟ ମହାଦେବଙ୍କ ପ୍ରତି ସମର୍ପିତ । ଏହି  ମାସରେ ବିଶେଷ ପୂଜାର୍ଚ୍ଚନା ଦ୍ୱାରା ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଭକ୍ତ ପ୍ରୟାସ କରିଥାଏ । ଶିବଙ୍କୁ ସନ୍ତୁଷ୍ଟ କରିବାକୁ କ’ଣ କରାଯିବା  ଆବଶ୍ୟକ ଆସନ୍ତୁ ଜାଣିବା । 

 ଶିବଲିଙ୍ଗରେ ଜଳାଭିଷେକ କରାଯାଏ । ଏହାବ୍ୟତୀତ କ୍ଷୀରରେ ବି ଅଭିଷେକ କରନ୍ତୁ । ଏହାଦ୍ୱାରା ସମସ୍ୟା ଦୂର ହୁଏ । 

ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା ଅତ୍ୟନ୍ତ ଶୁଭଦାୟକ । ତିନିପତ୍ର ବିଶିଷ୍ଟ ବେଲପତ୍ର ହିଁ ଚଢ଼ାଇବେ ।

ଲାଲ୍‌ ରଙ୍ଗର କେଶରରେ ଶିବଲିଙ୍ଗରେ ତିଳକ କରିବା ଦ୍ୱାରା ମାଙ୍ଗଳିକ ଦୋଷ ଦୂର ହୁଏ । ୧୦୮ ବେଲପତ୍ରରେ ଚନ୍ଦନରେ ରାମନାମ ଲେଖି ଶିବଲିଙ୍ଗରେ ଅର୍ପଣ କଲେ ବିବାହ ଯୋଗରେ ବାଧା ଦୂର ହୁଏ ।

ଶିବଙ୍କ ଠାରେ ସୁଗନ୍ଧି ଛିଞ୍ଚିଲେ ମନ ଶୁଦ୍ଧ ହେବା ସହିତ ସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି କୁହାଯାଇଛି ।

 ଶିବ ଦୁଦୁରା, ଅରଖ, କନିଅର, ଶାମି, ବ୍ରହ୍ମକମଳ ଇତ୍ୟାଦି ପୁଷ୍ପ ପ୍ରିୟ । ଶ୍ରାବଣରେ କନିଅର,ଅରଖ ଇତ୍ୟାଦି ପୁଷ୍ପ ଉପଲବ୍‌ଧ ହେଉଥିବାରୁ ଏହି ପୁଷ୍ପ ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

ପ୍ରତି ସୋମବାର ମନ୍ଦିର ଯାଇ ଶିବଲିଙ୍ଗରେ ଶୁଦ୍ଧ ଗୁଆଘିଅ ଅର୍ପଣ କରିବା ଦ୍ୱାର ସନ୍ତାନ ପ୍ରାପ୍ତିରେ ରହୁଥିବା ଦୋଷ ଦୂର ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.