ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଶ୍ଵ ଷ୍ଟ୍ରୋକ୍ ଦିବସ ୨୦୨୪ : ଜାଣନ୍ତୁ ଏହାର ଇତହାସ ଏବଂ ଚଳିତ ବର୍ଷର ଥିମ୍...

Published By : Rasmita Pradhan | October 29, 2024 9:29 AM

ଭୁବନେଶ୍ଵର, ୨୯/୧୦ : ବୈଶ୍ଵିକ ସ୍ତରରେ ବ୍ରେନ୍ ଷ୍ଟ୍ରୋକ୍‌ର ବିପଦ ବଢୁଛି। ପୂର୍ବରୁ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏହି ସମସ୍ୟା ଏବେ ଯୁବବର୍ଗଙ୍କୁ ଗ୍ରାସ କରିବାକୁ ବସିଛି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ଆକଳନ ଅନୁଯାୟୀ, ପ୍ରତି ବର୍ଷ ଦେଢ କୋଟିରୁ ଉର୍ଦ୍ଧ୍ଵ ଲୋକ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ଏଥିରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ତେଣୁ ବ୍ରେନ୍ ଷ୍ଟ୍ରୋକ୍‌ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ବିଶ୍ଵ ଷ୍ଟ୍ରୋକ୍ ଦିବସ ପାଳନ କରାଯାଉଛି। 

୨୦୦୪ ଅକ୍ଟୋବର ୨୯ ତାରିଖରେ ବିଶ୍ଵ ଷ୍ଟ୍ରୋକ୍ ଦିବସ ପାଳନ କରାଯାଇଥିଲା। କାନାଡାରେ ୱାର୍ଲ୍ଡ ଷ୍ଟ୍ରୋକ୍ କଂଗ୍ରେସ ଏହି ଦିବସ ପ୍ରଥମେ ପାଳନ କରିଥିଲା। ଦୁଇ ବର୍ଷ ପରେ ୨୦୦୬ରେ ଏହି ଦିନଟିକୁ ବୈଶ୍ଵିକ ସ୍ତରରେ ଜନ ଜାଗରଣ ପାଇଁ ଘୋଷଣା କରାଗଲା। ଏହି ବର୍ଷ ୱାର୍ଲ୍ଡ ଷ୍ଟ୍ରୋକ୍ ଫେଡେରେସନ ଏବଂ ଅନ୍ତର୍ଜାତୀୟ ଷ୍ଟ୍ରୋକ୍ ସୋସାଇଟିର ବିଲୟରେ ୱାର୍ଲ୍ଡ ଷ୍ଟ୍ରୋକ୍ ସଙ୍ଗଠନର ସ୍ଥାପନ କରାଗଲା। ସେବେଠାରୁ ବିଶ୍ଵ ଷ୍ଟ୍ରୋକ୍ ସଙ୍ଗଠନ ବିଭିନ୍ନ ପ୍ଲାଟଫର୍ମରେ ଏହି ଦିବସ ପାଳନ କରୁଛି। ଚଳିତ ବର୍ଷର ଥିମ୍  #GreaterThanStroke ରଖାଯାଇଛି। 

ବ୍ରେନ୍ ଷ୍ଟ୍ରୋକ୍ ଏକ ଗମ୍ଭୀର ସମସ୍ୟା। ଏହା ଦ୍ଵାରା ମସ୍ତିଷ୍କର ଯେକୌଣସି ଅଂଶରେ ରକ୍ତ ସଞ୍ଚାଳନରେ ଅବରୋଧ କିମ୍ବା ରକ୍ତ ଯୋଗାଣ ହ୍ରାସ ହେତୁ ମସ୍ତିଷ୍କର ଯେକୌଣସି ଅଂଶ ଡେଡ୍ ହୋଇଯାଏ। ଏହାର ଚିକିତ୍ସା ଠିକ୍ ସମୟରେ କରାନଗଲେ ବିକଳାଙ୍ଗର ଶିକାର ହୋଇପାରନ୍ତି। ଏହା ଅତି ଗମ୍ଭୀର ହେଲେ ରୋଗୀର ମୃତ୍ୟୁ ହୋଇଥାଏ। 

ବ୍ରେନ୍ ଷ୍ଟ୍ରୋକ୍‌ର ଲକ୍ଷଣ-

କଥା କହିବାରେ ସମସ୍ୟା

ମୁହଁର ଗୋଟିଏ ପାର୍ଶ୍ଵ ମାଂସପେଶୀରେ ନିୟନ୍ତ୍ରଣ ହରାଇବା

ଧୂମିଳ ଦେଖାଯିବା

ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା

ବେହୋସ ହେବା

ବାନ୍ତି ହେବା

ବେକରେ କଷ୍ଟ ହେବା

ଭୁଲିବା ସମସ୍ୟା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.