ନୂଆଦିଲ୍ଲୀ –ନିକଟରେ ଏଲନ ମସ୍କଙ୍କ କମ୍ପାନୀ ଏକ ବଡ଼ କମାଲ କରିଛି। ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସର ରକେଟ୍ ମହାକାଶକୁ ଯାଇ ଫେରି ଆସିଛି। ସ୍ପେସ୍ ଲଞ୍ଚିଂର ଦୁନିଆରେ ଏହା ଏକ ବଡ଼ କାରନାମା ସାଜିଛି। ଏହି କାରନାମାକୁ ସଫଳ କରିବାରେ ଜଣେ ଭାରତୀଙ୍କ ଯୋଗଦାନ ମଧ୍ୟ ରହିଛି। ଏହି ଭାରତୀୟଙ୍କ ନାଁ ସଞ୍ଜୀବ ଶର୍ମା ,ଯିଏ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସରେ ଜଣେ ପ୍ରିନ୍ସିପାଲ ଇଞ୍ଜିନିୟର। ସଞ୍ଜିବ ଶର୍ମା ଦିନେ ଭାରତୀୟ ରେଲୱେରେ କାମ କରୁଥିଲେ। ଏଠାରୁ ସ୍ପେସଏକ୍ସ ଯାଏ ତାଙ୍କର ଯାତ୍ରା କେବଳ ଆଶ୍ଚର୍ଯ୍ୟକର ନୁହେଁ ବରଂ ପ୍ରେରଣାଦାୟୀ । ନିଜର ଲିଙ୍କଡଇନ୍ ପ୍ରୋଫାଇଲରେ ସଞ୍ଜୀବ ଲେଖିଛନ୍ତି ଯେ, ସେ ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରୁଛନ୍ତି , ଆସନ୍ତୁ ଜାଣିବା ସଞ୍ଜୀବ ଶର୍ମା କିଏ ଏବଂ କେମିତି ସେ ତାଙ୍କର ଏହି ଅବିଶ୍ୱସନୀୟ ଯାତ୍ରାରେ ସଫଳ ହେବେ ...
ସଞ୍ଜୀବ ଶର୍ମା ପାଠପଢା ପରେ ଆଇଆଇଟି ରୁଡକୀରେ ପହଞ୍ଚି ଥିଲେ। ହେଲେ ତାଙ୍କର ଲିଙ୍କଡଇନ୍ ପୋଷ୍ଟ ମୁତାବିକ , ୮ ମାସ ପରେ ହିଁ ରେଲୱେର ଏସସିଆର ଏକାଡେମୀରେ ଜଏନ କରିବା ପାଇଁ ତାଙ୍କୁ ଆଇଆଇଟି ଛାଡ଼ିବାକୁ ପଡ଼ିଲା। ଏହାପରେ ସେ ଭାରତୀୟ ରେଲୱେ ସହ ଯୋଡ଼ି ହେଲେ। ଏଠାରେ ସଞ୍ଜୀବ ଶର୍ମା ଡିଭିଜନଲ ମେକାନିକଲ ଇଞ୍ଜିନିୟର ଭାବେ କରିବା ଆରମ୍ଭ କଲେ । ସଞ୍ଜୀବ ଶର୍ମା ପୂରା ନିଷ୍ଠାର ସହ ନିଜ କାମର ଲାଗି ରହିଲେ ଏବଂ ପ୍ରମୋସନ ହାସଲ କରି ସେ ଡେପୁଟୀ ଚିଫ୍ ମେକାନିକଲ ଇଞ୍ଜିନିୟର ପଦ ଯାଏ ପହଞ୍ଚି ଗଲେ । ସଞ୍ଜୀବ ଶର୍ମା ୧୧ ବର୍ଷ ଯାଏ ରେଲୱେରେ କାମ କରିଛନ୍ତି। କିନ୍ତୁ ଏହା ପରେ ତାଙ୍କ କ୍ୟାରିୟରରେ ଏକ ବଡ଼ ଟ୍ୱିଷ୍ଟ ଆସିଲା।
ସଞ୍ଜୀବ ଶର୍ମା ରେଲୱେର ଚାକିରି ଛାଡ଼ି ଦେଲେ। ଏହାପରେ ସେ ପୁଣି ପାଠପଢିବାକୁ ନିଷ୍ପତ୍ତି ନେଲେ। ସଞ୍ଜୀବ ୟୁନିଭର୍ସିଟି ଅଫ୍ କୋଲୋରାଡୋ ବୋଲ୍ଡରରେ ଆଡମିସନ ନେଲେ। ଏହା ଥିଲା ୨୦୦୨ ମସିହା ଏବଂ ଯେଉଁ କୋର୍ସରେ ସଞ୍ଜୀବ ଆଡମିସନ ନେଲେ , ତାହା ଥିଲା ଏମଏସ ପ୍ରୋଗ୍ରାମ। କୋର୍ସ ଶେଷ ହେଲା ଏବଂ ୨୦୦୩ରେ ସେ ସେଗେଟ ଟେକ୍ନୋଲଜି କମ୍ପାନୀରେ ଚାକିରି କରିବାକୁ ଲାଗିଲେ। ହେଲେ ତାଙ୍କୁ ନିଜର ପାଠପଢା ବନ୍ଦ କଲେ ନାହିଁ। ୨୦୦୮ ମସିହାରେ ସଞ୍ଜୀବ ପହଞ୍ଚିଲେ ମିନେସେଟା ୟୁନିଭର୍ସିଟି ଓ ସେଠାରୁ ହାସଲ କଲେ ଏମଏସ ମ୍ୟାନେଜମେଣ୍ଟ ଅଫ୍ ଟେକ୍ନୋଲଜିର ଡିଗ୍ରୀ।
ସଞ୍ଜୀବ ଶର୍ମାଙ୍କର ଆବେଗର ରଙ୍ଗ ଲାଗିଗଲା ଏବଂ ତାଙ୍କର ଜୀବନର ସବୁଠୁ ବଡ଼ ସୁଯୋଗ ଆସିଲା ୨୦୧୩ରେ। ଚଳିତ ବର୍ଷ ସଞ୍ଜୀବ ଏଲନ ମସ୍କଙ୍କର କମ୍ପାନୀ ସ୍ପେସଏକ୍ସରେ ଡାୟନେମିକ୍ସ ଇଞ୍ଜିନିୟର ଭାବେ ଜଏନ କରିଥିଲେ। ସଞ୍ଜୀବ ସେଠାରେ ଷ୍ଟ୍ରକ୍ଚରାଲ ଡାୟନେମିକ୍ସ , ଫାଲକନ -୯ ରକେଟ୍ ବୁଷ୍ଟର , ଡ୍ରୋନ୍ ଡେଲିଭରୀ ସିଷ୍ଟମ ଓ ଷ୍ଟାରଶିପ୍ ଡାୟନେମିକ୍ସ ଭଳି ପ୍ରୋଗ୍ରାମସ୍ ସହ ଯୋଡ଼ି ହେଲେ । ଆଜି ଅନେକ ଲୋକ ସଞ୍ଜୀବ ଶର୍ମାଙ୍କୁ ନେଇ ପ୍ରେରିତ ହେଉଛନ୍ତି।