ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଦୁଇ କାର୍ ମୁହାଁମୁହିଁ ଧକ୍କା, ୭ ମୃତ

ନୂଆଦିଲ୍ଲୀ,୨୯/୬: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାତୀୟ ରାଜପଥରେ ମୁହାଁମୁହିଁ ହେଲେ ଦୁଇ କାର୍‌। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୁମ୍ବାଇ-ନାଗପୁର ସମୃଦ୍ଧ ଜାତୀୟ ରାଜପଥରେ ଏହି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। 

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମୃଦ୍ଧ ଜାତୀୟ ରାଜପଥର କନାବଞ୍ଚି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଏର୍ଟିଗା କାର ନାଗପୁରରୁ ମୁମ୍ବାଇ ଯାଉଥିବାବେଳେ  ସ୍ୱିଫ୍ଟ ଡିଜାଇର କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କାରରେ ବସିଥିବା ଯାତ୍ରୀମାନେ ବହାରକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ଏନେଇ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ସେପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.