ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ଜଟିଳ ଜନ୍ମଗତ ତୃଟି ଥିବା ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହେଲେ ସମ୍ମମ ଡାକ୍ତରୀ ଟିମ୍‌

Published By : Prameya | April 25, 2025 7:56 PM

ଭୁବନେଶ୍ୱର, ୨୫/୪ : ଜଟିଳ ଜନ୍ମଗତ ତୃଟି ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ମାତ୍ର ଦେଢ଼ କେଜି ଓଜନର ଏକ ଶିଶୁର ଉଚ୍ଚକୋଟୀର ଚିକିତ୍ସା ଦ୍ୱାରା ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ଡାକ୍ତରୀ ଟିମ୍‌। ଗର୍ଭଧାରଣର ମାତ୍ର ୩୩ସପ୍ତାହରେ ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟିର ବିରଳ ସମସ୍ୟା ଯାହାକୁ ‘ପାଇରେ ରୋବିନ୍ ସିକ୍ୱେନ୍ସ’ କୁହାଯାଏ ସେଥିରେ ପୀଡ଼ିତ ଥିବାର ଜଣାପଡ଼ିଥିଲା। ଏହି ସମସ୍ୟା ଜନ୍ମଗ୍ରହଣ କରୁଥିବା ୧୪ ହଜାର ଶିଶୁଙ୍କ ମଧ୍ୟରୁ ଜଣକ ଠାରେ ଦେଖାଯାଇଥାଏ। 

ଶିଶୁଟିର ତଳପାଟି ଖୁବ୍ ଛୋଟ ରହିଥିବାବେଳେ ଜିଭଟି ମଧ୍ୟ ଠିକ୍ ସ୍ଥାନରେ ରହି ନ ଥିଲା । ଯାହା ଦ୍ୱାରା ତାର ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ତା’ର ଜୀବନ ପ୍ରତି ବିପଦ ଥିଲା। ଏହା ଛଡ଼ା ଶିଶୁର ତାଳୁ ବିଭକ୍ତ ଥିବାରୁ ସେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରିବା ସମ୍ଭବ ହେଉ ନ ଥିଲା। ଶିଶୁର ପାଟି ଖୁବ୍ ଛୋଟ ଥିବାରୁ ଇନ୍‌ଟ୍ୟୁବେସନ୍ କିମ୍ବା ଭେଂଟିଲେସନ୍ କରିବା ସମ୍ଭବ ନ ଥିଲା । ତେଣୁ ଡାକ୍ତରମାନେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶିଶୁଟିର ଜୀବନ ବଂଚାଇବା ପାଇଁ ଏକ ନୂତନ ପ୍ରକ୍ରିୟା ଆପଣାଇଥିଲେ। ଏକ ଟ୍ରାକିଓଟୋମି ମାଧ୍ୟମରେ ତଂଟିରେ ଛୋଟ କଣା ମାଧ୍ୟମରେ ଟ୍ୟୁବ୍ ଭର୍ତ୍ତି କରାଯାଇଥିଲା ଯାହାଦ୍ୱାରା କି ଶିଶୁଟି ନିଃଶ୍ୱାସ ନେବା ସମ୍ଭବ ହୋଇପାରିଥିଲା। 

ସବୁଠାରୁ ଛୋଟ ଟ୍ରାକିଓଟୋମି ଟ୍ୟୁବ୍ (୨.୫ ମିମି) ଉପଲବ୍ଧ ଥିବାବେଳେ ଏହା ଶିଶୁର ଶରୀରରେ ବ୍ୟବହାର କରିବା ସମ୍ଭବ ହୋଇନଥିଲା। ତେବେ ଏଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଟିମ୍ ଟ୍ରାକିଆଲ ପୋର୍ଟ ମାଧ୍ୟମରେ ରେଟ୍ରୋଗ୍ରେଡ୍ ଇନ୍‌ଟ୍ୟୁବେସନ୍ ପଦ୍ଧତିରେ ଶିଶୁକୁ ନିଃଶ୍ୱାସ ନେବାକୁ ସାହାଯ୍ୟ କରିଥିଲେ ବୋଲି ଅସ୍ତ୍ରୋପଚାରର ଲିଡ୍ ସର୍ଜନ୍ ତଥା ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ କହିଛନ୍ତି। ବିରଳ ‘ଟ୍ରାକିଆଲ ସ୍ପ୍ଲିଟିଂ’ ପଦ୍ଧତି ଦ୍ୱାରା ଏହି ୨.୫ ମିମି ଟ୍ୟୁବ୍‌ଟି ସଫଳତାର ସହ ଶିଶୁର ଶରୀରରେ ଖଞ୍ଜା ଯାଇପାରିଥିଲା ଏବଂ ଏହା ଓଡ଼ିଶାରେ ପ୍ରଥମ ବୋଲି ଡାକ୍ତର ସାହୁ କହିଛନ୍ତି। 

ଶିଶୁଟି କିଛି ଦିନ ଏନ୍‌ଆଇସିୟୁରେ ଚିକିତ୍ସିତ ହେବା ପରେ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିଲା। ଉପଯୁକ୍ତ ପୋଷଣ, ଏୟାରୱେ ମ୍ୟାନେଜମେଂଟ ସହିତ ଏନ୍‌ଆଇଭି ପ୍ରକ୍ରିୟା ଦ୍ୱାରା ଶିଶୁଟି ସୁସ୍ଥ ଲାଭ କରିଥିଲା। ସେ ବର୍ତ୍ତମାନ ସାଢ଼େ ୩ମାସର ହେଲାଣି। ତା’ର ଓଜନ ମଧ୍ୟ ବଢ଼ିଛି ଏବଂ ସେ ନିଜେ ନିଃଶ୍ୱାସ ନେବାରେ ସକ୍ଷମ ହୋଇପାରିଛି ବୋଲି କହିଛନ୍ତି ସମ୍ମମ୍‌ର ଶିଶୁ ଏବଂ ନବଜାତ ଶିଶୁରୋଗ ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ତଥା ଶିଶୁଟିକୁ ଚିକିତ୍ସା କରୁଥିବା ଡାକ୍ତର ହିମାଂଶୁ ଶେଖର ସାହୁ। ସମ୍ମମ୍‌ର ଶିଶୁରୋଗ ଏବଂ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ଏହି ଶିଶୁର ଚିକିତ୍ସା ମେଡିକାଲ୍ ଟିମ୍ ପାଇଁ ଉଭୟ ଡାକ୍ତରୀ ଏବଂ ମାନସିକ ସ୍ତରରେ ବଡ଼ ଆହ୍ୱାନ ଥିଲା ବୋଲି କହିଛନ୍ତି। ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ସମନ୍ୱୟ ଏବଂ ଏନ୍‌ଆଇସିୟୁର ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ଏହା ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି। ଶିଶୁଟିର ସଫଳ ଚିକିତ୍ସା ସମ୍ମମ୍‌ର ଚିକିତ୍ସା ପଦ୍ଧତିରେ ନୂତନ ମାଇଲ ଖୁଂଟ ସୃଷ୍ଟି କରିବା ସହ ହସ୍ପିଟାଲ ପୂର୍ବ ଭାରତରେ ନବଜାତ ଶିଶୁରୋଗ ଚିକିତ୍ସାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହୋଇପାରିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.