ଭୁବନେଶ୍ୱର,୨୫/୦୪: କେନ୍ଦ୍ରୀୟ ଡେପୁଟେସନ୍‌ରେ ୫ ବର୍ଷ ପାଇଁ  ଯାଉଛନ୍ତି ୨୦୧୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ମିତ୍ରଭାନୁ ମହାପାତ୍ର । କିଛି  ଦିନ ତଳେ ସେ ଡେପୁଟେସନ୍‌ରେ ଯିବା ପାଇଁ ଲେଖିଥିଲେ । ଏହାକୁ ରାଜ୍ୟ  ସରକାର ଅନୁମତି ଦେଇଥିଲେ । କେନ୍ଦ୍ରରୁ ବି ଅନୁମତି ମିଳିସାରିଛି । ସେ  ଡେପୁଟେସନ୍‌ରେ ଯାଇ ବିଏସ୍‌ଏଫ୍‌ର  ଡିଆଇଜି ଭାବେ କାମ କରିବେ । ଏନେଇ  ଏମ୍‌ଏଚ୍‌ଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ସେ ଏସ୍‌ଆରସିରେ  ଡିଆଇଜି ଭାବେ କାମ କରୁଥିଲେ । ଖାଲି ମିତ୍ରଭାନୁ ନୁହନ୍ତି, ଖୁବ୍‌ ଶୀଘ୍ର  ଆଉ ୫ ଜଣ ଆଇପିଏସ୍‌ ଡେପୁଟେସନ୍‌ରେ ଯିବେ । ସେମାନେ ସରକାରଙ୍କୁ  ଅନୁମତି ମାଗିଛନ୍ତି । ଖୁବ୍‌ ଶୀଘ୍ର ତାଙ୍କୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି ।