ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ସହଦେବଙ୍କ ଉତ୍ତରାଧିକାରୀଙ୍କୁ ମିଳିଲା ୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଏବଂ ଏଜେନ୍ସି ଜରିଆରେ ସୁପରଭାଇଜର ଚାକିରି

Published By : Prameya | January 10, 2025 11:02 PM

ଭୁବନେଶ୍ୱର,୧୦/୧ : ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା । ମାନନୀୟା ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି । ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି । ପରିସ୍ଥିର ଗୁରୁତ୍ୱକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଛି ।   

ସୂଚନା ଯୋଗ୍ୟ କି, ମୃତ ସହଦେବ ନାୟକ ଏଜେନ୍ସି ଜରିଆରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟକରୁଥିଲେ । ଗତ ୨ ଦିନ ତଳେ କେତେକ ଦୁବୃର୍ତ୍ତ ତାଙ୍କୁ ରସୁଲଗଡ଼ ଓଭର ବ୍ରିଜ୍ ଉପରେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ସଂପ୍ରତ୍ତି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଥିବାରୁ ବିଏମ୍ ସି କର୍ତ୍ତୃପକ୍ଷ ବାହାରୁ ଲୋକ ଆଣି ସହରର ପ୍ରମୁଖ ରାସ୍ତାଗୁଡିକରେ ସଫେଇ କାର୍ଯ୍ୟ ଜାରି ରଖିଥିଲେ । ଏଥିପାଇଁ ବିଏମ୍ ସିର ସମସ୍ତ ଅଧିକାରୀ ଦିନ ରାତି ତଦାରଖ କରି ପ୍ରମୁଖ ରାସ୍ତାଗୁଡିକର ସଫେଇ କାମ ବ୍ୟତିକ୍ରମ ନ ହେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । 

ସୁଚନାଯୋଗ୍ୟ କି, ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ଅଣାଯାଇଥିବା ଅଧିକ ୨୬୨ଜଣ ସଫେଇ କର୍ମୀଙ୍କୁ ପ୍ରମୁଖ ରାସ୍ତା ସଫେଇ କାମରେ ନିୟୋଜିତ କରାଯାଇଥିଲା। ଏତଦ୍ ବ୍ୟତୀତ ସହଭାଗୀ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ନିଜ ନିଜର ଦାୟିତ୍ୱ ନେଇ ସହର ବାହାରୁ ସଫେଇ କର୍ମୀଙ୍କୁ ଆଣି ମଧ୍ୟ ସଫେଇ କାର୍ଯ୍ୟ ଚାଲୁ ରଖିଥିଲେ । ଫଳରେ ଉକ୍ତ ସମସ୍ତ ରାସ୍ତାରୁ ବାହାରୁ ଥିବା ବର୍ଜ୍ୟକୁ ସଂଗେ ସଂଗେ ଉଠାଇ ନିଆଯାଉଥିଲା। ତେଣୁ ସଫେଇ କର୍ମୀଙ୍କ ଆନ୍ଦୋଳନ   ସତ୍ତ୍ୱେ ସଫେଇ କାର୍ଯ୍ୟରେ ଅବହେଳା ହେବାକୁ ଦିଆଯାଉନଥିଲା l

ଆଜି ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମାନନୀୟା ମେୟର ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଇ ପରିସ୍ଥିତି ପାଇଁ ସହଯୋଗ କାମନା କରିଛନ୍ତି ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.