ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କିଛି ପଞ୍ଚାୟତ ପ୍ରତିନିଧି ଓ ବିଶାଲ ଦାସ ଅଟକ ଥିବା ଘଟଣା ; ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋଙ୍କ ଚିଠି

Published By : Gurupada Nath | January 10, 2025 5:03 PM

ଭୁବନେଶ୍ବର, ୧୦/୧ : ଛତିଶଗଡ଼ରେ ବିଶାଲ ଦାସ ଅଟକ ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋଙ୍କ ଚିଠି । ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିଛି ପଞ୍ଚାୟତ ପ୍ରତିନିଧି ଓ ବିଶାଲ ଅଟକ ଥିବା ଚିଠିରେ ନବୀନ ଅବଗତ କରିଛନ୍ତି। ସେମାନେ ଅଟକ କାରଣରୁ ଅନାସ୍ଥା ଭୋଟ ବାଧାପ୍ରାପ୍ତ ହୋଇଛି । କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିଲା ଭୋଟିଂ’।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପୂର୍ବରୁ ଛାତିଶଗଡ଼ ସରେଇପାଲି ଥାନାରେ ଅଟକ ହୋଇଛନ୍ତି ପିଆରଆଇ ମେମ୍ବର l ଗୁରୁବାର ରାତି ୧୧ଟାରୁ ୧୨ ଜଣ ପିଆରଆଇ ମେମ୍ବର ଅଟକ ଥିବାବେଳେ ସେମାନଙ୍କ ଠାରୁ ସୂଚନା ପାଇ ଝାରସୁଗୁଡା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଲ ଦାସ ପିଆରଆଇ ମେମ୍ବର ମାନଙ୍କୁ ଆଣିବା ପାଇଁ ଛତିଶଗଡ଼ ଯାଇଥିଲେ l ତେବେ ରାତି ୨ଟାରେ ବିଶାଳ ସେଠାକୁ ପହଞ୍ଚିବା ପରେ ପୋଲିସ ପିଆରଆଇ ମେମ୍ବରଙ୍କ ସହ ବିଶାଳ ଦାସଙ୍କୁ ମଧ୍ୟ ଅଟକ କରିଥିବା ଦୀପାଳି ଅଭିଯୋଗ କରିଛନ୍ତି l ଏହି ଘଟଣାକୁ ନେଇ ଦୀପାଳି ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଛନ୍ତି l  

ସେ କହିଛନ୍ତି ଗୁରୁବାର ରାତିରୁ ଭାଇ ବିଶାଳ ଦାସଙ୍କ ସହ କିର୍ମିରା ବ୍ଲକର ସରପଞ୍ଚ ସମିତି ମେମ୍ବରମାନଙ୍କୁ ଛତିଶଗଡ଼ର ପୋଲିସ ଷ୍ଟେସନରେ ଅଟକ କରାଯାଇଛି l ଓଡ଼ିଶା ପୋଲିସ ଛତିଶଗଡ଼ ଯାଇ ସେଠାକାର ପୋଲିସ ସହାୟତାରେ କୌଣସି ସର୍ଚ୍ଚ ୱାରେଣ୍ଟ ବିନା ପିଆରଆଇ ମେମ୍ବରଙ୍କୁ ଅଟକ ରଖିଛି l ପୋଲିସ ଯଦି ସେମାନଙ୍କୁ ଛାଡିବ ନାହିଁ କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇ ସ୍ୱତନ୍ତ୍ର ବୈଠକରେ ଯୋଗ ଦେବାରେ ସକ୍ଷମ ହେବେ ନାହିଁ l କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଥିବା ଅନାସ୍ଥା ପ୍ରସ୍ତାବକୁ ପ୍ରଭାବିତ କରିବା ପାଇଁ ଏହି ପ୍ରକାର ଉଦ୍ୟମ କରାଯାଉଥିବା ଦୀପାଳି କହିଛନ୍ତି l କାହିଁକି ଅଟକ କରାଯାଇଛି ସେ ନେଇ ମଧ୍ୟ କୌଣସି ସଠିକ ସୂଚନା ଦିଆଯାଉନଥିବା ଦୀପାଳି କହିଛନ୍ତି l ବିଶାଳ ଦାସ ଏବଂ ପିଆରଆଇ ମେମ୍ବର ଯଦି ଶୀଘ୍ର ଝାରସୁଗୁଡାରେ ନ ପହଞ୍ଚିବେ ସେଥିପାଇଁ ଓଡିଶା ସରକାର, ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ଦାୟୀ ହେବେ ବୋଲି ଦୀପାଳି କହିଛନ୍ତି l 

ଅନ୍ୟପଟେ କିର୍ମିରା ସମିତି ସଭ୍ୟା ବାସନ୍ତୀ ଧୂରୁଆ, ତାଙ୍କ ସ୍ୱାମୀ ରମେଶ ଚନ୍ଦ୍ର ଧୂରୁଆ, ଅର୍ଡl ସମିତି ସଭ୍ୟା ଗୁଳାପି ଗର୍ଡିଆ, ଅର୍ଡl ସରପଞ୍ଚ ବିନାପାଣି ପୋଢ, ପାନପାଲି ସମିତି ସଭ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ନିଖୋଜ ଥିବା ନେଇ ଲାଇକେରା ଥାନାରେ ସମ୍ପର୍କୀୟ ମାନେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ MMR ପଞ୍ଜିକୃତ କରି ତଦନ୍ତ ଚଳାଇ ଛତିଶଗଡ଼ରେ ଚଢାଉ କରିଥିବା ଜଣାପଡିଛି l 

ଅନ୍ୟପଟେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି, କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଶୁକ୍ରବାର ସକାଳ ୧୦ଟା ୩୦ରେ ସମୟ ଧାର୍ଯ୍ୟ ହୋଇଥିଲା l  ରିଟର୍ଣ୍ଣିଂ ଅଫିସର ଭାବରେ ପିଏଆଇଟିଡିଏ ସଂଜୀବ କୁମାର ପଟେଲ ଯାଇଥିଲେ l ସେଠାରେ ମିଟିଂ କଣ୍ଡକ୍ଟ ହେବା ପରେ ଉପଜିଲ୍ଲାପାଳଙ୍କ ନିକଟରେ ସେ ଏକ ରିଜୋଲେସନ ଦେଇଛନ୍ତି l ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସଭ୍ୟ ଭୋଟ୍ ଦେବା ପାଇଁ ଆସି ନଥିବା ରିଜୋଲେସନରେ ଉଲ୍ଲେଖ ଅଛି l ପଞ୍ଚାୟତ ସମିତି ଆକ୍ଟ ୪୬ ବିରେ କୁହାଯାଇଛି ଦୁଇ ତୃତୀୟାଂଶରୁ କମ୍ ସଭ୍ୟ ଆସିଲେ ବାତିଲ ହୁଏ l ତେବେ ଥରେ ଏହି ରିଜୋଲେସନ ବାତିଲ ହେବା ପରେ ବର୍ଷେ ଯାଏଁ ଏନେଇ ରିଜୋଲେସନ ଆଗତ ହୋଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ କହିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.