ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୁଗଲ୍‌ ଉପରେ ବିଶ୍ବ ଜିଡିପି ଠାରୁ ପ୍ରାୟ ୬୦୦ ଗୁଣ ଅଧିକ ଜରିମାନା ଲଗାଇଲା ଋଷ

Published By : Tapas Panda | November 1, 2024 5:27 PM

Image Courtesy: searchenginejournal

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ ଉପରେ ୨୦ ଡିସିଲିୟନ ଜରିମାନା ଲଗାଇଛି ଋଷର । ୨୦ ଡିସିଲିୟନର ଅର୍ଥ ୨ରେ ୩୪ଟି ଶୁନ୍‌ ଡଲାର । ଅର୍ଥାତ ଗୁଗଲ ଉପରେ ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା ଲଗାଇଛି ଋଷ । ଜରିମାନା ରାଶି ବିଶ୍ୱର ମୋଟ ଜିଡିପି ଠାରୁ ପ୍ରାୟ ୬୦୦ ଗୁଣ ଅଧିକ । ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜରିମାନା ଋଷର ଗୋଟିଏ କୋର୍ଟ ଗୁଗଲ ଉପରେ ଲଗାଇଛନ୍ତି । ଗୁଗଲ ଉପରେ ଲାଗିଥିବା ଜରିମାନାକୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା ଲାଗି ରହିଛି ।

ଗୁଗଲର ମୂଳ କମ୍ପାନି ଆଲଫାବେଟ୍ ମାଲିକାନାରେ ଥିବା ୟୁଟ୍ୟୁବ ଉପରେ ଏହି ଜରିମାନା ଲାଗିଛି । ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣ ସମ୍ପର୍କିତ ଖବରକୁ ନେଇ ଗୁଗଲ ଓ ମସ୍କୋ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ସମ୍ପର୍କରେ ଋଷ ସରକାରଙ୍କ ଦ୍ୱାରା ପରିଚାଳିତ ଟିଭି ଚ୍ୟାନେଲ ଯେଉଁ ଖବର ପ୍ରସାରଣ କରୁଥିଲା, ତା’କୁ ୟୁଟ୍ୟୁବ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲା । ଏପରିକି ୟୁଟ୍ୟୁବ ଋଷ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା । ଏହା ବିରୋଧରେ ଋଷ ଏକ କୋର୍ଟରେ ମାମଲା ହୋଇଥିଲା । ଏହାର ଶୁଣାଣି କରି ଋଷୀୟ କୋର୍ଟ ଗୁଗଲ ଉପରେ ୨୦ ଡିସିଲିୟନ ଡଲାର ଜରିମାନା ଲଗାଇଛନ୍ତି ।

ୟୁଟ୍ୟୁବରେ ଋଷ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ବ୍ୟାନ କରି ଗୁଗଲ ଜାତୀୟ ପ୍ରସାରଣ ନିୟମର ଉଲ୍ଲଂଘନ କରିଛି। ତେଣୁ ସଂସ୍ଥାକୁ ଦଣ୍ଡିତ କରାଯାଉଛି ବୋଲି କୋର୍ଟ କହିଛନ୍ତି । ଏହା ସହ ଏହି ଚ୍ୟାନେଲଗୁଡ଼ିକର ପୁନଃ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପ୍ଲାଟଫର୍ମ ୯ ମାସ ମଧ୍ୟରେ ଏହି ଆଦେଶ ପାଳନ ନକରେ ତେବେ ଜରିମାନା ରାଶିକୁ ପ୍ରତିଦିନ ବଢ଼ାଯିବ । ପ୍ରତିଦିନ ଗୁଗଲ ଉପରେ ଲାଗିଥିବା ଜରିମାନାରେ ୧୨୦୦ ଡଲାର ଲେଖାଏଁ ବୃଦ୍ଧି ପାଇବ ବୋଲି କୋର୍ଟ କହିଛନ୍ତି । 

ସୂଚନାଯୋଗ୍ୟ, ୨୦୨୦ ପାଖରୁ ଗୁଗଲ ଉପରେ ଜରିମାନା ଲଗାଇ ଆସିଛନ୍ତି ଋଷୀୟ କୋର୍ଟ । ସେତେବେଳେ ୟୁଟ୍ୟୁବ୍‌ ଋଷ ସରକାରଙ୍କ ଦ୍ବାରା ସ୍ବିକୃତୀପ୍ରାପ୍ତ ଦୁଇଟି ଚ୍ୟାନେଲ୍‌ ସାରଗ୍ରାଡ୍‌ ଏବଂ ରିଆ ଫ୍ୟାନ୍‌କୁ ବ୍ୟାନ କରିଦେଇଥିଲା । ଏବେ ସୁଦ୍ଧା ୧୭ରୁ ଅଧିକ ଋଷୀୟ ଚ୍ୟାନେଲ୍‌ ୟୁଟ୍ୟୁବ୍‌ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୁଣି ଥରେ ଚ୍ୟାନେଲଗୁଡ଼ିକ ୟୁଟ୍ୟୁବ୍‌ରେ ଆସିବା ଦରକାର ବୋଲି କମ୍ପାନିଗୁଡ଼ିକ ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.