ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଜିଲ୍ଲାପାଳଙ୍କୁ ଭୁଆଁ ବୁଲାଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଗୋଳିଆ ପାଣି ଦେଇ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ

ଦାରିଙ୍ଗବାଡି,୧୬/୯(ଆପ୍ର): ଲୋକଙ୍କୁ ଗୋଳିଆ ପାଣି ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ କରାଯାଉଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି । ଯାହାକୁ କି ଅଞ୍ଚଳବାସୀ ଆଦୌ ଗ୍ରହଣ କରି ପାରିନାହାନ୍ତି । 

ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଭୁଲ ତଥ୍ୟ ପ୍ରଦାନ କରି ଭୁଆଁ ବୁଲାଉଥିବା ନେଇ ତାତିଛନ୍ତି ଅଞ୍ଚଳବାସୀ । ଗତ ଜୁଲାଇ ମାସ ୧ ତାରିଖ ଦିନ ପ୍ରମେୟ ଖବର କାଗଜରେ ବିଶୁଦ୍ଧ ଜଳ ନାଁରେ ଗୋଳିଆ ପାଣି ଯୋଗାଣ ଶୀର୍ଷକ ନେଇ ଏକ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ରାଜେଶ କୁମାର ବଗର୍ତ୍ତି ଏହାକୁ ଏକ୍ସ ମାଧ୍ୟମରେ ବିଭିନ୍ନ ବିଭାଗ ଟ୍ୟାଗ କରିଥିଲେ । ହେଲେ ଗତ ୧୨ ତାରିଖ ଦିନ ଦାରିଙ୍ଗବାଡି ବିଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀଙ୍କ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳଙ୍କୁ ଜଳ ଯୋଗାଣ ସମ୍ପର୍କୀତ ଏକ ଚିଠି (୪୨୦୮/୧୨.୦୯.୨୦୨୪) କରିଛନ୍ତି । ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଦାରିଙ୍ଗବାଡି ବ୍ଲକରେ ୭୩ ଗୋଟି ଜଳ ଯୋଗାଣ ପ୍ରକଳ୍ପ, ୧୯୫ ଗୋଟି ସୋଲାର ଜଳ ଯୋଗାଣ ପ୍ରକଳ୍ପ ଓ ୨୪୮୮ ଟି ନଳକୂପ ରହିଥିବା ବେଳେ ୧୦ ଗୋଟି ଜଳ ଯୋଗାଣ ପ୍ରକଳ୍ପରେ ଫିଲଟର ସ୍ଥାପନ କରାଯାଇଥିବା ବେଳେ ସବୁ ଗୁଡ଼ିକ ସଠିକ୍ ପରିଚାଳନା ହେଉଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ହେଲେ ବାସ୍ତବରେ କିନ୍ତୁ ଅଲଗା । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଛି । ଉକ୍ତ ପଞ୍ଚାୟତ ଗୁଡ଼ିକରେ ଯେଉଁ ସୋଲାର ଜଳ ପ୍ରକଳ୍ପ ରହିଛି ସେଠୁ ବିଶୁଦ୍ଧ ଜଳ ମିଳୁଥିବା ବେଳେ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଗୁଡ଼ିକରୁ ବିଶୁଦ୍ଧ ଜଳ ମିଳୁନାହିଁ । ଜଳ ଯୋଗାଣ ପ୍ରକଳ୍ପ ଗୁଡିକରେ ଗୋଳିଆ ପାଣି ଆସୁଛି । ଆଜି ପର୍ଯ୍ୟନ୍ତ ଜଳ ଯୋଗାଣ ପ୍ରକଳ୍ପରେ ଆସୁଥିବା ପାଣି ଲୋକେ କେବେ ମଧ୍ୟ ପିଇବା ପାଇଁ ବ୍ୟବହାର କରିନାହାନ୍ତି । ଉକ୍ତ ପାଣି ଲୁଗାପଟା ସଫା, ଗାଧୋଇବା, ବାସନ ମାଜିବା ଓ ଚାଷ କାମରେ ବ୍ୟବହାର ହେଉଛି । ହେଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଉକ୍ତ ଗୋଳିଆ ପାଣିକୁ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ଚିଠି ମାଧ୍ୟମରେ ଡିଣ୍ଡିମ ପିଟୁଛି । 

ଦାରିଙ୍ଗବାଡି ହେଡ୍ କ୍ୱାଟର ଅଞ୍ଚଳରେ ଯୋଗାଣ ହେଉଥିବା ପାଣି ଗୋଳିଆ ପାଣି । ଖାଲି ଦାରିଙ୍ଗବାଡି କଥା ନୁହଁ ସିମନବାଡ଼ି, ସୁଲୁମାହା, ଗୋଦାପୂର, କିରିକୁଟି, କାଟିଙ୍ଗିଆ, ଗୁମିକିଆ ଓ ଦନେକବାଡ଼ି ଭଳି ଅନେକ ପଞ୍ଚାୟତ ଅଞ୍ଚଳର ଗାଁ ଗୁଡିକୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଠାରୁ ହିଁ ଗୋଳି ପାଣି ଯୋଗାଣ କରାଯାଉଛି । ଟାଙ୍କି ଗୁଡ଼ିକ ନଦୀ କଡ଼ରେ କରାଯାଇଥିବା ହେତୁ ଯେତେବେଳେ ନଦୀର ପାଣି ଯେମିତି, ସେମିତି ପାଣି ଯୋଗାଣ ହେଉଛି । ହେଲେ ବିଭାଗ ଗୋଳିଆ ପାଣିକୁ ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରିବା ଚିନ୍ତା ଜନକ ଘଟଣା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯେଉଁ ପାଣିକୁ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ନିରାପଦ ପାନୀୟ ଜଳ କହୁଛନ୍ତି, ଉକ୍ତ ପାଣିକୁ ଅଧିକାରୀ ପିଇବେ କି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ଅଧିକାରୀ ନିଜ ଘରେ ବ୍ରାଣ୍ଡ କମ୍ପାନୀର ଫିଲଟରରୁ ବିଶୁଦ୍ଧ ପାଣି ପିଉଥିବା ବେଳେ ଲୋକଙ୍କୁ ଗୋଳି ପାଣି ଯୋଗାଣ କରି ନିରାପଦ ପାନୀୟ ଜଳ ଯୋଗାଣ ହେଉଥିବା କଥା କହିବା ହାସ୍ୟାସ୍ପଦ ବୋଲି ଅଞ୍ଚଳବାସୀ କହିଛନ୍ତି । ସହକାରୀ ଯନ୍ତ୍ରୀ ଭୁଲ ତଥ୍ୟ ପ୍ରଦାନ କରିଥିବା ଯୋଗୁଁ ତାଙ୍କ ଉପରେ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.