ପ୍ରମୂଖ ଖବର
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ହିନ୍ଦୁଙ୍କ ଉପରେ ଆକ୍ରମଣକୁ କଡ଼ା ନିନ୍ଦା କଲା ଆରଏସଏସ: କହିଲା, ଭାରତ ସରକାର ନିଅନ୍ତୁ କାର୍ଯ୍ୟାନୁଷ୍ଠାନ

Published By : Bijay Swain | November 30, 2024 7:42 PM

Image countesy: TH

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ(ଆର୍ଏସଏସ)। ଭାରତ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେଉ। ଅନ୍ତ୍ରର୍ଜାତୀୟ ସ୍ତରରେ ବାଂଲାଦେଶ ଉପରେ ଚାପ ସୃଷ୍ଟି କରୁ ବୋଲି ଆର୍ଏସଏସ କହିଛି।    

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବୋଲେ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାକୁ କଡ଼ା ନିନ୍ଦା କରିଛନ୍ତି। ଅନ୍ୟାୟ କରି ଗିରଫ କରାଯାଇଥିବା ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ତୁରନ୍ତ ମୁକୁଳାଇବାକୁ ସେ ଦାବି କରିଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ଅନ୍ତରୀଣ ସରକାର ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନିରବ ଦ୍ରଷ୍ଟା ସାଜିଛନ୍ତି ବୋଲି ହୋସବୋଲେ କହିଛନ୍ତି।  

ଏନେଇ ସଂଘ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ ବାଙ୍ଗଲାଦେଶର ହିନ୍ଦୁ, ମହିଳା ଓ ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀ ଉପରେ ଇସଲାମିୟ ଉଗ୍ରପନ୍ଥୀମାନେ କରୁଥିବା ଆକ୍ରମଣ, ହତ୍ୟା, ଲୁଟ ଓ ଅଗ୍ନିକାଣ୍ଡକୁ ନିନ୍ଦା କରାଯାଇଛି।

ସଂଖ୍ୟାଲଘୁ ଗୋଷ୍ଠୀ ଉପରେ ଆକ୍ରମଣ ହେଉଥିବା ନେଇ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଗତ ଅଗଷ୍ଟ ମାସରେ ଢାକା ଓ ଚଟୋଗ୍ରାମରେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ବାଙ୍ଗଲାଦେଶରେ ହେଉଥିବା ଏହି ଆକ୍ରମଣ ଉଭୟ ସ୍ଥାନୀୟ ଓ ଦେଶବିଦେଶରେ ଥିବା ହିନ୍ଦୁ ସମ୍ପ୍ରଦାୟ ପାଇଁ ଚିନ୍ତାର କାରଣ ପାଲଟିଛି। ଶେଖ ହସିନାଙ୍କ ସରକାର ପତ୍ତନ ପରେ ବାଙ୍ଗଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣର ପରିମାଣ ବହୁଳମାତ୍ରାରେ ବଢ଼ିଛି। ବିଭିନ୍ନ ମୌଳବାଦୀ ଗୋଷ୍ଠୀ ଦ୍ୱାରା ହିନ୍ଦୁ ମନ୍ଦିର ଭଙ୍ଗାରୁଜା, ହିନ୍ଦୁ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ଓ ସେମାନଙ୍କ ଘର ଏବଂ ସମ୍ପତିକୁ ନଷ୍ଟ କରିବା ଭଳି ବିଭିନ୍ନ ଅମାନୁଷିକ କାମ କରାଯାଉଛି। 

ଆରଏସଏସ ଓ ବିଶ୍ୱ ହିନ୍ଦୁ ପରିଷଦ ବାଙ୍ଗଲାଦେଶରେ ସଂଖ୍ୟାଲଘୁ ଗୋଷ୍ଠୀ ଉପରେ ହେଉଥିବା ଆକ୍ରମଣ ପାଇଁ ଦୁଇଦିନ ଯାଏ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ନିମନ୍ତେ ଡାକରା ଦେଇଛି। ଆସନ୍ତା ଶୁକ୍ରବାରଠୁ ଏହି ଆନ୍ଦୋଳନ ଆରମ୍ଭ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.