ପ୍ରମୂଖ ଖବର
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

‘ଗୋଟିଏ ନିର୍ବାଚନୀ ପରାମର୍ଶ ପାଇଁ ନିଏ ୧୦୦ କୋଟି ଫି’, ଜନସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା

ପାଟନା, ୨/୧୧ : ପ୍ରଶାନ୍ତ କିଶୋର । ଏ ନାଁ କାହାକୁ ବା ଅଜଣା । ପୂର୍ବ ନିର୍ବାଚନ ରଣନୀତିକାର ତଥା ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ନେଇ ଦଳକୁ ପରାମର୍ଶ ଦେଇଥାନ୍ତି । ରାଜନୀତି ଗୋଟି ଚାଳନାରେ ସିଦ୍ଦହସ୍ତ ପ୍ରଶାନ୍ତ କିଶୋର ପଲ୍ଟିକାଲ ପାର୍ଟିକୁ ପରାମର୍ଶ ଦେବାକୁ କେତେ ଟଙ୍କା ନିଅନ୍ତି ତାହାର ବଡ ଖୁଲାସା କରିଛନ୍ତି । ଗୋଟିଏ ରାଜନୈତିକ ଦଳକୁ ନିର୍ବାଚନୀ ପରାମର୍ଶ ପାଇଁ ସେ ନିଅନ୍ତି ପ୍ରାୟ କୋଟିଏ ଟଙ୍କା। ଏହି କଥା ରାଜନୀତିର ଚାଣକ୍ୟ ନିଜେ ପ୍ରଶାନ୍ତ କିଶୋର ଖୁଲାସା କରିଛନ୍ତି ।

ବିହାରରେ ଏକ ନିର୍ବାଚନୀ ରାଲିରେ ନିଜେ ଏହି ବଡ ଖୁଲାସା କରି ପ୍ରଶାନ୍ତ କିଶୋର କହିଛନ୍ତି, ସେ ଯେତେବେଳେ ପୂର୍ବ ନିର୍ବାଚନ ରଣନୀତିକାର ତଥା ପରାମର୍ଶଦାତା ଥିଲ ସେତେବେଳେ ଗୋଟିଏ ରାଜନୈତିକ ଦଳକୁ ନିର୍ବାଚନ ରଣନୀତି ପ୍ରସ୍ତୁତ ନେଇ ପରାମର୍ଶ ଦେଉଥିଲେ । ଗୋଟିଏ ପରାମର୍ଶ ପିଛା ୧୦୦ କୋଟିରୁ ଅଧିକ ଟଙ୍କା ନେଉଥିଲେ ।

ସେ ଆହୁରି କହିଛନ୍ତି, ମୋ ପରାମର୍ଶରେ ଦେଶରେ ୧୦ଟି ରାଜ୍ୟରେ ସରକାର ଗଠନ କରିଛି । ତେବେ ଆମକୁ କଣ  ଅଭିଯାନ ପାଇଁ ଟଙ୍କା ମିଳିବ ନାହିଁ । ଆମକୁ ଦୁର୍ବଳ ଭାବିବା ଭୁଲ । କେବଳ ଗୋଟିଏ ଦଳକୁ ନିର୍ବାଚନ ପରାମର୍ଶ ଦେବାକୁ ୧୦୦ କୋଟି ଟଙ୍କା ନିଏ । ନିର୍ବାଚନୀ ସଭା ନିମନ୍ତେ ଟେଣ୍ଟ ବାନ୍ଧିବାକୁ ମୋ ପାଖରେ ଟଙ୍କାର ଅଭାବ ନାହିଁ । ଆମେ ୨ ବର୍ଷ ପାଇଁ ଅଭିଯାନ ନେଇ ତମ୍ବୁ ପକାଇବାକୁ ଆବଶ୍ୟକ ଟଙ୍କା ଗୋଟିଏ ଦିନରେ ଆସିଯିବ। ଯାହା କେହି କେବେ ବିହାରରେ ଶୁଣିନଥିବେ । ଗୋଟିଏ ନିର୍ବାଚନ ନେଇ ଏକ ରାଜନୈତିକ ଦଳକୁ ପରାମର୍ଶ ଦେବା ନେଇ ମୁଁ ଶହେ କୋଟି ଚାର୍ଜ  ନିଏ ।

ପ୍ରକାଶ  ଥାଉ କି, ପୂର୍ବ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ଏକ ପାର୍ଟି ଲଞ୍ଚ କରିଛନ୍ତି । ଯାହାର ନାମ ହେଉଛି ଜନ ସୁରଜ ପାର୍ଟି । ବିହାରରେ ଆସନ୍ତାବର୍ଷ ତଥା ୨୦୨୫ରେ ହେବାକୁ ଥିବା ବିଧାନାସଭା ନିର୍ବାଚନରେ ଏହି ପାର୍ଟି ସମସ୍ତ ଆସନରୁ ପାର୍ଥୀ ଓହ୍ଲାଇବ । ଚଳିତ ମାସ ୧୩ ତାରିଖରେ ବିହାରର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏ ନେଇ ରାଜନୈତିକ ଦଳ ଗୁଡିକ ଜୋରସୋରରେ ପ୍ରଚାର ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.