ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆର୍‌ଏସ୍‌ପିର ପ୍ରମୁଖ ୟୁନିଟ୍‌ରେ ଉତ୍କୃଷ୍ଟ ପ୍ରଦର୍ଶନ, ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ରେ ୧ ନିୟୁତ ଟନ୍‌ରୁ ଅଧିକ ଉତ୍ତପ୍ତ ଧାତୁ ଉତ୍ପାଦିତ

Published By : Manoj | August 4, 2025 9:54 AM

ରାଉରକେଲା,୦୪/୦୮: ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଚଳିତ ଆର୍ଥିକ ବର୍ଷ  ୨୦୨୫-୨୬ର ଏପ୍ରିଲ-ଜୁଲାଇ ଅବଧିରେ ପ୍ରମୁଖ ୟୁନିଟ୍‌ଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ ହାସଲ କରିଛି ।  ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ (ବିଏଫ-୫) ‘ଦୁର୍ଗା' ଏପ୍ରିଲ-ଜୁଲାଇ ଅବଧିରେ ଏହାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ  ରେକର୍ଡ କରି ୧୦,୩୭,୮୪୪ ଟନ୍‌ ଉତ୍ତପ୍ତ ଧାତୁ  ଉତ୍ପାଦନ କରିଛି ଏବଂ ୨୦୨୩ ମସିହାରେ ଅନୁରୂପ ଅବଧି ମଧ୍ୟରେ ହାସଲ କରିଥିବା ୯,୬୭,୦୯୭  ଟନ୍‌ ପୂର୍ବ ଶ୍ରେଷ୍ଠ ରେକର୍ଡକୁ ଅତିକ୍ରମ କରିଛି ।   

ସେହିପରି, ବ୍ଲାଷ୍ଟ ଫର୍ଣ୍ଣେସ୍‌-୧ (ବିଏଫ- ୧) ‘ପାର୍ବତୀ' ୩,୬୧,୭୭୪ ଟନ୍‌ ଉତ୍ତପ୍ତ ଧାତୁ  ଉତ୍ପାଦନ ପୂର୍ବକ ଏହାର ସର୍ବୋଚ୍ଚ ଏପ୍ରିଲ-ଜୁଲାଇ  ଉତ୍ପାଦନ ହାସଲ କରିଛି ଏବଂ ୨୦୨୧ରେ ହାସଲ  ହୋଇଥିବା ୩,୧୬,୧୯୯ ଟନ୍‌ ପୂର୍ବ ରେକର୍ଡକୁ  ଅତିକ୍ରମ କରିଛି । ଉଲ୍ଲେଖନୀୟ ଯେ, ବିଏଫ-୧  ମଧ୍ୟ ୯୪,୦୧୫ ଟନ୍‌ ଉତ୍ତପ୍ତ ଧାତୁ ଟ୍ୟାପ୍‌ କରି ଏହାର  ସର୍ବଶ୍ରେଷ୍ଠ ଜୁଲାଇ ମାସ ପ୍ରଦର୍ଶନ ପଞ୍ଜିକୃତ କରିଛି ।  

ଷ୍ଟିଲ୍‌ ମେଲ୍ଟିଂ ସପ୍‌-୨ର କାଷ୍ଟର-୩ ମଧ୍ୟ ଉଲ୍ଲେଖନୀୟ  ପ୍ରଦର୍ଶନ ସହକାରେ ୫,୨୫,୨୧୩ ଟନ୍‌ ସ୍ଲାବ୍‌ ତିଆରି  କରି ଏ ପର୍ଯ୍ୟନ୍ତ ଏହାର ସର୍ବଶ୍ରେଷ୍ଠ ଏପ୍ରିଲ-ଜୁଲାଇ  ପ୍ରଦର୍ଶନ ପଞ୍ଜିକୃତ କରିଛି । ଡାଉନଷ୍ଟ୍ରିମରେ, ହଟ୍‌  ଷ୍ଟ୍ରିପ୍‌ ମିଲ୍‌-୨ ସର୍ବକାଳୀନ ଶ୍ରେଷ୍ଠ ୮,୫୯,୧୯୨ ଟନ୍‌  ସ୍ଲାବ୍‌ ରୋଲ୍‌ କରି ୮,୩୯,୦୨୩ ଟନ୍‌ ଏଚ୍‌ଆର  କଏଲ୍‌ ଉତ୍ପାଦନ କରିଛି । ଯାହା ଏପ୍ରିଲ-ଜୁଲାଇରେ  ବିଭାଗର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।  ଏଥିପୂର୍ବରୁ ୨୦୨୪ ମସିହା ଅନୁରୂପ ଅବଧିରେ  ୮,୧୭,୬୭୫ ଟନ୍‌ ଏଚ୍‌ଆର କଏଲ୍‌ ଉତ୍ପାଦନ  ବିଭାଗର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଏଚ୍‌ଏସ୍‌ଏମ୍‌୨ର ସିଟ୍‌ ସିଅରିଂ ଲାଇନ୍‌ (ଏସଏସଏଲ) ପ୍ରଥମ  ଚାରି ମାସରେ ୯୫୮୭୬ ଟନ୍‌ ଏଚ୍‌ଆର ପ୍ଲେଟ୍‌  ଉତ୍ପାଦନ କରି ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ।  

ନୂତନ ପ୍ଲେଟ୍‌ ମିଲ୍‌ (ଏନପିଏମ) ୩,୩୦,୭୮୯  ଟନ୍‌ ପ୍ଲେଟ୍‌ ରୋଲ୍‌ କରି ସର୍ବଶ୍ରେଷ୍ଠ ଏପ୍ରିଲ-ଜୁଲାଇ  ପ୍ରଦର୍ଶନ ହାସଲ ପୂର୍ବକ ୨୦୨୧ରେ ହାସଲ ହୋଇଥିବା  ପୂର୍ବ ଶ୍ରେଷ୍ଠ ୩,୧୦,୩୧୭ ଟନ୍‌ରେ ଉନ୍ନତି ଆଣିଛି ।  ଏନ୍‌ପିଏମ୍‌ ମଧ୍ୟ ୯୨୦୯୯ ଟନ୍‌ ପ୍ଲେଟ୍‌ ରୋଲ୍‌ କରି  ଏହାର ସର୍ବକାଳୀନ ଶ୍ରେଷ୍ଠ ଜୁଲାଇ ପ୍ରଦର୍ଶନ ହାସଲ  କରିଥିଲା । ସମତାଳରେ ପ୍ଲେଟ୍‌ ମିଲ୍‌ ମଧ୍ୟ ପ୍ରଥମ ଚାରି  ମାସରେ ୧,୭୮,୭୫୨ ଟନ୍‌ ପ୍ଲେଟ୍‌ ରୋଲ କରି ୨୦୨୩  ଅନୁରୂପ ଅବଧିରେ ହାସଲ ହୋଇଥିବା ୧,୭୭,୨୨୬  ଟନ୍‌ ପ୍ଲେଟ୍‌ ରୋଲିଂ ରେକର୍ଡକୁ ଅତିକ୍ରମ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.