ଜହ୍ନlପଙ୍କ, ୨୫/୬: ସରକାର ରାସ୍ତାର ଉନ୍ନତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯେଉଁଠି ଦରକାର ଏହି ରାସ୍ତା ନିର୍ମାଣ ନକରି ଠିକାଦାରଙ୍କ ସୁହାଇଲା ଭଳି ରାସ୍ତା କାମ କରୁଥିବାରୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ରାସ୍ତା ହେଉଛି ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ଅନ୍ତର୍ଗତ ନାରାୟଣ ନଗର ଠାରୁ ଚଣ୍ଡିତଲ ରାସ୍ତା। ସାମାନ୍ୟ ବର୍ଷା ହେବାରୁ ରାସ୍ତା ଅବସ୍ଥା ଏଭଳି ହେଲା ଯେ ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବାବେଳେ ଚପଲ ହାତରେ ଧରି ଯାଇଥିଲେ।
ନାରାୟଣ ନଗର ଉପରେ ଚଣ୍ଡିତଲ, ଗୁଢିଆଲି, ମଝିଆଁଘରା, ବାଲିଦୋହଲି ଆଦି ଗ୍ରାମବାସୀ ମାର୍କେଟିଙ୍ଗ ପାଇଁ ନିର୍ଭର କରନ୍ତି। ଏହା ସହିତ ପଂଚାୟତକୁ ଖାଉଟି ସାମଗ୍ରୀ ସହିତ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ନେବାକୁ ଏହି ବାଟ ଦେଇ ଯାଇଥାନ୍ତି। ରାସ୍ତା ଅବସ୍ଥା ଏଭଳି ହୋଇଛି ଯେ ଏହି ରାସ୍ତା ଦେଇ ଯିବାକୁ ଲୋକ ଭୟ କରୁଛନ୍ତି। ଫଳରେ ଲୋକ ବାଧ୍ୟହୋଇ ୩ କିମି ବାଟ ବୁଲି ନାରାୟଣ ନଗରକୁ ଆସୁଛନ୍ତି। ପଂଚାୟତ କର୍ତୃପକ୍ଷ ତୁରନ୍ତ ଏହି ରାସ୍ତାକୁ କଂକ୍ରିଟ କରିବା ପାଇଁ ଦାବି ହେଉଛି।