ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ‘ଆମ ବସ୍‘ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନାରାୟଣ ନଗର ଲୋକକଳା ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ଦୁଇ ଦିନିଆ ରଥଯାତ୍ରା ଶୁଭାରମ୍ଭ

Published By : Bijay Swain | June 27, 2025 7:32 PM

ଜହ୍ନlପଙ୍କ, ୨୭/୬: ବୌଦ୍ଧ ବ୍ଲକ ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣ ନଗର ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ଦୁଇ ଦିନିଆ ରଥଯାତ୍ରା ଶୁଭାରମ୍ଭ ହୋଇ ଯାଇଛି l ଯୁଗ୍ମ ମନ୍ଦିରରୁ ତିନି ଠାକୁରଙ୍କୁ ପୂଜକ ଅଜିତ ପାଣିଗ୍ରାହୀ ନୀତିକାନ୍ତି ଭାବେ ପୂଜାର୍ଚନା କରିଥିଲେ। ଏହା ପରେ ବ୍ରାହ୍ମଣ ଓ ସେବାୟତ ମାନେ ଅପରାହ୍ନ ୫ଟା ରେ ପହଣ୍ଡି ଆରମ୍ଭ କରିଛନ୍ତି | 

ଏହି ଅବସରରେ ଗ୍ରାମର ବିଭିନ୍ନ ସଂକୀର୍ତ୍ତନ ଦଳ ଶ୍ରୀ ଜଗନ୍ନାଥଙ୍କ ଭଜନ କୀର୍ତ୍ତନ କରି ପହଣ୍ଡିରେ ସାମିଲ ହୋଇଛନ୍ତି | ପରମ୍ପରା ଅନୁଯାୟୀ ଆଜି ଠାକୁର ମାନଙ୍କୁ ପହଣ୍ଡି କରି ସନ୍ଧ୍ୟା ପ୍ରାୟ ୬ଟାରେ ରଥରେ ବିଜେ କରାଯାଇଥିଲା। ବୈକୁଣ୍ଠ ମେହେର ରଥରେ ଛେରା ପହଁରା କରିଥିଲେ। ଏହା ପରେ ଛୋଟ ଛୁଆ ମାନଙ୍କୁ ରଥ ଛୁଆଁ ହୋଇଥିଲା। ଆଜି ରଥ ଟଣା ହୋଇ ଗଙ୍ଗାଧର ମେହେର ଛକରେ ଅଟକିଥିଲା। ଶନିବାର ଅପରାହ୍ନରେ ରଥ ଟଣା ହୋଇ ମାଉସୀ ମନ୍ଦିରରେ ଅଟକି ଥିଲାl ଆଜି ଠାକୁର ମାନଙ୍କ ପହଣ୍ଡି ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.