ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ନୀତା ଅମ୍ବାନୀଙ୍କ ଇସ୍ତଫା, ବୋର୍ଡରେ ସାମିଲ ହେଲେ ଇଶା, ଅନନ୍ତ ଓ ଆକାଶ

ମୁମ୍ବାଇ,୨୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ୪୬ ତମ ଏଜିଏମ୍‌ରେ ବଡ ଖବର ସାମନାକୁ ଆସିଛ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନରେ ଇଶା ଅମ୍ବାନିଙ୍କୁ ନିଯୁକ୍ତ କରାଯାଇଛି। ଆରଆଇଏଲ ବୋର୍ଡର ନିର୍ଦେଶକ ମଣ୍ଡଳୀରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀଙ୍କ ନିଯୁକ୍ତିର ସୁପାରିଶ କରାଯାଇଛି। ନୀତା ଅମ୍ବାନୀ ବୋର୍ଡରୁ ହଟି ଯିବେ। ସେଭଳି ସେ ରିଲାଏନ୍ସ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍‌ ରହିବେ। ରିଲାଏନ୍ସର ଏଜିଏମ୍‌ରେ ରିଲାୟନ୍ସ ରିଟେଲର ଆଇପିଓକୁ ନେଇ ମଧ୍ୟ ବଡ଼ ଖବର ସାମନାକୁ ଆସିପାରେ।

ମୁକେଶ ଅମ୍ବାନୀ କହିଛନ୍ତି, ଆର୍ଥିକ ବର୍ଷ ୨୦୨୩ ରେ ରିଲାଏନ୍ସ ୨.୬ ଲକ୍ଷ ନୂଆ ଲୋକଙ୍କୁ ଚାକିରୀ ଦେଇଛନ୍ତି। ସେ କହିଛନ୍ତି, ରିଲାଏନ୍ସରେ ବର୍ତ୍ତମାନ ସମୟରେ ଅନରୋଲ କର୍ମଚାରୀଙ୍କ ସଂଖ୍ୟା ୩.୯ ଲକ୍ଷ ଟଙ୍କା ହୋଇସାରିଛି। ସେ କହିଛନ୍ତି, ଆମେ ଯେତେ ପରୋକ୍ଷ ଜୀବିକା ଅବସର ସୁଯୋଗ କରିଛି ତାହା ବହୁ ଗୁଣା ଅଧିକ। ମୁକେଶ ଅମ୍ବାନୀ ସୂଚନା ଦେଇ କହିଛନ୍ତି, ରିଲାଏନ୍ସର କନସୋଲିଡେଟ୍‌ ରେଭିନ୍ୟୁ ୯,୭୪,୮୬୪ କୋଟି ଟଙ୍କା ରହିଛି। ଯାହାକି ଆର୍ଥିକ ବର୍ଷ ୨୦୨୩ରେ ରିଲାଏନ୍ସର ଇବିଆଇଟିଡିଏ ୧,୫୩,୯୨୦ କୋଟି ଟଙ୍କା ଥିଲା, ସେଭଳି ନେଟ୍‌ ପ୍ରଫିଟ୍‌ ୭୩,୬୭୦ କୋଟି ଥିଲା।

ମୁକେଶ ଅମ୍ବାନୀ କହିଛନ୍ତି, ଭାରତରେ ଚାଲୁ ମୋଟ ୫ଜି ସେଲ୍‌ରେ ପ୍ରାୟ ୮୫ ପ୍ରତିଶତ ଜିଓର ନେଟଓ୍ବର୍କରେ ରହିଛି। କମ୍ପାନୀ ନିଜର ନେଟଓ୍ବର୍କରେ ପ୍ରତି ୧୦ ସେକେଣ୍ଡରେ ଏକ ୫-ଜି ସେଲ୍‌ ଯୋଡୁଛି ଓ ଡିସେମ୍ବର ପର୍ଯ୍ୟନ୍ତ ଆମ ପାଖରେ ପ୍ରାୟ ୧ ମିଲିୟନ ୫ ଜି ସେଲ୍‌ ଚାଲୁ ହୋଇଯିବ।’


  • RIL AGM 2023
  • Nita Ambani
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.