ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ପୁଣି ବଢ଼ିଲା ଖୁଚୁରା ମୁଦ୍ରୀସ୍ଫୀତି ହାର, ୯ ମାସରେ ବୃଦ୍ଧି ପାଇ ସର୍ବାଧିକ ସ୍ତରରେ ପହଁଞ୍ଚିଲା

Published By : Prameya | October 14, 2024 7:59 PM

ନୂଆଦିଲ୍ଲୀ,୧୪।୧୦: ପୁଣି ବଢ଼ିଲା ଖୁଚୁରା ମୁଦ୍ରୀସ୍ଫୀତି ହାର । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ ବଢି ୫.୪୯% ପହଁଞ୍ଚି ଯାଇଛି। ଏହା ଅଗଷ୍ଟରେ ୩.୬୫% ଥିଲା। ସୋମବାର ୧୪ ଅକ୍ଟୋବରରେ ଜାରି ସରକାରୀ ତଥ୍ୟ ଅନୁସାରେ, ପରିବା ଦାମ୍ ବଢିବା କାରଣରୁ ଗତ ଦୁଇ ମାସରେ ୪% ତଳେ ରହିବା ପରେ ସେପ୍ଟେମ୍ବରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୯ ମାସରେ ୫.୫%ରେ ପହଁଞ୍ଚି ଯାଇଛି। କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ଆଧାରିତ ମୁଦ୍ରାସ୍ଫୀତି ଗତ ବର୍ଷ ସେପ୍ଟେମ୍ବର ମାସରେ ୫.୦୨% ଥିଲା।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ତଥ୍ୟ ଅନୁସାରେ, ଖାଦ୍ୟ ବସ୍ତୁର ଦରଦାମ୍ ବୃଦ୍ଧି ସେପ୍ଟେମ୍ବର ମାସରୁ ବଢି ୯.୨୪% ହୋଇଯାଇଛି, ଯାହାକି ଗତ ମାସ ଅଗଷ୍ଟରେ ୫.୬୬% ଓ ଏକ ବର୍ଷ ପୂର୍ବେ ଚଳିତ ମାସରେ ୬.୬୨% ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଖୁଚୁରା ମୁଦ୍ରାସ୍ଫୀତି ଦୁଇ ପ୍ରତିଶତ ହ୍ରାସ କରି ୪% ରଖିବାର ଦାୟିତ୍ବ ମିଳିଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଦରଦାମ୍ ବୃଦ୍ଧିର ଲକ୍ଷ୍ୟ ଅନୁରୂପ ଆଣିବା ଲକ୍ଷ୍ୟରେ ଗତ ସପ୍ତାହରେ ଆଗତ କରିଥିବା ମୁଦ୍ରା ନୀତି ସମୀକ୍ଷାରେ ପ୍ରମୁଖ ନୀତିଗତ ଦର ରେପୋରେ କୌଣସି ପରିବର୍ତ୍ତନ କରିନାହିଁ।

ଅନ୍ୟପକ୍ଷେ ଖାଦ୍ୟ ପେୟ ଜିନିଷ ଦାମ୍‌ ବଢାଇବା ଓ ଅନ୍ୟ ମାନୁଫାକଚରିଂ ମୋଟର ବାହାନ, ଟ୍ରେଲର, ମେସିନାରୀ ଓ ଉପକରଣର ନିର୍ମାଣ ଆଦିର ମୂଲ୍ୟ ବଢିଇବା କାରଣରୁ ଚଳିତ ବର୍ଷ ସେପ୍ଟେମ୍ବରରେ ହୋଲସେଲ୍‌ ପ୍ରାଇସ୍ ଇଣ୍ଡେକ୍ସ(ଡବ୍ଲୁପିଆଇ) ଆଧାରିତ ଦରଦାମ୍‌ ବୃଦ୍ଧି ବାର୍ଷିକ ଆଧାରରେ ଅଗଷ୍ଟ ୨୦୨୪ ରେ ୩.୨୬% ବଢି ସେପ୍ଟେମ୍ବର ୨୦୨୪ ରେ ୯.୪୭% ହୋଇଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ବିଜ୍ଞପ୍ତି ଜାରି କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.