ଭୁବନେଶ୍ୱର, ୨୭।୧୧: ଓଡ଼ିଶାରେ ଜିଓର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସେବା ଜିଓ ଏୟାରଫାଇବରର ବଢୁଥିବା ଚାହିଦା ସହିତ ଓୟାରଲାଇନ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥିତିକୁ ସୁଦୃଢ କରିଛି ରିଲାଏନ୍ସ ଜିଓ । ଟେଲିକମ୍ ନିୟାମକ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ସଦ୍ୟତମ ଦୂରସଞ୍ଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ସେପ୍ଟେମ୍ବର ମାସରେ ଜିଓ ରାଜ୍ୟରେ ସର୍ବାଧିକ ୧୫,୮୦୦ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାର୍ଫାଇବର ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୫୬ ଲକ୍ଷରେ ପହଞ୍ଚିଛି ।
ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩.୫ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି । ବିବିଧ ପୃଷ୍ଠଭୂମି ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗୋଳିକ ଅଞ୍ଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ, ଅସୀମିତ ୱାଇଫାଇ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ହୋମ୍ ଏଣ୍ଟର୍ଟେନ୍ମେଣ୍ଟ୍ର ଆନନ୍ଦ ନେଇପାରୁଛନ୍ତି ।