ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୁକ୍ତିର ଆଲୋକ ଦେଖିଲେ ୧୪ ଆଜୀବନ କଏଦୀ; ହତ୍ୟା, ଦୁଷ୍କର୍ମ ଓ ଡକାୟତି ଭଳି ମାମଲାରେ କାଟୁଥିଲେ ସଜା

Published By : Swapna Ray | November 27, 2024 9:55 AM

ଭୁବନେଶ୍ୱର, ୨୭।୧୧: ଆଜୀବନ କଏଦୀଙ୍କୁ ମିଳିଲା ମୁକ୍ତି । ମଙ୍ଗଳବାର ସମ୍ୱିଧାନ ଦିବସରେ ରାଜ୍ୟର ବିଭିନ୍ନ ଜେଲ୍‌ରେ ଆଜୀବନ ସଜା କାଟୁଥିବା ୧୪ ଜଣ କଏଦୀଙ୍କୁ ମଙ୍ଗଳବାର ମୁକ୍ତ କରିଛି ଜେଲ୍‌ ବିଭାଗ । ସେମାନେ ହେଲେ ରାଉରକେଲା କାରାଗାରରୁ ମଧୁସୂଦନ ବଦାଳିକ, ରାଜେନ୍ଦ୍ର ଭୂୟାଁ । ଜାମୁଝରି ମୁକ୍ତାକାଶ କାରାଗାରରୁ ଜଗା ପ୍ରସ୍କା, ନରସିଂହ ମୁଣ୍ଡା ଓ ଦେନୁ ମୁଣ୍ଡା । କୋରାପୁଟରୁ ବାଗ କୱାସି, ହରି ପ୍ରସ୍କା, ନାଙ୍ଗା ମାଢ଼ୀ ଓ ପଦିଆ କୱାସି । ସମ୍ବଲପୁରରୁ ଅର୍ଜୁନ ଜୟପୁରିଆ, ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ଟୁଙ୍ଗୁରୁ ଦିଗି, ଫୁଲବାଣୀରୁ ଜଳେଶ୍ୱର ପ୍ରଧାନ, ବଣାଇଗଡ଼ ବୁନ୍ଦା ମୁଣ୍ଡା ଓ ଦେବଗଡ଼ ଯୋଗୀନ୍ଦ୍ର ପ୍ରଧାନ । 

ଏ ସମସ୍ତ କଏଦୀ ହତ୍ୟା, ଦୁଷ୍କର୍ମ ଓ ଡକାୟତି ଭଳି ସଙ୍ଗୀନ ମାମଲାରେ ଆଜୀବନ ସଜା କାଟୁଥିଲେ । ଉକ୍ତ କଏଦୀମାନଙ୍କ ଆଚରଣ ମାର୍ଜିତ ହେବା ଦେଖି କାରଗାର ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସେମାନଙ୍କ ନାମ ସୁପାରିସ କରିଥିଲା । ବୋର୍ଡ ଏହାକୁ ବିଚାର କରି ରାଜ୍ୟପାଳଙ୍କ ପାଖକୁ ପଠାଇଥିଲା । ସେଠାରୁ ଅନୁମତି ମିଳିବା ପରେ ସେମାନଙ୍କୁ ଛଡ଼ାଯାଇଛି । ଏହା ଛଡ଼ା ବିଭିନ୍ନ ଜେଲ୍‌ରେ ବିଚାରଧୀନ ଥିବା ଆଉ ୧୧ ଜଣଙ୍କୁ ଛୁଟିରେ ଛାଡ଼ିଛି ଜେଲ୍‌ ବିଭାଗ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.