ପ୍ରମୂଖ ଖବର
  • ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ, ଆଜି ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରେଖା ଝୁନଝୁନୱାଲା ନିଜ ପ୍ରିୟ ଷ୍ଟକର ଏକ ବଡ଼ ଅଂଶଧନ କଲେ ବିକ୍ରି , କ୍ରମାଗତ ଭାବେ ହ୍ରାସ ପାଉଥିଲା ମୂଲ୍ୟ

Published By : Prameya | March 16, 2025 9:53 PM

ନୂଆଦିଲ୍ଲୀ : ଟାଟା ଗ୍ରୁପ୍‌ର କମ୍ପାନୀ ଟାଇଟନର ସେୟାର ଲଗାତାର କ୍ଷତିରେ ରହିଛି। କମ୍ପାନୀର ସେୟାର (ଅଂଶଧନ) ଚଳିତ ବର୍ଷରେ ଏବେସୁଦ୍ଧା ୧୦ ପ୍ରତିଶତ ହ୍ରାସ ପାଇଛି। ମାସକ ଭିତରେ ଏଥିରେ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳୁଛି। ଏହି ମଧ୍ୟରେ, ସେୟାର ବଜାରର ପ୍ରସିଦ୍ଧ ନିବେଶକ ରେଖା ଝୁନଝୁନୱାଲା ନିଜର ପୋର୍ଟଫୋଲିୟୋରେ ଟାଇଟନର ଅଂଶଧନରେ ବଡ଼ ହ୍ରାସ କରିଛନ୍ତି। 

କହି ରଖୁଛୁ କି , ଝୁନଝୁନୱାଲାଙ୍କ ପରିବାର ପାଖରେ ପାଖାପାଖି ଦୁଇ ଦଶକରୁ ଟାଇଟନର ଶେୟାର ରହିଛି ଏବଂ ଏବେ ଏଥିରୁ ଏକ ବଡ଼ ଅଂଶଧନ ବିକ୍ରି କରାଯାଇଛି। 

ବଜାର ଦର ହ୍ରାସ ମଧ୍ୟରେ ପ୍ରସିଦ୍ଧ ନିବେଶକ ଦିବଙ୍ଗନ୍ତ ରାକେଶ ଝୁନଝୁନୱାଲାଙ୍କର ପତ୍ନୀ ରେଖା ଝୁଲଝୁନୱାଲାଙ୍କ ଟାଇଟନରେ ଅଂଶଧନ ପାଖାପାଖି ୧୫ ପ୍ରତିଶତ କମ୍‌ ରହିଛି। ତଥ୍ୟରୁ ଜଣାପଡ଼ିଛି ଯେ, ସେପ୍ଟେମ୍ୱର ତ୍ରୈମାସିକ ଶେଷରେ ଝୁନଝୁନୱାଲା ୧୭ ,୪୮୧ କୋଟି ଟଙ୍କାର ନିବେଶ କରି ଥିଲେ। ଡିସେମ୍ୱର ତ୍ରୈମାସିକ ଶେଷରେ ଅଂଶଧନ ହ୍ରାସ ପାଇଁ ୧୪,୮୭୧କୋଟି ଟଙ୍କାରେ ରହିଛି। ଟାଟା ଗ୍ରୁପ୍‌ର ସହାୟକ କମ୍ପାନୀରେ ଝୁନଝୁନୱାଲାଙ୍କ ପରିବାରର ମୋଟ ଅଂଶଧନ ( ୩୧ ଡିସେମ୍ୱର  ସୁଦ୍ଧା)୫.୧୪ ପ୍ରତିଶତ ( ୪,୫୭,୧୩,୪୭୦ ସେୟାର ) ଅଛି। 

ଟାଇଟନ କମ୍ପାନୀ ଲିମିଟେଡ ୪ ଫେବ୍ରୁଆରୀରେ ଡିସେମ୍ୱର ତ୍ରୈମାସିକର ଫଳାଫଳ ଘୋଷଣା କରିଥିଲା। ଟାଟା ଗ୍ରୁପ୍‌ର ଏହି କମ୍ପାନୀ ଗତ ବର୍ଷର ସମାନ ଅବଧିରେ ୧,୦୪୦ କୋଟି ଟଙ୍କାର ତୁଳନାରେ ନିଟ୍‌ ଲାଭରେ ୫ ପ୍ରତିଶତ ହ୍ରାସ କରିଛି , ଯାହାକି ମୁଖ୍ୟ ରୂପେ ୯୯୦ କୋଟି ଟଙ୍କା ରହିଛି। ତ୍ରୈମାସିକ ପାଇଁ ରେଭେନ୍ୟୁ ଗତ ବର୍ଷର ୧୩,୦୫୨ କୋଟିରୁ ୨୩.୩ ପ୍ରତିଶତ ବଢି ୧୬,୦୯୭ କୋଟି ଟଙ୍କା ହୋଇ ଯାଇଛି। 

ଡିସେମ୍ୱର ତ୍ରୈମାସକ ପାଇଁ, ସୁଧ , କର , ମୂଲ୍ୟହ୍ରାସ ଓ ପରିଶୋଧନ ପୂର୍ବରୁ ଆୟ (EBITDA) ବର୍ଷକର ସମାନ ତ୍ରୈମାସିକରେ ୧,୪୫୭ କୋଟି ଟଙ୍କାର ତୁଳନାରେ ୧,୫୧୦ କୋଟି ଟଙ୍କା ରହିଛି। ତ୍ରୈମାସିକ ପାଇଁ ମାର୍ଜିନ ୯.୪ ପ୍ରତିଶତ ରହିଛି , ଯାହାକି ବର୍ଷେ ପୂର୍ବରୁ ଏହି ତ୍ରୈମାସିକରେ ଏହା ୧୧.୨ ପ୍ରତିଶତ ଥିଲା।

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.