ନୂଆଦିଲ୍ଲୀ,୧୭/୦୩: ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନି ଏଲ୍ଜି ଏହାର ଭାରତ ୟୁନିଟ ଲାଗି ପ୍ରାଥମିକ ପବ୍ଲିକ ଅଫର (ଆଇପିଓ) ଆଣିବ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଏ ନେଇ ଏଲ୍ଜିର ଡ୍ରାଫ୍ଟ ପେପରକୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଆଇପିଓର ସାଇଜ ୧୫ ହଜାର କୋଟି ଟଙ୍କା ହେବ । ଅଫର୍ ଫର୍ ସେଲ୍ ଜରିଆରେ କମ୍ପାନି ୧୦.୧୮ କୋଟିର ଇକ୍ୱିଟି ଶେୟାର ବିକ୍ରି କରିବ । ଏହା ପୂର୍ବରୁ ୧୯ ଡିସେମ୍ବରରେ କମ୍ପାନି ସେବି ନିକଟରେ ଡ୍ରାଫ୍ଟ ପେପର ଜାରି କରିଥିଲା । ଏହି ଆଇପିଓ ଦେଶର ଟପ୍ ୫ ମଧ୍ୟରେ ସାମିଲ ହେବାକୁ ଯାଉଛି । ଏଲ୍ଜିର ଏହି ଆଇପିଓ ଲାଗି ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ, ଆକ୍ସିସ କ୍ୟାପିଟାଲ, ବୋଫା ସିକ୍ୟୁରିଟିଜ ଏବଂ ସିଟି ଗ୍ରୁପ ଲିଡ୍ ମ୍ୟାନେଜର ଭାବେ ନିଯୁକ୍ତ ହୋଇଛନ୍ତି ।

Chandrababu Naidu: ଭାଷା ଆନ୍ଦୋଳନକୁ ନେଇ ପ୍ରଥମ ଥର...