ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସତର୍କ କରାଇଲେ ଆର୍‌ବିଆଇ ଗଭର୍ଣ୍ଣର, ଆର୍ଥିକ ସ୍ଥିରତାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିପଦ

Image source: Economic Times

ନୂଆଦିଲ୍ଲୀ,୧୫/୧୦: ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ (ଏଆଇ)ର ବହୁଳ ବ୍ୟବହାର  ଦେଶର ଆର୍ôଥକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବାର ଢ଼େର ଆଶଙ୍କା ରହିଛି । ଏଥିଯୋଗୁ  ସାଇବର ଆକ୍ରମଣ ଏବଂ ଡାଟା ଚୋରି ଭଳି  ଘଟଣା ବଢ଼ିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର  ଶକ୍ତିକାନ୍ତ ଦାସ କହିଛନ୍ତି ।  

ନୂଆଦିଲ୍ଲୀରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ  ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ  ଦାସ କହିଲେ, ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏଆଇ ଏବଂ ମେଶିନ ଲର୍ଣ୍ଣିଂ ବାଣିଜ୍ୟିକ ସଂସ୍ଥା  ଗୁଡିକ ନୂଆ ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ  ପ୍ରତିଷ୍ଠାନ ଗୁଡିକର ଲାଭ ବଢ଼ିଛି । ଅପରପକ୍ଷେ  ନୂଆ ଟେକ୍ନୋଲୋଜି ଗୁଡିକ ଆର୍ôଥକ ସ୍ଥିରତା ପ୍ରତି  ବିଭିନ୍ନ ବିପଦ ସୃଷ୍ଟି କରୁଛନ୍ତି । 

ଏଆଇ ଉପରେ ନିର୍ଭରତା ବଢ଼ୁଥିବାରୁ  ଏହା ବିପଦକୁ ଡାକି ଆଣିବ । ଏଆଇ ଉପରେ  ଆବଶ୍ୟକତା ଠାରୁ ବେଶି ନିର୍ଭରଶୀଳତା ଆର୍ଥିକ କ୍ଷେତ୍ର ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହି  ସମସ୍ୟା ଆହୁରି ବଢ଼ିଯାଏ ଯେବେ ମାତ୍ର କିଛି  କମ୍ପାନିର ଦବଦବା ଥାଏ । ଶ୍ରୀ ଦାସ ପୁଣି କହିଲେ, ଏଆଇର ସମ୍ପୂର୍ଣ୍ଣ  ବ୍ୟବସ୍ଥା କଣ ରହିବ ତାହା ଏବେ ଯାଏ  ସ୍ପଷ୍ଟ ହୋଇନାହିଁ । ଏଭଳି ସ୍ଥିତିରେ ଏଆଇ  ଆଲଗୋରିଦିମର ଅଡିଟ ଏବଂ ଡିକୋଡ୍‌ କରିବା  କଷ୍ଟକର ହୋଇପଡେ । ଏଭଳି ସ୍ଥିତିରେ ବିତ୍ତୀୟ  ବଜାର ଲାଗି ଅଧିକ ସଙ୍କଟ ସ୍ଥିତି ଛିଡାହୁଏ ।  ବ୍ୟାଙ୍କ ଗୁଡିକ ଏଆଇ ଏବଂ ବିଗ୍‌ଟେକ ଗୁଡିକର  ଫାଇଦା ନିଶ୍ଚୟ ନେବା ଆବଶ୍ୟକ । ମାତ୍ର  ଟେକ୍ନୋଲୋଜି ଦ୍ୱାରା ଯେଭଳି ସଂସ୍ଥା ଗୁଡିକ  ନିୟନ୍ତ୍ରିତ ନ ହୁଅନ୍ତି ତାହା ଦେଖିବା ଜରୁରୀ । 

ଏବେ ଏଆଇ ବ୍ୟବହାର ଦ୍ୱାରା ସାଇବର  ଆକ୍ରମଣ ଏବଂ ଡାଟା ଚୋରି ଘଟଣା ଦ୍ରୁତ  ଭାବେ ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ବ୍ୟାଙ୍କ  ଏବଂ ଆର୍ଥିକ ପ୍ରତିଷ୍ଠାନ ରିସ୍କକୁ ଏଡାଇବା ଲାଗି  ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଆବଶ୍ୟକ । ଏବେ  ଆର୍ଥିକ ସେବା କ୍ଷେତ୍ରରେ ଡିଜିଟାଲିକରଣ ଦ୍ରୁତ  ଭାବେ ବୃଦ୍ଧି ହେଉଛି । ଏହା ସାରା ବିଶ୍ୱରେ  ଆର୍ଥିକ କ୍ଷେତ୍ରର ଦକ୍ଷତାକୁ ବଢ଼ାଉଛି । 

ବ୍ୟାଙ୍କ ଗୁଡିକର ଆହ୍ୱାନ ସମ୍ପର୍କରେ  ଶ୍ରୀ ଦାସ କହିଲେ, ତେବେ ଏଭଳି ସ୍ଥିତିରେ  ନୂଆ ନୂଆ ସମସ୍ୟା ଉଭା ହେଉଛି । ଯାହାକୁ  ନେଇ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ବିଭିନ୍ନ ଆହ୍ୱାନ  ସାମ୍ନା କରୁଛନ୍ତି । ଏବେ ସୋସିଆଲ ମିଡିଆର  ବହୁଳ ବ୍ୟବହାର ହେଉଥିବା ବେଳେ ମାତ୍ର  କିଛି ସେକେଣ୍ଡରେ ଅନ୍‌ଲାଇନ ଟ୍ରାଞ୍ଜାକସନ  ହୋଇପାରୁଛି । 

ଯଦି କିଛି ଭୂଲ ସୂଚନା ପ୍ରଚାର ହୋଇଯାଏ  ଏହାକୁ ନେଇ ନଗଦ ସଙ୍କଟ ସୃଷ୍ଟି ହେବାର  ଢ଼େର ଆଶଙ୍କା ରହିଛି । ସୋସିଆଲ ମିଡିଆକୁ  ନେଇ ବ୍ୟାଙ୍କ ଗୁଡିକ ସତର୍କ ଦୃଷ୍ଟି ରଖିବାକୁ  ହେବ । ବ୍ୟାଙ୍କ ଗୁଡିକ ସେମାନଙ୍କ ନଗଦ ସ୍ଥିତିକୁ  ଆହୁରି ଦୃଢ଼ କରିବାକୁ ହେବ ବୋଲି ଶ୍ରୀ ଦାସ  ଆହ୍ୱାନ ଦେଇଛନ୍ତି ।  

ଇଣ୍ଟରନେଟ ଏବଂ ମୋବାଇଲ ବ୍ୟାଙ୍କିଙ୍ଗରେ  ତ୍ୱରୀତ ଉଠାଣ କ୍ଷେତ୍ରରେ ଡିଜିଟାଲ ବ୍ୟାଙ୍କ  ଜମା ଲାଗି ଅତିରିକ୍ତ ୫% ନଗଦ ସହ ପ୍ରସ୍ତୁତ ରହିବାକୁ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ଡ୍ରାଫ୍ଟ  ସର୍କୁଲାର ଜାରି କରିଛି । ଏ କ୍ଷେତ୍ରରେ କିଛିଟା  କୋହଳ ବ୍ୟବସ୍ଥା କରିବାକୁ ବ୍ୟାଙ୍କ ଚାହୁଁଛନ୍ତି ।  ଏବେ ଯାଏ ଏ ନେଇ ଚୂଡାନ୍ତ ନିୟମ ଆସିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.