ପ୍ରମୂଖ ଖବର
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଭିନ୍ନ ନିଯୋଗର ଆଲୋଚନା

ପୁରୀ ୦୮/୦୬: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବିଭିନ୍ନ ନିଯୋଗ ସହ ବୈଠକ କରୁଛନ୍ତି। ରଥଯାତ୍ରାରେ ଦଇତାପତିଙ୍କ ଗୁରୁଦାୟିତ୍ଵ ଥିବାବେଳେ ସମସ୍ତ ନୀତିକାନ୍ତି କିଭଳି ସୂଚାରୁ ରୂପେ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି। 

ଚଳିତ ବର୍ଷ ରଥଯାତ୍ରା ଉଭୟ ସେବାୟତ ଓ ପ୍ରଶାସନ ପାଇଁ ବଡ ଚାଲେଞ୍ଜ ରହିଛି। ରଥଯାତ୍ରା ଦିନ ହିଁ ନବଯୌବନ ଦର୍ଶନ ପଡୁଥିବାରୁ କିଭଳି ସମସ୍ତ ନୀତିକାନ୍ତି କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି।  ୧୯୭୧ ମସିହା ରଥଯାତ୍ରାରେ ମହାପ୍ରଭୁଙ୍କ ଯେଉଁଭଳି ନୀତି କାନ୍ତି କରାଯାଇଥିଲା ସେହିଭଳି ଭାବେ ଚଳିତ ବର୍ଷ ନୀତି କାନ୍ତି କରାଯିବା ନେଇ ପ୍ରସ୍ତାବ ଦେଇଛନ୍ତି ଦଇତାପତି। ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସୂଚାରୁ ରୂପେ କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। ସେହିପରି ପୂଜାପଣ୍ଡା ନିଯୋଗ ସହ ମଧ୍ୟ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.