ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରଥଖଳା ହାଲ୍‌ଚାଲ୍‌...ଆଜି ପଞ୍ଚମହାଦେବଙ୍କ ପନ୍ତି ଅର୍ପଣ ପାଇଁ ଖଳାରେ ଚାଲିଛି ପ୍ରସ୍ତୁତି

ପୁରୀ,୧୩/୦୬: ନିର୍ମାଣକାରୀମାନେ ରଥର ଚାର ପରିଛା ତିଆରି ଆରମ୍ଭ କରିଛନ୍ତି । ଚାର ପରିଛାରେ ଲାଗନ୍ତି ଅଶ୍ୱ । ରଥ ଟଣା ପୂର୍ବରୁ ପ୍ରତି ରଥରେ ୪ଟି ଅଶ୍ୱ ସଂଯୋଗ କରାଯାଏ । ରଥକୁ ଟାଣି ନିଅନ୍ତି ୪ଗୋଟି ଅଶ୍ୱ । ଚାରପରିଛାର ଉପର ମୁଣ୍ଡକୁ ଇଶ ଲାଗିବ । ପରେ ଗୁଣ୍ଠି ଲାଗି ଅଶ୍ୱ ବନ୍ଧା ହେବ ବୋଲି କୁହନ୍ତି ନିର୍ମାଣକାରୀ । ସେହିଭଳି ରଥର ଛନ୍ଦା ଗୟଳ, ଚାରି ନାହାକା, ଗରଗରା  ଆଦି ରଥାଂଶ ତିଆରି ହେଉଛି । ଗୁରୁବାର ରଥଖଳାରେ ବିଜେ ହେବେ ପାଞ୍ଚ ଦେବଦମ୍ପତ୍ତି । ଏଣୁ ଦେବଦେବୀଙ୍କୁ ଏକତ୍ର ପନ୍ତି ଅର୍ପଣ ପାଇଁ ଖଳାରେ ପ୍ରସ୍ତୁତି ଚାଲିଛି। 

ଆଠ କୋଣୀ ଚାରି ନାହାକା ପ୍ରସ୍ତୁତ କରୁଛନ୍ତି  ବିଶ୍ୱକର୍ମା । ବୁଧବାର ଚାରି ନାହାକର ସାଲ ତିଆରି ହେଉଛି । ଗରଗରା ବିନ୍ଧରେ ଚାରିନାହାକାର ସାଲ ଭୁଞ୍ଜା ହେବ । ରଥର ଚକ ଓ ଅଖ ଥାକ ହେବା ପରେ ଏବେ ଗୁଣ୍ଡିଆ ଚାଲିଛି । ଅଖର ବଳକା ଅଂଶକୁ କାଟି ସାଇଜ କରିବା ପରେ ଚକ ସହ ଫିଟିଂକୁ କୁହନ୍ତି ‘ଗୁଣ୍ଡିଆ’ । ଦଣ୍ଡା ପ୍ରସ୍ତୁତିରେ କାଠ ଅଭାବ ପଡ଼ୁଥିବାରେ ଧଉରା କାଠରେ ଦଣ୍ଡା ତିଆରି ହୋଇଥିବା ସୂଚନା ରହିଛି । ଦଣ୍ଡା ପ୍ରସ୍ତୁତି ସମୟରେ ବାରମ୍ବାର ଅସନ କାଠ ପୋଲା ପଡ଼ିବାରେ ନିର୍ମାଣକାରୀଙ୍କୁ ସମସ୍ୟା ହୋଇଥିଲା । ଦଣ୍ଡା କାର୍ଯ୍ୟ ପଛାଇବାରେ ରଥ ନିର୍ମାଣ  ମଧ୍ୟ ଧିମା ହୋଇଥିଲା । ଶେଷରେ ଅସନ ବଦଳରେ  ଧଉରା କାଠକୁ ଦଣ୍ଡା ଭାବେ ପ୍ରସ୍ତୁତ କରାଯାଉଛି । ଗୁରୁବାର ରଥର ଦଣ୍ଡା କାର୍ଯ୍ୟ ଶେଷ ହୋଇଯିବ ବୋଲି କହୁଛନ୍ତି ନିର୍ମାଣକାରୀ ।  

ରଥ ଖଳାରେ ଛନ୍ଦା ଗୟଳ ହାଣୁଛନ୍ତି ବିଶ୍ୱକର୍ମା । ରଥ ତ୍ରୟର ୬ଟି ଗରଗରାରେ ବିନ୍ଧ ସରିଛି । ତିନି ରଥର ଧମକ କାର୍ଯ୍ୟ ଚାଲିଛି । ଗୟଳ ଓ ଚାରିନାହାକାକୁ ବାନ୍ଧି ରଖେ ଧମକ । ଅସ୍ଥାୟୀ  ଚାଳିରେ କରତି ସେବକ ଗୟଳ ଚିରଟରେ ବ୍ୟସ୍ତ । ବିଶ୍ୱକର୍ମାମାନେ ରଥଖଳାରେ ଏହାକୁ ଚଉପଟ କରୁଛନ୍ତି । ବିଶ୍ୱକର୍ମା ଚାର ପରିଛା ତିଆରିଲେ ରୂପକାର ସେବକଙ୍କୁ  ଦେବେ । ସେମାନେ ତିନି ରଥର ଚାର ପରିଛାରେ  ଡ଼ାଳିଲତା ଓ ପଦ୍ମପାଖୁଡ଼ା ଖୋଦେଇ କରିବେ । ଦୋଳବେଦି ଶାଳରେ ଓଝା ସେବକମାନେ ଯୋକା କଣ୍ଟା, ଗୟଳ କଣ୍ଟା ଓ ଗରଗରା କଣ୍ଟା, ଭୂଇଁ କଣ୍ଟା ଆଦି ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । 

ତିନି ଅନବସର ଗୟଳ ପ୍ରସ୍ତୁତ ସ୍ନାନପୂର୍ଣ୍ଣମୀରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅନବସର ଗୁପ୍ତ ନୀତି । ଏଥିପାଇଁ ବଡ଼ବାଡ଼ର ବିଶ୍ୱକର୍ମା ଅନବସର ଗୟଳ ନିର୍ମାଣ କରିଛନ୍ତି । ବୁଧବାର ରଥ ଖଳାରେ ୩ଟି ଗୟଳ ପ୍ରସ୍ତୁତ ହୋଇଛି । ସେହି ତିନୋଟି ଗୟଳ କାଠ ଠାକୁରଙ୍କ ଅନବସର ଗୃହ ତିଆରିରେ ଲାଗିବ । ଏହି ଗୟଳ ମୁଖ୍ୟତଃ ଧଉରା ଓ ସାହାଜ କାଠରେ ତିଆରି ହୋଇଛି । 

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.