ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା

ପୁରୀ,୨୩/୦୫: ଶ୍ରୀନୃସିଂହ ଜନ୍ମ ତିଥି ବୁଧବାର ଠାରୁ ଅଧିକ ଗତି ଧରିଛି ରଥ ନିର୍ମାଣ । ଆହୁରି ଚଳଚଞ୍ଚଳ ହୋଇଛି ରଥ ଖଳା । ନୃସିଂହ ଚତୁର୍ଦ୍ଦଶୀରେ ରଥ ଖଳାରେ ରୂପକାରଙ୍କ ଗୁଜଅନୁକୂଳ ବିଧି ସମ୍ପନ୍ନ ହୋଇଛି । ମୁଖ୍ୟ ବିଶ୍ୱକର୍ମାମାନେ ଅନୁକୂଳ କରି ଅର କାର୍ଯ୍ୟାରମ୍ଭ କରିଛନ୍ତି । ସେପଟେ ମା’ଚର୍ଚ୍ଚିକାଙ୍କ ମନ୍ଦିର ସମ୍ମୁଖରେ ଭୋଇ ସେବକମାନେ ଯନ୍ତା ଗାଡ଼ ଖୋଳିଛନ୍ତି । ଯନ୍ତା ଗାଡ଼ରେ ପଡ଼ି ରଥ ଚକ ପ୍ରସ୍ତୁତ ହେବ ।

ବିଶ୍ୱକର୍ମାମାନେ ଅରମୁଣ୍ଡି ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇ ଥିଲେ । ସେଥିରେ ନୃସିଂହ ମୂର୍ତ୍ତି ଅଙ୍କନ ପୂର୍ବକ ମାଳ ମାହାର୍ଦ୍ଦ ତଥା ଶ୍ରୀଫଳ ଲାଗି କରି ଗୁଜ ଅନୁକୂଳ କରିଥିଲେ ମୁଖ୍ୟ ରୂପକାର । ବିଶ୍ୱାସ ରହିଛି କୋଣ ଗୁଜ ରଥକୁ ସୁରକ୍ଷା ପ୍ରଦାନ କରିଥାଏ । ତାଳଧ୍ୱଜ  ଓ ନନ୍ଦିଘୋଷର ୧୬ଗୋଟି ଲେଖା କୋଣ ଓ  ଦର୍ପଦଳନ ରଥ ୧୨ଗୋଟି କୋଣରେ ଗୁଜମାନ  ସ୍ଥାପନ ହେବ । ତିନି ରଥର ମୁଖ୍ୟ ବିଶ୍ୱକର୍ମା ଅନୁକୂଳ କରି ଅର କାର୍ଯ୍ୟ  ଆରମ୍ଭ କରିଥିଲେ । ପରେ  ଅନ୍ୟ ବିଶ୍ୱକର୍ମାମାନେ  ଚକରେ ଲାଗିବାକୁ ଥିବା ଅର ପଟା କାଟି ପ୍ରସ୍ତୁତ  କରୁଛନ୍ତି।

ବୁଧବାର କାର୍ଯ୍ୟ ଶେଷ ସୁଦ୍ଧା ୫ଟି ଚକ ପାଇଁ ଆବଶ୍ୟକ ଅର ମୁଖ ସାଲ କରି ସାଇତିଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଯନ୍ତାଗାଡ଼ ଖୋଳା ଆରମ୍ଭ କରିଛନ୍ତି ଭୋଇ ସେବକ । ଚର୍ଚ୍ଚିକା ଠାକୁରାଣୀଙ୍କ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡ ରଥ  ଖଳାରେ ଯନ୍ତାଗାଡ଼ ଖୋଳା ଯାଇଛି । ୪୦  ଫୁଟ ଲମ୍ବ, ପ୍ରାୟ ୧୦ ଫୁଟ ଉଚ୍ଚତାର ଗାଡ଼  ଖୋଳା ଯାଇଛି । ସେଥିରେ ଅରମୁଣ୍ଡି, ଫାଳି,  ଅରପଟା ପକାଇ ଫାସୀ କାଠ ଗଣ୍ଡି ରଖି ସେଟ୍‌  କରାଯାଉଛି । ଯନ୍ତା ଗାଡ଼ରେ ପଡ଼ି ସିଙ୍ଗଡ଼ା  ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ କରାଯିବ । ଯନ୍ତାଗାଡ଼ରେ ପଡ଼ି ୬୭୨ଟି ଅର ସହ ୪୨  ଗୋଟି ତୁମ୍ବ ସଂଯୁକ୍ତ ହୋଇ ତିନି ରଥର ୪୨ଟି  ସିଙ୍ଗଡ଼ା ତିଆରି ହେବ । ଠାକୁରଙ୍କ ଚନ୍ଦନଯାତ୍ରା  ଭଉଁରୀ ଉତ୍ସବରେ ରଥ ଚକ, ଅଖ ସଂଯୁକ୍ତ  ହେବାର ବିଧି ସମ୍ପନ୍ନ ହେବ । ବୁଧବାର ରଥ  ଖଳାରେ ୧୮୧ ଜଣ ନିର୍ମାଣକାରୀ ଠାକୁରଙ୍କ  କାର୍ଯ୍ୟରେ ଯୋଗ ଦେଇଥିଲେ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.