ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ପଦବି ତ ବାସ୍ କିଛି ଦିନ ପାଇଁ, ଜୀବିକା ଥିଲେ ଜୀବନ ରଖିବ

ନୂଆପଡ଼ା, ୧୫/୦୬ : ସେ ସରପଞ୍ଚ। ହେଲେ ବି ମନରେ ପଦପଦବିକୁ ନେଇ ଅହଂକାର ନାହିଁ। ସରପଞ୍ଚ ହେବା ଆଗରୁ ଯେମିତି ମୂଲ ଲାଗୁଥିଲେ ଏବେ ବି ସେହିଭଳି ନିର୍ବିକାର ହୋଇ କାମ କରୁଛନ୍ତି । ଆଗରୁ କେବଳ ନିଜ ପାଇଁ, ନିଜ ପରିବାର ପାଇଁ ସ୍ୱାମୀଙ୍କ ସହ ମିଶି କାମ କରୁଥିଲେ । ଏବେ ପରିବାର ସହ ସାଧାରଣ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱାମୀସ୍ତ୍ରୀ କାମ କରୁଛନ୍ତି । ଆଉ ସେମାନେ ସତକୁ ସତ ଅନ୍ୟମାନଙ୍କୁ ଉଦ୍‌ବୁଦ୍ଧ କରିପାରିଛନ୍ତି । ଏହା ହେଉଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଢୋର୍ଲାମୁଣ୍ଡା ସରପଞ୍ଚ ପଦ୍ମିନୀ ମାଝିଙ୍କ କଥା । 

ପଦ୍ମିନୀ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ୨୦୨୨ ମସିହାଠାରୁ ଢୋର୍ଲାମୁଣ୍ଡା ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ତୁଲାଉଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସେ ଜଣେ ଜନପ୍ରତିନିଧି ହୋଇଛନ୍ତି ସତ³ କିନ୍ତୁ ସେ ଠିକ୍‌ ବୁଝିଛନ୍ତି ଏହି ପଦପଦବି ସବୁ ଅସ୍ଥାୟୀ । ଦୁଇ ବର୍ଷ ଗଲାଣି । ଆଉ ତିନି ବର୍ଷ ପରେ କ୍ଷମତା ଚାଲିଯିବ । ତା’ପରେ ପୁଣି ଜୀବନ ଧରିବାକୁ ଜୀବିକାର୍ଜନ କରିବାକୁ ହେବ । ସରପଞ୍ଚ ହେଲେ ବି ଆମେ କୁଲି ମଜୁରିଆ ଲୋକ । ପୂର୍ବରୁ ସ୍ୱାମୀସ୍ତ୍ରୀ ଚାଷବାସ ସହ ମନରେଗା କାମ କରୁଥିଲୁ । ଏବେ ବି କରୁଛୁ । ଆଗକୁ ମଧ୍ୟ କରିବୁ । କାମ କରିବାରେ ଲାଜ କାହିଁକି ବୋଲି କହିଛନ୍ତି ପଦ୍ମନୀ । କୋମନା ବ୍ଲକ ଢୋର୍ଲାମୁଣ୍ଡା ପଞ୍ଚାୟତ ଛତା ଗାଁର ଖଜୁରବନ୍ଧ ଖନନ କାମ ଚାଲିଛି । ସେଠାରେ ସରପଞ୍ଚ ପଦ୍ମିନୀ ମାଝି ଓ ତାଙ୍କ ସ୍ୱାମୀ ନାଥ ମାଝି ମନରେଗା କାମରେ ନିୟୋଜିତ ହୋଇ ଅନ୍ୟ ଶ୍ରମିକମାନଙ୍କ ଭଳି କାମ କରୁଛନ୍ତି । ସ୍ୱାମୀ ମାଟିଖୋଳି ପଦ୍ମିନୀଙ୍କ ମୁଣ୍ଡରେ ବୁହାଇଦେଲେ ସେ ମାଟି ତକକୁ ହିଡ଼ରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି । 

ସରପଞ୍ଚ ହେବା ସତ୍ତେ୍ୱ ପଦ୍ମିନୀ ଏଭଳି ମୂଲଲାଗିବା ଦେଖି ଆମେ ତାଙ୍କୁ କାରଣ ପଚାରିଥିଲୁ । ସେ କହିଥିଲେ, ପୋଖରୀ ଖନନ ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେବାରୁ ତାହା ପଞ୍ଚାୟତରେ ଗୃହୀତ ହୋଇ ଟଙ୍କା ବି ଆସିଲା । ହେଲେ ପୋଖରୀ ଖନନ ପାଇଁ ଶ୍ରମିକ ଅଭାବ ଦେଖାଦେଲା । ଗାଁର ଶ୍ରମିକମାନଙ୍କୁ ବାରମ୍ବାର ପ୍ରବର୍ତ୍ତାଇଥିଲେ ବି ଆବଶ୍ୟକ ସଂଖ୍ୟକ ଶ୍ରମିକ ମିଳି ନ ଥିଲେ । ଶେଷରେ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ସ୍ୱାମୀ-ସ୍ତ୍ରୀ କାମ କରିବାକୁ ଆଗେଇ ଆସିଲୁ ବୋଲି ପଦ୍ମନୀ କହିଛନ୍ତି । ୧୫ ଦିନ ତଳେ ସରପଞ୍ଚ ସ୍ୱାମୀଙ୍କ ସହ ମାଟି କାମ କରିବାକୁ ଖଜୁରବନ୍ଧ ପୋଖରୀକୁ ଆସିଥିଲେ । ପ୍ରତିଦିନ ସକାଳ ୬ରୁ ପୂର୍ବାହ୍ଣ ୯ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ଉଭୟେ କାମ କରିବା ପରେ ଘରକୁ ଫେରୁଛନ୍ତି । ପୂର୍ବାହ୍ଣ ୧୦ଟାରେ ପୁଣି ପଞ୍ଚାୟତ ଅଫିସକୁ ଯାଇ ସେ ଅଫିସ କାମ କରୁଛନ୍ତି । 

ପଦ୍ମିନୀ କୁହନ୍ତି, ଅଞ୍ଚଳରେ ପାଣିର ଅଭାବ ରହିଛି । ତେଣୁ ଏଠାରେ ପୋଖରୀ ଖନନ କରି ଲୋକଙ୍କୁ କାମ ଯୋଗାଇବା ସହ ପାଣି ସୁବିଧା କରିବାକୁ ପ୍ରୟାସ କରୁଛୁ । ସରକାର ସରପଞ୍ଚଙ୍କୁ ମାସିକ ୨,୩୫୦ ଟଙ୍କା ଭତ୍ତା ଦେଉଛନ୍ତି । ଏଥିରେ ପିଲାଙ୍କ ପାଠପଢ଼ା ସହ ଘର ଚଳାଇବା କଷ୍ଟକର ହେଉଛି । ଅନ୍ୟପକ୍ଷେ ମନରେଗାରେ କାମ ନ କଲେ ଜବକାର୍ଡ କଟିଯିବ । ଆମେ ତ ସରକାରୀ ଚାକିରିଆ ନୋହୁଁ । ପଦବି ଗଲେ ପୁଣି ସେଇ କୁଲିମଜୁରି କରିବାକୁ ହେବ । ତେଣୁ ପଦବିରେ ଥାଇ ମନରେଗା କାମ କରିବାରେ ଲାଜ କ’ଣ ବୋଲି ପ୍ରେରଣାଦାୟୀ କଥା କହିଥିଲେ । ପଦ୍ମିନୀ ୫ମ ପାସ କରିଛନ୍ତି । ପାଠପଢ଼ାର ମହତ୍ତ୍ୱ କ’ଣ ସେ ବୁଝିଛନ୍ତି । ତେଣୁ ମନରେଗାରେ ଯାହା କିଛି ରୋଜଗାର ହେଉଛି ସେଥିରେ ଘର ଚଳାଇବା ସହ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ କରୁଛନ୍ତି । ସାଧାରଣତଃ ନିର୍ବାଚନରେ ଜିତିବା ପରେ ଜନପ୍ରତିନିଧିଙ୍କୁ ସାଧାରଣ ଲୋକ ଭେଟିବା/ଦେଖିବା କଷ୍ଟକର ହୋଇପଡ଼େ । କିନ୍ତୁ ପଦ୍ମିନୀଙ୍କଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେ ନିଜେ ସରପଞ୍ଚ ହୋଇଥିଲେ ସୁଦ୍ଧା ମନରେଗା କାମ କରି ଶ୍ରମିକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । 

ସୂଚନାଯୋଗ୍ୟ, କୋମନା ବ୍ଲକରେ ଏବେ ୩ଜଣ ପଦ୍ମିନୀ ଚର୍ଚ୍ଚାରେ ରହିଛନ୍ତି । ଏହି ବ୍ଲକର ବୀରସିଂପଡ଼ାର ପଦ୍ମିନୀ ମାଝି ୩୦ ବର୍ଷ ହେବ ବିନା ପାରିଶ୍ରମିକରେ ତନ୍ଦୁଲ ପାହାଡ଼ର ଦୁଇ ଶହ ଏକର ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି । ସେହିପରି ନୂଆଁଗାର ପଦ୍ମିନୀ ରଣା ପ୍ରଥମ ମହିଳା ରାଜମିସ୍ତ୍ରୀ ହୋଇ ନାରୀ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଏବେ ଢୋର୍ଲାମୁଣ୍ଡା ସରପଞ୍ଚ ପଦ୍ମନୀ ମାଝି ମନରେଗାରେ ନିୟମିତ କାମକରି ଶ୍ରମିକଙ୍କୁ ଉତ୍ସାହିତ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.