ପ୍ରମୂଖ ଖବର
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରଥ ଖଳା ହାଲ୍‌ଚାଲ୍...ତିନି ରଥରେ ଉଠିଲା ଦୁଆରଘଡ଼ା, ଆଗେଇଲା କନକମୁଣ୍ଡି ନିର୍ମାଣ କାମ, ଖୋଲିଲା ଚାଳି

Published By : Prameya | June 22, 2025 11:22 AM

ପୁରୀ,୨୨/୦୬: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ମଝିରେ ରହିଲା ମାତ୍ର ୪ ଦିନ । ୨୬ ତାରିଖ ଗୁରୁବାର  ନେତ୍ରୋତ୍ସବର ଯଥେଷ୍ଟ ପୂର୍ବରୁ ସରିଥିବ ରଥ ନିର୍ମାଣ । ଶନିବାର ଅପରାହ୍ନରେ ରଥରେ ଦୁଆର ଘଡ଼ା  ଉଠାଯାଇଛି ।  ତିନି ରଥରେ ଦୁଇଟି  ଲେଖାଏଁ ଦୁଆରଘଡ଼ା ଉଠିଛି । ଏଥିସହ  ରଥରେ କନକମୁଣ୍ଡି ନିର୍ମାଣ କାମ ଆଗଉଛି । ପଟ। ପକାଇ ମୁଜା ଚାଲିଛି ରଥ ପୃଷ୍ଠ । ଏପଟେ ରଥ ତ୍ରୟ ପ୍ରସ୍ତୁତ ହେଉଥିବା ସ୍ଥଳେ  ରଥ ଚାଳି ଖୋଲିବା ଆରମ୍ଭ ହୋଇଛି । ଏବେ ଯାହା ସବୁ କାର୍ଯ୍ୟ ରଥରେ ।   

ଶନିବାର ଅପରାହ୍ନରେ ଭୋଇ ସେବକମାନେ ମିଳିତ ଭାବେ ଦୁଆର ଘଡ଼ା  ଉଠାଇଥିଲେ । ବାଉଁଶ ତେଣ୍ଟିଆ ଓ ଦଉଡ଼ି ସାହାଯ୍ୟରେ ଦୁଆର ଘଡ଼ା ଉଠାଗଲା ।  ବଡ଼ଦାଣ୍ଡରେ ଏଭଳି ଅଦ୍ଭୁତ ରଥ ନିର୍ମାଣ ଶୈଳୀ ଦେଖି ଆଚମ୍ବିତ ହେଉଥିଲେ  ଦର୍ଶକ । ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ  ଚିତ୍ର କରି ଖୋଦେଇ ସାରୁଛନ୍ତି । ପ୍ରଭାରେ ଶ୍ରୀବିଗ୍ରହଙ୍କୁ  ରୁନ୍ଧା ଯିବ । ତିନି ରଥର ବେଦି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ  ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି । ରଥରେ ଲାଗିବାକୁ ଥିବା ସଖୀ, କନ୍ୟାପଟା, ପାଶ୍ୱର୍ ଦେବାଦେବୀଙ୍କୁ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି ।  ତିନି ରଥ ପାଇଁ ୧୨ ଅଶ୍ୱ ବଡ଼ଦାଣ୍ଡରେ ଦଣ୍ଡାୟମାନ । ଦୁଇଟି ଅଶ୍ୱ ମରାମତି  ପରେ ଚିତ୍ରକର ରଙ୍ଗ କରିବେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ  ଦର୍ଜୀ ସେବକ କନାମଣ୍ଡଣୀ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦିରେ କମାର ସେବକ ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଆଦି ଲୁହା ସାମଗ୍ରୀ ତିଆରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.