ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାନ୍ୟାଙ୍କ ସ୍ମଗଲିଂ ମାମଲା; ଝିଅ ପାଇଁ ବାପାଙ୍କୁ ସଜା, DGP ରାମାଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟି

Published By : Ankita S | March 16, 2025 9:03 AM

ବେଙ୍ଗାଲୁରୁ,୧୬/୦୩: ଝିଅ ଭୁଲ ପାଇଁ ବାପାକୁ ସଜା । ଦୁବାଇରୁ ସୁନା ସ୍ମଗଲିଂ କରି ଧରାପଡିଥିବା ଅଭିନେତ୍ରୀ ରାନ୍ୟା ରାଓଙ୍କ ପାଇଁ ବଢିଲା ବାପା ଡିଜିପି ରାମାଚନ୍ଦ୍ର ରାଓଙ୍କ ଅଡୁଆ । କର୍ଣ୍ଣାଟକ ପୋଲିସ ହାଉସିଂବୋର୍ଡ ଡିଜିପି ତଥା ରାନ୍ୟାଙ୍କ ବାପା ରାମଚନ୍ଦ୍ର ରାଓଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଛନ୍ତି କର୍ଣ୍ଣାଟକ ସରକାର । ତାଙ୍କ ସ୍ଥାନରେ ଆଡିସନାଲ ଡିଜିପି କେ.ଭି. ଶରଥଚନ୍ଦ୍ରାଙ୍କୁ ଦାୟିତ୍ବ ଦିଆଯାଇଛି । ସେପଟେ ନିଜକୁ ନିର୍ଦ୍ଦୋଶ ବୋଲି ଦର୍ଶାଇ ଜେଲ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ତଥା ଡିଆରଆଇ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ରାନ୍ୟା ରାଓ । ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ।

କେମିତି ଧରା ପଡିଲେ ରାନ୍ୟା ? ମାର୍ଚ୍ଚ ୩ ତାରିଖରେ ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଲେ । ସେ ଭିଆଇପି ପ୍ରୋଟୋକଲ ଅନୁସାରେ ଗ୍ରୀନ୍ ଚ୍ୟାନେଲରେ ବାହାରିବାକୁ ଚେଷ୍ଟା କରି ଥିଲେ।ଏହି ସମୟରେ ମେଟାଲ ଡିଟେକ୍ଟରରେ ଯାଞ୍ଚରେ ଅଧିକାରୀଙ୍କୁ ରାନ୍ୟାଙ୍କ ଶରୀରରେ କିଛି ସଦିଗ୍ଧ ଜିନିଷ ଥିବାର ସଙ୍କେତ ମିଳିଥିଲା। ଯେବେ ଅଧିକାରୀମାନେ ଯାଞ୍ଚ କଲେ ତ ପାଇଲେ କି , ରାନ୍ୟା ନିଜ ଅଣ୍ଟା ଓ ପାଦରେ ବ୍ୟାଣ୍ଡେଜ୍‌ ଓ ଟିସୁ ସାହାଯ୍ୟରେ ସୁନା ବିସ୍କୁଟ ଗୁଡ଼ାଇ ରଖିଥିଲେ। ଜବତ ସୁନା ୨୪ କ୍ୟାରେଟ୍‌ର ଥିଲା ଏବଂ ଏହାର ଓଜନ ୧୪.୨ କିଲୋଗ୍ରାମ୍‌ ଥିଲା, ଯାହାର ଦାମ୍‌ ପାଖାପାଖି ୧୨.୫୬ କୋଟି ଟଙ୍କା କୁହାଯାଉଛି।

ଅଧିକ ପଢନ୍ତୁ...ସୁନା ତସ୍କରୀ କେସ୍‌ରେ ଅଭିନେତ୍ରୀଙ୍କ ଜାମିନ ଆବେଦନ ଖାରଜ , ଜେଲ୍‌ରେ ରହିବେ ରାନ୍ୟା ରାଓ

ୟୁଟ୍ୟୁବରୁ ଶିଖିଥିଲେ କୌଶଳ- କର୍ଣ୍ଣାଟକ ସୁନା ଚୋରା ଚାଲାଣ ମାମଲାରେ ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ଘଟଣା ସାମ୍ନାକୁ ଆସୁଛି । ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନାକୁ କିଭଳି ଲୁଚାଇବାକୁ ହେବ ତାର କୌଶଳ ୟୁଟ୍ୟୁବରୁ ଶିଖିଥିଲେ । ସୁନା ଚୋରା ଚାଲାଣ କରିବା ଲାଗି ତାଙ୍କୁ ଅଜଣା ନମ୍ବରରୁ ଫୋନ ଆସୁଥିଲା । ଜେରା ବେଳେ ଏହା ସ୍ବୀକାର କରିଥିଲେ ରାନ୍ୟା । ଶରୀରରେ ସୁନା ଲୁଚାଇବା ଲାଗି ରାନ୍ୟା ବିମାନବନ୍ଦର ପୂର୍ବରୁ ଥିବା ଏକ ଦୋକନରୁ କଇଁଚି କିଣିଥିଲେ । ସେଥିରେ କ୍ରେପ ବ୍ୟାଣ୍ଡକୁ ଖଣ୍ଡ ଖଣ୍ଡ କରି କାଟିଥିଲେ । ବିମାନ ବିନ୍ଦରର ୩ ନମ୍ବର ଟର୍ମିନାଲର ଏକ ଗେଟ ନିକଟକୁ ଯିବାକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ସେଠାରେ ଜଣେ ଲୋକ ୨ଟି ପ୍ୟାକେଟ ହସ୍ତାନ୍ତର କରିଥିଲେ । ସେହି ପ୍ୟାକେଟରେ ସୁନା ଥିଲା । ତାକୁ କ୍ରେପ୍ ବ୍ୟାଣ୍ଡ ସାହାଯ୍ୟରେ ଶରୀରେ ଲୁଚାଇଥିଲେ ରାନ୍ୟା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.