ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗିରଫ ହେଲେ କୁବେର ରେଞ୍ଜର, କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଦେଖି ଭିଜିଲାନ୍ସ ତାଜୁବ

ଢେଙ୍କାନାଳ, ୨୩।୮: ରାଜ୍ୟରେ ଜଣଙ୍କ ପରେ ଜଣେ କୁବେର ଯନ୍ତ୍ରୀଙ୍କୁ ଧରୁଛି ଭିଜିଲାନ୍ସ । ଏବେ ଭିଜିଲାନ୍ସ ପଞ୍ଝାରେ ଜଣେ କୁବେର ରେଞ୍ଜ ଅଫିସର । ଢେଙ୍କାନାଳ ବନ ବିଭାଗର ସଦର ରେଞ୍ଜରେ କାର୍ଯ୍ୟରତ ଥିବା ଏହି ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ କଳା ସମ୍ପତ୍ତିର ତାଲିକା ଏତେ ଲମ୍ବା ଯାହାକି ଭିଜିଲାନ୍ସକୁ ତାଜୁବ କରିଛି । ଢେଙ୍କାନାଳ ସହରର ରତନ ବଜାରସ୍ଥିତ ବିଭୂଦାନନ୍ଦଙ୍କ ବିଳାସପୁର୍ଣ୍ଣ ଆଲିଶାନ ବଙ୍ଗଳା ଉପରେ ଚଢ଼ାଉ ପରେ ତାଙ୍କ ବେଆଇନ ସମ୍ପତି ଠୁଳ ତାଲିକା ଭିଜିଲାନ୍ସ ହାତରେ ଲାଗିଛି । ଭୁବନେଶ୍ୱର ଓ ଢେଙ୍କାନାଳରେରେ ୮ଟି ଦାମୀ ଫ୍ଲାଟ୍, ଆଠଗଡ଼ରେ ଫାର୍ମ ହାଉସ୍, ହାଇଦ୍ରାବାଦରେ ଦୁଇଟି ଦାମୀ ପ୍ଲାଟ୍, ଢେଙ୍କାନାଳ ଓ ଭୁବନେଶ୍ୱରର ବିଭିନ୍ନ ଜାଗାରେ ଘର, ଅଧକେଜିରୁ ଉର୍ଦ୍ଧ୍ୱ ସୁନା ଗହଣା, ଦୁଇ ଦୁଇଟି ହୀରା ହାର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା, ବ୍ୟାଙ୍କ ବାଲାନ୍ସ, ୨ଟି ଚାରି ଚକିଆ ଆଦି ବେଆଇନ ସମ୍ପତି ଠାବ କରିଛି ଭିଜିଲାନ୍ସ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.