ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଫିଲ୍ମ ‘ଶୋଲେ’ର ଗୋଟିଏ ଦୃଶ୍ୟ ସୁଟିଂରେ ଲାଗିଥିଲା ୨୩ ଦିନ , ରମେଶ ସିପ୍ପି AIକୁ ନେଇ କହିଲେ ...

ମୁମ୍ୱାଇ : ୧୯୭୫ ମସିହାରେ ଫିଲ୍ମ ଶୋଲେ ରିଲିଜ ହୋଇ ଥିଲା । ଏହି ଫିଲ୍ମ ଆଜି ବି ଦର୍ଶକଙ୍କର ପସନ୍ଦର ଫିଲ୍ମ ମଧ୍ୟରେ ଗୋଟିଏ ହୋଇ ରହିଛି। ଉକ୍ତ ଫିଲ୍ମରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମକୁ ରମେଶ ସିପ୍ପି ନିର୍ଦ୍ଦେଶନା ଦେଇଥିଲେ । ଏବେ ରମେଶ ସିପ୍ପି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ , ଗୋଆରେ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜର ଫିଲ୍ମ ସହ ଜଡ଼ିତ ଏକ କଥା କହିଥିଲେ। ଏହାସହ ସେ ଫିଲ୍ମ ମେକିଂରେ ଏଆଇର ଭୂମିକା ଉପରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ , ଏଆଇ କେବେ ମଣିଷର ମସ୍ତିଷ୍କକୁ ରିପ୍ଲେସ୍‌ କରି ପାରିବ ନାହିଁ। 

କଥାବାର୍ତ୍ତା ବେଳେ ରମେଶ ସିପ୍ପି ସେହି ସମୟକୁ ମନେପକାଇ ଥିଲେ , ଯେତେ କି ଶୋଲେ ତିଆରି ହେଉଥିଲା। ସେ କହିଛନ୍ତି , ଶିଖିବାର କୌଣସି ବି ଅନ୍ତ ନାହିଁ । ଆମେ ସର୍ବଦା ନିଜର ପୂରା ପ୍ରୟାସ କରିଥାନ୍ତି , କାଷ୍ଟ ଠାରୁ ନେଇ କ୍ରୁ ଯାଏ ସବୁ ଲୋକ ପ୍ରତି ଷ୍ଟେପ୍‌ର ସଦସ୍ୟ ହୋଇଥାନ୍ତି। ସେ ଆହୁରି କହିଛନ୍ତି , ଶୋଲେର ଏକ ସିନ୍‌ ସୁଟ୍‌ କରିବାରେ ତାଙ୍କୁ ୨୩ ଦିନ ଲାଗି ଥିଲା। ଆମକୁ ଲାଗୁନି ଯେ, ଏମିତି କୌଣସି ଦ୍ୱିତୀୟ ଫିଲ୍ମ ଅଛି, ଯାହାର ଭାରତ ଉପରେ ଶୋଲେ ଭଳି ସାଂସ୍କୃତିକ ଓ ସିନେମାର ପ୍ରଭାବ ରହିଥିବ। 

ଏଥିରେ ରମେଶ ସିପ୍ପି ଫିଲ୍ମ ମେକିଂରେ ଏଆଇର ପ୍ରଭାବ ବିଷୟରେ କହିଛନ୍ତି ଯେ, ଏଆଇ କେବେ ବି ମଣିଷର ମସ୍ତିଷ୍କର ସ୍ଥାନ ନେଇ ପାରିବ ନାହିଁ। ସେ କେବଳ କ୍ରିଏଟିଭିଟି ବଢାଇ ପାରେ ଏବଂ  ଏହା ଜରୁରୀ କି, ସଠିକ୍‌ ନିଷ୍ପତ୍ତି ନେବା ପାଇଁ ମସ୍ତିଷ୍କର ବ୍ୟବହାର କରାଯାଉ।

ରମେଶ ସିପ୍ପିଙ୍କ କାମ କଥା ଯଦି କହିବା ତ, ସେ ଗତ ୪ ବର୍ଷରେ କୌଣସି ଫିଲ୍ମ ଡାଇରେକ୍ଟ କରି ନାହାନ୍ତି। ତାଙ୍କର ଶେଷ ନିର୍ଦ୍ଦେଶିତ ଫିଲ୍ମ ଥିଲା ‘ଶିମଲା ମିର୍ଚ୍ଚି’ । ଫିଲ୍ମଟି ୨୦୨୦ ମସିହାରେ ରିଲିଜ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.