ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାଉରକେଲା ଦୁର୍ଗାପୂଜା ମେଳାରେ ଛିଣ୍ଡିଲା ରାମଦୋଳି, ସ୍ଵାମୀ- ସ୍ତ୍ରୀ ଓ ପୁଅ ଗୁରୁତର

Published By : Gurupada Nath | October 11, 2024 8:01 PM

ରାଉରକେଲା, ୧୧/୧୦ : ଦୁର୍ଗାପୂଜାରେ ଅଘଟଣ । ରାମଦୋଳି ଛିଣ୍ଡି ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ, ରାଉରକେଲା ଟେଲିଫୋନ ଭବନ ଦୁର୍ଗା ପୂଜା ମଣ୍ଡପରେ ଦୁର୍ଗାପୂଜା ଅବସରରେ ମେଳା ଲାଗିଛି । ଉକ୍ତ ମେଳାରେ ରାମଦୋଳି ଛିଣ୍ଡି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଵାମୀ- ସ୍ତ୍ରୀ ସହ ପୁଅ ଗୁରୁତର ହୋଇପଡ଼ିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.