ପ୍ରମୂଖ ଖବର
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ବଳଙ୍ଗାରେ ନାବାଳିକାକୁ ପୋଡ଼ି ଘଟଣା, ମିଳିଲା ସୁରାକ୍‌, ପୁଲିସ ଖୋଲିବ ଗୁମର, ରୁପା ମୁଦି ଦେଇପାରେ ନୂଆ ମୋଡ଼
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

୯ ସହରରେ ଲଞ୍ଚ ହେବ ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ'ର ପ୍ରଥମ ଝଲକ

Published By : Anindita Ratha | July 2, 2025 2:51 PM

ମୁମ୍ବାଇ,୦୨ /୦୭: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ରଣବୀର କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ରାମାୟଣ । ପିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି ।୯ ସହରରେ ଲଞ୍ଚ ହେବ ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ'ର ପ୍ରଥମ ଝଲକ । 

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ  ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପ୍ରଥମ ଝଲକର ସମୀକ୍ଷା କରି ଲେଖିଛନ୍ତି, "ଜୟ ଶ୍ରୀ ରାମ... ମୁଁ ଏବେ ୭ ମିନିଟ୍ ଭିଜନ୍ ଶୋରିଲ୍ ସହିତ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'ର ପ୍ରଥମ ଝଲକ ଦେଖିବାକୁ ପାଇଲି । ଏହି ଅମର କାହାଣୀର ଝଲକ ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ମୋର ଦୃଢ଼ ଭାବନା ଯେ ରାମାୟଣ ଆଜିର ଲୋକଙ୍କ ପାଇଁ ନୁହେଁ ବରଂ ଆଗାମୀ ପିଢ଼ି ପାଇଁ ଏକ ଫିଲ୍ମ । ବକ୍ସ ଅଫିସରେ ଝଡ଼ ହେବାକୁ ଯାଉଛି ।"

ଚଳଚ୍ଚିତ୍ରର ପ୍ରଥମ ଝଲକ ଦେଶର ୯ ଟି ସହରରେ ୩ ଜୁଲାଇରେ ପ୍ରଦର୍ଶିତ ହେବ । ଯେଉଁଥିରେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତା, ପୁନେ ଏବଂ କୋଚି ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ, ଭିଜନ୍ ଶୋରେଲ୍ ୨୦୨୬ ଦୀପାବଳି ପାଖାପାଖି ମୁକ୍ତିଲାଭ କରିବ । ପ୍ରଥମ ଭାଗ ୨୦୨୬ ରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ତେବେ ପୌରାଣିକ ଚଳଚ୍ଚିତ୍ର ରାମାୟଣର ଷ୍ଟାରକାଷ୍ଟ ବିଷୟରେ କହିବାକୁ ଗଲେ, ରଣବୀର କପୁର ଫିଲ୍ମରେ 'ଶ୍ରୀରାମ' ଭୂମିକାରେ ନଜର ଆସିବେ ସେହିପରି ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଫିଲ୍ମରେ ମାତା ସୀତା ଭୂମିକାରେ ଅଭିନୟ କରୁଛନ୍ତି । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.