ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଏଣିକି AI ବ୍ୟବହାର କରିବା ପାଇଁ ଦରକାର ପଡିବନି ଇଣ୍ଟରନେଟ, ଜାଣନ୍ତୁ

Published By : Anindita Ratha | June 28, 2025 3:14 PM

ନୂଆଦିଲ୍ଲୀ ୨୮ /୦୬: ଏଣିକି AI ବ୍ୟବହାର କରିବା ପାଇଁ ଦରକାର ପଡିବନି ଇଣ୍ଟରନେଟ।ଗୁଗଲ୍‌ ନୂଆ ଓପନ୍‌ ସୋର୍ସ ମଡେଲ୍‌ ଗେମା 3n ଉନ୍ମୋଚନ କରିଛି   । ତେବେ ଏହି AI ମଡେଲ୍‌ର ଗୋଟିଏ ନୁହେଁ, ଦୁଇଟି ବିଶେଷତ୍ବ ରହିଛି ଯାହା ଏହାକୁ ଅନ୍ୟ AI ମଡେଲ୍‌ଗୁଡ଼ିକଠାରୁ ଅଲଗା କରୁଛି। 

ପ୍ରଥମ ବିଶେଷତ୍ବ ହେଉଛି, ଗେମା 3n ଚଲାଇବା ପାଇଁ ଇଣ୍ଟରନେଟର ଆବଶ୍ୟକତା ନାହିଁ। ଆଉ ଦ୍ୱିତୀୟ ବିଶେଷତ୍ବ ହେଉଛି ଏହା ମାତ୍ର ୨ ଜିବି ରାମ୍‌ ଥିବା ଏକ ସାଧାରଣ ସ୍ମାର୍ଟଫୋନ୍‌ରେ ମଧ୍ୟ ସହଜରେ କାମ କରିବାରେ ଏହା ସକ୍ଷମ। ତେବେ ଏହା ଗୁଗଲର ଏକ ଓପନ ସୋର୍ସ ମଲ୍ଟିମୋଡାଲ AI ମଡେଲ । ଯାହା କେବଳ ଟେକ୍ସଟ ନୁହେଁ ଅଡିଓ, ଇମେଜ ଏବଂ ଭିଡିଓ ଇନପୁଟ କାମ ମଧ୍ୟ କରିପାରିବେ।  ଗୂଗଲର ଏହି ନୂଆ AI ମଡେଲ ୧୪୦ରୁ ଅଧିକ ଭାଷା ବୁଝିବାରେ ପାରଙ୍ଗମ। ଏହି ନୂଆ ମଡେଲ ଗୂଗଲର ଗେମା ସିରିଜର ଏକ ଅଂଶ ହୋଇଛି । 


ହେଲେ  ChatGPT ଇଣ୍ଟରନେଟ ବିନା କାମ କରିପାରେ ନାହିଁ। ChatGPT ବ୍ୟବହାର କରିବା ପାଇଁ ଆପଣଙ୍କୁ ଇଣ୍ଟରନେଟର ଆବଶ୍ୟକତା ପଡ଼ିବ। ଗୂଗଲର ଇଣ୍ଟରନେଟ ବିନା କାମ କରୁଥିବା AI ମଡେଲ ଏକ ହଇଚଇ ସୃଷ୍ଟି କରିପାରେ, କାରଣ ଏହି AI ସେହି ଅଞ୍ଚଳରେ ମଧ୍ୟ ବ୍ୟବହାର କରାଯାଇପାରିବ ଯେଉଁଠାରେ ଇଣ୍ଟରନେଟ ସେବା ନ ଥିବ କିମ୍ବା ଯେତେବେଳେ ଆପଣଙ୍କ ପାଖରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବ। କିନ୍ତୁ ChatGPT ପାଖରେ ଏହି ସୁବିଧା ଉପଲବ୍ଧ ନାହିଁ ।  ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଇଣ୍ଟରନେଟ ଅଛି, ଆପଣ ଏହାକୁ ଚଲାଇପାରିବେ, କିନ୍ତୁ ଯେତେବେଳେ ଇଣ୍ଟରନେଟ ସୁବିଧା ଶେଷ ହୁଏ, ChatGPT ମଧ୍ୟ କାମ କରିବା ବନ୍ଦ କରିଦେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.