ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନାଗପୁର ବିଶ୍ୱବିଦ୍ୟାଳୟର ବଡ଼ ଆବିଷ୍କାର, ମହାରାଷ୍ଟ୍ରରେ ମିଳିଲା ୩ ହଜାର ବର୍ଷ ପୁରୁଣା ସଭ୍ୟତାର ଅବଶେଷ

Published By : Anindita Ratha | May 1, 2025 2:56 PM

ନୂଆଦିଲ୍ଲୀ,୦୧/୦୫:  ନାଗପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ ମହାରାଷ୍ଟ୍ରର ଯବତମାଲରେ  ୩ ହଜାର ବର୍ଷ ପୁରୁଣା ସଭ୍ୟତାର ଅବଶେଷ ପାଇଥିବା ଦାବି କରିଛନ୍ତି। ଗବେଷକଙ୍କ ମତରେ  ଏହି ଅବଶେଷଗୁଡ଼ିକ ଲୌହ ଯୁଗର। ଏନେଇ  ନାଗପୁର ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଡକ୍ଟର ପ୍ରଭାଶ ସାହୁ କହିଛନ୍ତି ଯେ , ତାଙ୍କର ଟିମ୍  ଦଳ ୨୦୨୩-୨୪ ମସିହାରେ ବାବୁଲଗାଓଁ ତାଲୁକାର ପାଚଖେଡ଼ ଗ୍ରାମ ଖନନ କରିଥିଲେ।

ବିଭାଗର ମୁଖ୍ୟଙ୍କ ସୂଚନା ଅନୁସାରେ, ପାଚଖେଡ଼ ଗାଁ ବାହାରେ ଏକ ପାହାଡ଼ ଅଛି । ଯେଉଁଠାରେ ଗତ ବର୍ଷ ଖନନ ସମୟରେ ଏକ ସାଂସ୍କୃତିକ ଐତିହ୍ୟ ମିଳିଥିଲା। ତାଙ୍କ ଟିମ ବିଶ୍ୱାସ କରନ୍ତି ଯେ ଅବଶେଷଗୁଡ଼ିକ ଲୌହ ଯୁଗର। ସେ କହିଥିଲେ ଯେ ଆବିଷ୍କାରର ସାଂସ୍କୃତିକ କ୍ରମ ଲୌହ ଯୁଗରୁ ଆରମ୍ଭ ହୁଏ, ଯାହା ମାଟିପାତ୍ର ଏବଂ କଳାକୃତିର ଅବଶେଷ ଉପରେ ଆଧାରିତ।

ଏହା ପରେ ସାତବାହନ ଯୁଗ, ମଧ୍ୟଯୁଗୀୟ ଯୁଗ ଏବଂ ତା'ପରେ ନିଜାମ ଯୁଗରେ ଏକ  ଟାୱାର ଭାବରେ ବ୍ୟବହୃତ ହେଉଥିଲା।  ବିଶେଷଜ୍ଞମାନଙ୍କ ସେଠାରେ ଚୂନପଥର  ଏବଂ ପରିଧିରେ କାଠ ସ୍ତମ୍ଭ ସହିତ ଗୋଲାକାର ଘର ପାଇଥିଲେ। ଏହା ବ୍ୟତୀତ, ମିଳିଥିବା ପ୍ରମାଣ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଘର, ମାଟି ଚୁଲି, ମାଟିପାତ୍ର, ଲୁହା ଜିନିଷ, ପଥର ମୋତି, ଟେରାକୋଟା ମୋତି ଏବଂ ହାଡ଼ ଜିନିଷ ଅନ୍ତର୍ଭୁକ୍ତ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.